ଅପମିଶ୍ରିତ ପନିର ଏକ ଆତଙ୍କ

ଏହି ପନିର ଏବେ ବଜାର ରେ ଛାଇ ଯାଇଥିଲା ବେଳେ ଏହାକୁ ଖାଦ୍ୟ ରୂପେ ଗ୍ରହଣ କଲେ ସୃଷ୍ଠି ହେଉଛି ଦୁରାରୋଗ୍ୟ ବ୍ୟାଧି

ଶାକାହାରୀ ହୁଅନ୍ତୁ କି ମାଂସହାରି
ପନୀର ଖାଇବାକୁ ସମସ୍ତଙ୍କର୍ ଥାଏ ଅଦମ୍ୟ ଇଚ୍ଛା । ଘରକୁ ଅତିଥି ଆସିଲେ କି ଘରେ ଭୋଜି ଭାତ ହେଲେ ଏହି ପନିର ରେ ଏକ ବା ଏକାଧିକ ଖାଦ୍ୟ ପ୍ରସ୍ତୁତ ହୋଇଥାଏ ।


ତେବେ ଦୁର୍ଭାଗ୍ୟ ଯେ ଏବେ
ସିନ୍ଥେଟିକ୍ ପାନିର ନାଁ ରେ ବଜାର ରେ ଅପମିଶ୍ରିତ ଓ କୂତ୍ରିମ ପନିର ବିକ୍ରି ଚାଲିଛି ଯାହା ସ୍ବାସ୍ଥ୍ୟ ପ୍ରତି ଗଭୀର ସମସ୍ୟା ସୃଷ୍ଟି କରିଛି ।ଏବେ ଖରା ଦିନରେ ଦୁଗ୍ଧ ଉତ୍ପାଦନ ହ୍ରାସ ପାଇ ଥିଲା ବେଳେ ଚାହିଦା କିନ୍ତୁ ବହୁଗୁଣିତ ହୋଇଛି । ଏହାର ସୁଯୋଗ ନେଇ ଅପ୍ ମିଶ୍ରିତ ବା କୂତ୍ରିମ
ପଦ୍ଧତି ରେ ପ୍ରସ୍ତୁତ ପନିର ରେ ବଜାର ଛାଇ ଗଲାଣି । ମାତ୍ର ୩୦ ଟଙ୍କାରେ ତିଆରି ହେଉଥିବା ପନିର ଏବେ ସ୍ଥଳ ବିଶେଷ ରେ ୪୦୦ ଟଂକା ରେ ବିକ୍ରି ହେଉଛି ।

କେମିତି ତିଆରି ହୁଏ କୂତ୍ରିମ ପନିର


ଦୁଧ ସ୍ଥାନରେ ଦୁଧ ପାଉଡର ରେ ସୋଡ଼ିୟମ୍ ବାଇ କାର୍ବୋନେଟ ମିଶାଇ ଏହି ମିଶ୍ରଣ କୁ ପ୍ରଥମେ ଗାଢ଼ କରାଯାଏ । ଏହି ମିଶ୍ରଣ କୁ ଗରମ କଲା ପରେ ଏଥିରେ ପାମ୍ ତେଲ ମିଶାଇ ଦିଆଯାଏ । ପରେ ଏଥିରେ ବେକିଙ୍ଗ ପାଉଡର ମିଶାଇ ଏଥିରୁ ପାଣି କୁ ଅଲଗା କରି ପନିର ପ୍ରସ୍ତୁତ କରାଯାଏ ।


କିଏ କିଏ ବି ଦୁଧ ରୁ ସମସ୍ତ କ୍ରିମ ନେଇ ସରିଲା ପରେ ଏଥିରେ ଆରାରୁଟ ମିଶାଇ ଏହାକୁ ଗାଢ଼ କରାଯାଇଥାଏ ଓ ଏଥିରେ ଫର୍ମଲିନ ମିଶାଇ ଏହାକୁ ଆଞ୍ଚ ରେ ଗରମ କାଟି ପନିର ପ୍ରସ୍ତୁତ କରାଯାଏ ।

ଆରରୁଟ ବଦଳରେ କିଛି କଳାବଜାରୀ କ୍ରିମ କଢାଯାଇଥିବ କ୍ଷୀର ରେ
ଡିଟର୍ଯେଣ୍ଟ ପାଇଁ ବ୍ୟବହୃତ ପଦାର୍ଥ ସୋଡ଼ିୟମ ବାଇ କାର୍ବୋନେଟ୍ ବି ବ୍ୟବହାର କରନ୍ତି ।
ନିମ୍ନ ଆଞ୍ଚରେ ଏହାକୁ ଗରମ କରି ଏଥିରେ ପାମ ଅଏଲ ବା ବେକିଙ୍ଗ ପାଉଡର ମିଶାଇ ଦିଆଯାଇ ପନିର ପ୍ରସ୍ତୁତ କରାଯାଏ ।

କେମିତି ଜାଣିବା ପନିର ର ଶୁଦ୍ଧତା

ପାନିର କୁ ଗରମ କରି ଏହାକୁ ଥଣ୍ଡା କଲା ପରେ ଏଥିରେ
ସୋୟାବିନ ପାଉଡର ମିଶାଇ ଦିଆଯାଉ
ଯଦି ଏହି ମିଶ୍ରଣ ର ରଙ୍ଗ ଈଷତ୍ ନାଲି ରେ ପରିବର୍ତ୍ତିତ ହେବ ତେବେ ଏହି ପନିର ରେ ଡିଟରଜେଣ୍ଟ କିମ୍ବା ୟୁରିଆ ରହିଛି ବୋଲି ଜଣାପଡ଼ିବ

ଶୁଦ୍ଧ୍ ପନିର କୁ ଭାଙ୍ଗି ଶୁଙ୍ଘିଲା ପରେ ଏଥିରେ ଖୀର ର ବାସ୍ନା ଆସିବ କିନ୍ତୁ ସିନ୍ତେତିକ ପନିର ର ବାସ୍ନା ରେ ରାସାୟନିକ ବାସ୍ନା ରହିବ ।
ଭଲ ପନିର ସହଜରେ ଭାଙ୍ଗି ଯିବ କିନ୍ତୁ ଅପମିଶ୍ରିତ ପନିର କୁ ଭାଙ୍ଗିଲେ ଏହା ରବର୍ ପରି ଲାଗିବ

Leave A Reply

Your email address will not be published.

17 − seventeen =