ଖରା ଖାଇଲାଣି ଖୁସି

ବାଘ ପରି ମାଡ଼ି ଆସୁଛି ଖରା।ସକାଳ ହେଲେ ସୂଜ୍ୟ ଯେମିତି ଜଳନ୍ତା ନିଆଁ ବରଷା କରିବା ଆରମ୍ଭ କରିଛି । ଅଂଶୁଘାତ ର ଆଶଙ୍କାରେ ସାଧାରଣ ମଣିଷ ଆତଙ୍କିତ । କାରଣ ତାକୁ ତେଲ ଲୁଣ ର ସଂସାର ପାଇଁ ର ବାହାରକୁ ବାହାରିବାକୁ ପଡ଼ିବ ।

ଏଇ ବର୍ଷ ପ୍ରବଳ ଖରା ହେଉଛି । ହିମାଳୟ ରେ ଗ୍ଲେସିଆର ତରଳିଁବା ଆରମ୍ଭ କରି ସାରିଛି । ତେବେ ଖରା ଯେ କେବଳ

ଲୋକ ମାନଙ୍କ ଉପରେ ପ୍ରଭାବ ପକାଇବ ତାହା ନୁହେଁ ବରଂ ଏହା କର୍ମଚାରି ଶ୍ରମିକ ଙ୍କ କର୍ମ କୁଶଳତା ଶାରୀରିକ ଦକ୍ଷତା ମାନସିକ ଶାନ୍ତି ଦେଶ ର ଅର୍ଥନୀତି କୁ ବି ଗଭୀର ଭାବେ ପ୍ରଭାବିତ କରିବ ।

ଭାରତ ପ୍ର୍ତୁଥିବି ର ପଞ୍ଚମ ବୃହତ୍ ଅର୍ଥନୀତି ହେଲେ ବି ଏଇ ଦେଶ ଏକ ଗରିବ ରାଷ୍ଟ୍ର ।
ଦେଶ ରେ ବିକାଶ ର ଫଳ ର ସୁଷମ ବଣ୍ଟନ ହୋଇ ନ ପାରିବାରୁ ଦେଶ ରେ ସମାଜବାଦ ଆକାଶ କଇଁଆ ଚିଲିକା ମାଛ ପାଲଟି ଯାଇଛି । ଏଠାରେ ଧନୀ ଗରିବ ର ତାରତମ୍ୟ ଢେର୍ ଅଧିକ ।

ଖରା ମାସ ରେ ଶ୍ରମିକ ଶ୍ରେଣୀ ଯୋଉ ମନେ ଆର୍ଥିକ ଦୃଷ୍ଟି ରୁ ଦୁର୍ବଳ ସେମାନଙ୍କୁ ଖରା ର ପ୍ରକୋପ ଲାଗି ସକାଳ ୧୧ ରୁ ଅପରାହ୍ନ ୩ ଟା ଯାଏ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ ।

ଏଠାରେ ଯେତିକି ଲୋକ କାମ କରନ୍ତି ରର୭୫,% ହେଉଛନ୍ତି ଶ୍ରମିକ । ଏମାନେ ଦେଶ ର ଜି ଡି ପି ର ଏକ ତୃତୀୟାଂଶ ଏହି ଶ୍ରମିକ ମାନେ ଦେଉଥିଲା ବେଳେ ଏହି ଖରା ପାଇଁ ଜି ଡି ପି 10ପ୍ରତିଶତ
କମିବ । କାରଣ ଏହା ଶ୍ରମିକ ଙ୍କ ର ଶାରୀରିକ କ୍ଷମତା କୁ ପ୍ରଭାବିତ କରିବ। ଜି ଡି ପି ଉପରେ ପ୍ରତିବର୍ଷ ଚାରି ପ୍ରତିଶତ କମି କମି ଯିବ । ଅତି ଅଧିକ ଖରା ଯୋଗୁଁ କୋଡିଏ କୋଟି ଲୋକ ଦେଶ ରେ ପ୍ରଭାବିତ ହୋଇପାରନ୍ତି । ଖରା ରୁ ରକ୍ଷା ପାଇବା ପାଇଁ
ଏ ସି ର ମାତ୍ରାଧିକ ବ୍ୟବହାର ତାତି ବଢ଼େଇବ ।
କାରଣ ଏସି ପାଇଁ ବିଦ୍ୟୁତ୍ ବିତରଣ ତାପଜ ବିଦ୍ୟୁତ୍ କେନ୍ଦ୍ର ରୁ ଉତ୍ପାଦିତ ହୋଇଥାଏ ।
ଏବେ ୨୪ପ୍ରତିଶତ ଲୋକ ଏସି ବ୍ୟବହାର କରନ୍ତି । ୨୦୫୦ସୁଦ୍ଧା ୯ଗୁଣ ଏସି ର ବ୍ୟବହାର ବଢିବ । ଓ ତାପମାତ୍ର ,ବି ଏହା ସହ ୫ଗୁଣ ବଢିବ ।

ସାଧାରଣତଃ ପରିବେଶ ଥଣ୍ଡା ରହିଲେ କାର୍ଯ୍ୟ ଦକ୍ଷତା ଓ ମାନସିକ ଚାପ କମ୍ ଥାଏ ।
ତେଣୁ
ଏବେ ଖୁସି ଦେଶ ର ତାଲିକା ରେ ଥଣ୍ଡା ଦେଶ ଗୁଡିକ ଆଗ ରେ ଥିବାରୁ ଖରା
ଦେଶ ରୁ ଏକ ପ୍ରକାର ଖୁସି ଛଡେଇ ନେଉଛି ।
ଖରା ରେ ବହୁ ରୋଗ ସୃଷ୍ଟି କରେ । ଓ ମଣିଷ ର ଚାପ୍ ବି ବଢାଇ ଦିଏ ।
ତେବେ ଖରା ରୁ ରକ୍ଷା ପାଇବା ପାଇଁ ଏସି ଏକ ସମାଧାନ ନୁହେଁ ।ଏବେ ଯୁଧ୍ୟ କାଳୀନ ଭିତ୍ତିରେ ଗଛ ଲଗାଇବାର ଆବଶ୍ୟକତା ରହିଛି ।ଅଧିକ ସଂଖ୍ୟା ରେ ଜଳାଶୟ ସୃଷ୍ଠି କରାଯିବା ସହ ବିକଳ୍ପ ସୂତ୍ର ରୁ ଅକ୍ଷୟ ଶକ୍ତି ର ବିକାଶ ପାଇଁ ନିରନ୍ତର ଉଦ୍ୟମ କରାଯିବ ସହ ସୌର ଶକ୍ତି ର ଉତ୍ପାଦନ ଉପରେ ଅଧିକ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି ।ଖରା ଦିନେ ଦେଶ ରେ ପଡ଼ୁଥିବା ବିପୁଳ ସୌର ଶକ୍ତି ର ସୁ ବିନିଯୋଗ ଲାଗି ସମୟ ଆସିଛି ।

Leave A Reply

Your email address will not be published.

18 − one =