ଅନ୍ତରଙ୍ଗ ଅନୁଭୂତି

ସତ୍ୟ ନାରାୟନ ଦାସ

କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ କମନ୍ସ

ମନ୍ଦିର କୁ ପ୍ଲାଷ୍ଟିକ ଥର୍ମୋକୁଲ ମୁକ୍ତ କରିବାକୁ ଆରମ୍ଵ ହେଲା ଉଦ୍ୟମ

ଆଠ ଦିନ ତଳର କଥା

ଏମିତି କିଛିଦିନ କୌଣସି ଏକ କାରଣ ପାଇଁ ସକାଳୁ ସାଲେପୁର ଯାଇ ଅପରାହ୍ନ ୧୨ ଟା ଯାଏ ଅପେକ୍ଷା କରିବାକୁ ପଡ଼ୁଥିଲା ।

ଏହି ଅପେକ୍ଷାର ସମୟ କୁ
କେନାଲ ବନ୍ଧ କଡ଼ରେ ଚିତ୍ରତ୍ତୋପଳା ନଈ କୁଳରେ ଥିବା ବୁଢ଼ୀ ଜାଗୁଲେଇ ମନ୍ଦିର ରେ
କଟାଉଥିଲି।


ଦେଖିଲି ଦୁଇ ଟି ଗଛ ମଝିରେ ମା ଅଛନ୍ତି । ସୁନ୍ଦର କମନୀୟ ପରିବେଶ । ଗୋଟିଏ ବରଗଛ ରୁ ଓହଳ ରୁ କିଛି ନୂଆ ଗଛ ଆକାଶ ରୁ ମାଟିକୁ ଆସିଛନ୍ତି ବେଶ୍ ଅନୁରାଗ ରେ ।

।ସାମଲ ବାବୁ ଙ୍କ ପରି ଜଣେ ସେବା ନିବୃତ୍ତ ସୈନିକ ପୀଠ ର ଦେଖା ଶୁଣା କରୁଥିଲା ବେଳେ ଏବେ ସେଠି ବେଶ୍ ଭିଡ ଜମୁଛି ।
ପ୍ରାୟ ଏଠି ପ୍ରତିଦିନ ଭୋଜି ଭାତ ବି ହେଉଛି ।

ଆଉ ଗଦା ଗଦା ହୋଇ ପଡ଼ି ରହିଛି ପ୍ଲାଷ୍ଟିକ ବୋତଲ ପ୍ଲେଟ ଆଉ ପଲିଥିନ ଜାରି । ବହୁତ୍ ଦୁଃଖ ଲାଗିଲା । ସେଠି କାର କର୍ମ କର୍ତ୍ତା ଓ ପୂଜାରୀ ଙ୍କୁ ଏହି ପରିସର କୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଛୋଟିଆ ପ୍ରୟାସ ଟିଏ କରିବାକୁ ଅନୁରୋଧ କଲି ।
ପ୍ରଥମେ ପ୍ଲାଷ୍ଟିକ ବୋତଲ ଆଉ ଗ୍ଲାସ୍ କୁ ନିଷେଧ କରିବାକୁ ପ୍ରସ୍ତାବ ଦେବା ସହ ଏକ ଗ୍ଲାସ୍ ଓ ପ୍ଲେଟ ବ୍ୟାଙ୍କ୍ ଖୋଲିବାକୁ ବୁଝେଇଲି।
ମୋ ଆଲକ୍ଷ ରେ ଜଣେ ମା ଦୂର ରେ ମୋ କଥା କୁ ଶୁଣୁଥିଲେ । ହଠାତ୍ ପାଖ କୁ ଆସି ସେ ଗ୍ଲାସ୍ ବ୍ୟାଙ୍କ୍ କୁ ଗ୍ଲାସ୍ କିଛି ଉପହାର ଦେବାକୁ ପ୍ରସ୍ତାବ ଦେଲେ । ଲାଗିଲା ମା ଜଗୁଳେଇ ସେ ମା ଙ୍କ ଭିତରେ ଏ ଜାଗା କୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଚାହୁଛନ୍ତି । ବାସ ତା ପରେ ବହୁ ଲୋକ ଆଗେଇ ଆସିଲେ। କିଛି କିଛି ସେଇ ପୀଠ ରେ ଥର୍ମୋ କୁଲ୍ ବଦଳ ବଦଳରେ ପ୍ଲେଟ ବ୍ୟବହାର କରିବାକୁ ବି ଆଗେଇ ଆସିଲେଣି
ସାମଲ ବାବୁ ଏହାକୁ ତାଙ୍କ ଗ୍ରୁପ୍ ରେ ବି ଟ୍ରଷ୍ଟ ସଦସ୍ୟ ଙ୍କୁ ବୁଝେଇଲେ

ଏବେ ସେଠି ଜଳ ଛତ୍ର ଦିଆ ଯାଉଛି ।ଦିନକୁ ୫୦୦ ଲୋକ ପିଉଛନ୍ତି ।ମାସେ କାଳ ଦିଆଯିବାକୁ ଥିଲା ବେଳେ ପାଖାପାଖି ପନ୍ଦର ହଜାର ପ୍ଲାଷ୍ଟିକ ଗ୍ଲାସ୍ ଆଇ ମନ୍ଦିର ପରିସର କି ରାସ୍ତା ରେ ପଡ଼ିବନି । ପୁଣି ପନ୍ଦର ହଜାର ସଞ୍ଚୟ ବି ହେଲା ।

ଚାଲନ୍ତୁ ମିଳି ମିଶି ଏମିତି ଗୋଟିଏ ଗୋଟିଏ ଜାଗାରେ ଆରମ୍ଭ କରିବା ପ୍ଲାଷ୍ଟିକ ପିଶାଚ ନିକଟରୁ ମୁକୁଳିବାର
ପ୍ରୟାସ ।

ଆମକୁ କିଏ ଶୁଣିବ କିଏ ଶୁଣିବନି ।ତଥାପି କହିବା । ଗୋଟାଏ ବଡ ଜଙ୍ଗଲ ତିଆରି ସ୍ବପ୍ନ ଦେଖି କିଛି ନ କରିପାରିବା ଅପେକ୍ଷା ଗୋଟିଏ ଗୋଟିଏ ଗଛ ଲଗେଇବା ପରି କାମ ଟିଏ କରିବା ।ବହୁତ୍ ଲୋକ ଶୁଣିବେନି କିନ୍ତୁ ସାମଲ ବାବୁ ଙ୍କ ପରିକା କିଛି ଲୋକ ଶୁଣିବେ ଆଉ ସୁଫଳ କୁ ଆଉ ନିଜ ଅନୁଭୂତି କୁ ସ୍ୱର ଦେଇ କିଛି ଲୋକ ଙ୍କୁ ସୁଣେଇବେ

Leave A Reply

Your email address will not be published.

fourteen + 13 =