ସରକାରୀ ଡାକ୍ତରଖାନା ଗୁଡ଼ିକ ରେ ବାଇଓମାଟ୍ରିକ ଉପାୟ ରେ କର୍ମଚାରୀ ଙ୍କ ଉପସ୍ଥାନ ନିଆଯାଉ

କଟକ

ନିଉଜ ଡେସ୍କ ୧୯/୪
ଏବେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଅନୁଦାନ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭେଷଜ ମହାବିଦ୍ୟାଳୟ କୁ ଦେଉଛନ୍ତି ।
ହେଲେ ଦୁର୍ଭାଗ୍ୟ ର ବିଷୟ ଯେ ଡାକ୍ତରଖାନା ଗୁଡ଼ିକ ରେ ଡାକ୍ତର ମାନଙ୍କ ଉପସ୍ଥାନ ସୁଧୁରୁ ନଥିବାର ଅଭିଯୋଗ ଜନ ସାଧାରଣ ଙ୍କ ଠାରୁ ଦୀର୍ଘ ଦିନ ହେଲା ହେଲା ଶୁଣିବାକୁ ମିଳୁଛି । ହେଲେ ଏହି ତ୍ରୁଟି
ସୁଧୁରିବା ପରିବର୍ତ୍ତେ ଆହୁରି ଖରାପ ହେଉଛି ।

ସାଧାରଣ ନାଗରିକ ର ଟିକସ ରୁ ପାଠ ପଢି ଚାକିରୀ କଳା ପରେ ଏବେ କିଛି ଡାକ୍ତର ପାଳୀ କରି ଆସୁଛନ୍ତି ଡାକ୍ତରଖାନା । ବେସରକାରୀ ଚିକିତ୍ସା ରେ ମାତିଛନ୍ତି ସେମାନେ । ଉପରିସ୍ଥ ହାକିମ ଓ ରାଜନୈତିକ ବସ ଙ୍କୁ ଖୁସି କରି ଦେଇ ବେଶ୍ ସନ୍ତର୍ପନ୍ ରେ ଚାଲିଛି ଏମିତି ବ୍ୟବସ୍ଥା ।


ଏବେ ସରକାର କୋଟି କୋଟି ଟଙ୍କା ଡାକ୍ତରଖାନା ଗୁଡ଼ିକୁ ଯୋଗାଇ ଦେଇ ତାର ଭିତ୍ତିଭୂମି ସହ ଅନ୍ୟାନ୍ୟ ବ୍ୟବସ୍ଥା କୁ ଦୃଢ଼ କରିଛନ୍ତି ।ହେଲେ ଚିକିତ୍ସକ ମାନେ ଅଧିକାଂଶ ସ୍ଥାନରେ ପାଲି କରି ଆସୁଛନ୍ତି ଓ ବେସରକାରୀ ପ୍ରାକ୍ଟିସ ରେ ମାରିଛନ୍ତି ।
ଏବେ ସରକାର ସରକାରୀ ଚାକିରିଆ ଓ ଆୟକର ଦାତା ଙ୍କୁ ଛାଡି ସମସ୍ତ ଙ୍କ ପାଇଁ ସ୍ବାସ୍ଥ୍ୟ କାର୍ଡ ର ବ୍ୟବସ୍ଥା କରିଥିବାରୁ ବେସରକାରୀ ଡାକ୍ତରଖାନା ସଂଖ୍ୟା ବଢ଼ିଛି । ବହୁ ସରକାରୀ ଡାକ୍ତର ହାଜିରା ପକେଇ ବା ବିଲକୁଲ ନ ଆସି ଏହି ଡାକ୍ତରଖାନାରେ ସରକାରୀ କାର୍ଯ୍ୟ ନକରି ଚିକିତ୍ସା କରୁଥିବାର ଦେଖା ଯାଉଛି ।
ଏଣୁ ସାଧାରଣ ନାଗରିକ ର ଟିକସ ରୁ ଦରମା ନେଇ ବେସରକାରୀ ଚିକିତ୍ସା ରେ ମାତି ଥିବାରୁ ସରକାର ତୁରନ୍ତ ସବୁ ଡାକ୍ତରଖାନାରେ ବାୟୋ ମାଟ୍ରିକ ଉପସ୍ଥାନ ସହ ସି ସି ଟି ଭି କୁ ସଂଚାର କରିଆ ରାଜ୍ୟ ସଚିବାଳୟ ଓ ନିର୍ଦ୍ଦେଶାଳୟ ସହ ସଂଯୁକ୍ତ କରାଯିବାକୁ ବହୁ ସମାଜ ସେବୀ ଅନୁରୋଧ କରିଛନ୍ତି । ପ୍ରତି ଡାକ୍ତରଖାନାରେ ଡିସ୍ ପ୍ଲେ ବୋର୍ଡ଼ ରେ ଉପସ୍ଥିତ ଡାକ୍ତର ଙ୍କ ନାମ ପଦଶନ୍ କରାଯିବାକୁ ମଧ୍ୟ ଦାବି କରାଯାଉଛି । ତେବେ ଆଜିବି ବହୁ ଡାକ୍ତର ନିଷ୍ଠାପର ଭାବେ କର୍ଯ୍ୟକୃଥିଲା ବେଳେ ଠିକ୍ ଭାବେ ଡିଉଟି କରୁ ନଥିବା ଚିକିତ୍ସକ ଙ୍କ ପାଇଁ ଅନେକ ଭଲ ଡାକ୍ତର ଙ୍କ ଉପରେ ଏହାର କୁ ପ୍ରଭାବ ପଡୁଛି

ଏବେ ରାଜ୍ୟ ଟିକସ ଦାତା ର ଅର୍ଥ ରୁ ହଜାର ହଜାର କୋଟି ଟଙ୍କା ଡାକ୍ତରଖାନା କୁ ଦିଆଯାଇ ଏହାର ଭିତ୍ତିଭୂମି କୁ ଦୃଢ଼ କରାଯାଉଛି । ବେଳେ ଡାକ୍ତର ମାନେ ଅନେକ ସମୟରେ ରହୁନଥିବାରୁ ଏପରିକି ସରକାରୀ ଡାକ୍ତର ଖାନା ରେ ଚିକିତ୍ସା ର ଉପଯୁକ୍ତ ବନ୍ଦୋବସ୍ତ ଥାଉ ବି ରୋଗୀ ମାନଙ୍କୁ ବେସରକାରୀ ଡାକ୍ତର ଖା ନା କୁ ଯିବା ଲାଗି ପରାମର୍ଶ ଦିଆଯାଉଥିବାରୁ ଅନେକ ସମୟ ରେ ରୋଗୀ ଙ୍କୁ ବେସରକାରୀ ହସ୍ପିଟାଲ ଅନେକ ସମୟ ରେ ଶୋଷଣ କରୁଛନ୍ତି । ରୋଗୀ ମାନଙ୍କ ସ୍ବାସ୍ଥ୍ୟ କାର୍ଡ ରୁ ଉପଯୁକ୍ତ ଚିକିତ୍ସା ନ ଦେଇ ଅଧିକ ଅର୍ଥ କାଟୁଛନ୍ତି । ଏହାଦ୍ବାରା ସରକାର ଙ୍କ ଠାରୁ ମଧ୍ୟ ବେସରକାରୀ ହସ୍ପିଟାଲ ଅର୍ଥ ଲୁଟି ନେଇଛନ୍ତି । ଗୋଟେ ଅଲିଖିତ ବୁଝାମଣା ରେ ଯେମଇତି ବ୍ୟବସାୟୀ ଡାକ୍ତର ଅଧିକାରୀ ରାଜନେତା ମାନେ ସରକାରୀ ଡାକ୍ତଖାନାଗୁଡ଼ିକରେ ସବୁ ସୁବିଧା ଥାଉ ଥାଉ ସରକାର ଙ୍କ ଠାରୁ ଲୁଟି ନେଇଛନ୍ତି ଟିକସ ଦାତା ଙ୍କ ଅର୍ଥ

Leave A Reply

Your email address will not be published.

1 × 5 =