ଜାତୀୟ ସବୁଜ ପ୍ରାଧିକରଣ ଏନ୍ ଜି ଟି ର ବର୍ଜ୍ୟ କ୍ରୋମିଅମ ପକାଇବା ଉପରେ ନିଷେଧାଜ୍ଞା
- ଆଦେଶ ଅନୁପାଳନ ପାଇଁ ଜିଲ୍ଲାପାଳ ଓ ଏସ ପି ଙ୍କୁ ନିର୍ଦ୍ଦେଶ
- ଭୂତଲ ଜଳ ପ୍ରଦୂଷିତ ହୋଇଛି କି ନାହିଁ ନିରୀକ୍ଷଣ କରିବାକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଙ୍କୁ ଜଳ ପରୀକ୍ଷା ପାଇଁ ନିର୍ଦ୍ଦେଶ
- ଓ ପ୍ରଦୂଷଣ ଚିହ୍ନଟ ହେଲେ ଏଥିପାଇଁ କଣ ପ୍ରତିକାର କରାଯାଇ ପାରିବ ସେ ନେଇ ଯୋଜନା ଦାଖଲ ପାଇଁ ନିର୍ଦ୍ଦେଶ ।
- ଡିସେମ୍ବର ୯ ରେ ହେଉଥିବା ପରବର୍ତ୍ତୀ ଶୁଣାଣି ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ସଦସ୍ୟ ସଚିବ କମ୍ପାନୀ କର୍ତ୍ତୃପକ୍ଷ ଓ ଧର୍ମଶାଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ
ଯାଜପୁର ଜିଲ୍ଲା ର ଧର୍ମଶାଳା ରେ ଥିବା ମହାବିଦ୍ୟାଳୟ ରେ ଥିବା ଏକ ପରିତ୍ୟକ୍ତ ଲାଟେରାଇଟ ପଥର ଖଣି ରେ କ୍ରୋମିଅମ ଯୁକ୍ତ ବର୍ଜ୍ୟ ବସ୍ତୁ ନିକ୍ଷେପ କରା ଯାଉଥିବାରୁ ଏମ୍ ଏସ କୋ ଏ ଲ ରିସୋର୍ସେସ ପ୍ରାଇଭେଟ୍ ଲିମିଟେଡ ଉପରେ ଏନ୍ ଜି ଟି କଲିକତା ବେଞ୍ଚ ନିଷେଧାଜ୍ଞା ଲଗାଇବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇ ଛନ୍ତି ।
ମୂଳ ଆବେଦନକାରି ୬୨/୨୦୨୫ ଇ ଜେଡ ରେ ସତୀଶ କୁମାର ବିଶ୍ୱାଳ ଙ୍କ ଅଭିଯୋଗ ଉପରେ ବିଚାର କରି ପ୍ରତିପକ୍ଷ ପକ୍ଷରୁ ୨୨ ଅଗଷ୍ଟ ୨୦୨୩ ପରିଚାଳନା ପାଇଁ ସମ୍ମତି ପତ୍ର ଆଧାର ରେ ବର୍ଜ୍ୟ ବସ୍ତୁ ପକା ଯାଉଥିଲା ବେଳେ ଏହା ବର୍ଯ୍ୟ ବସ୍ତୁ ଫୋପାଡ଼ିବା ଉପଯୁକ୍ତ ସ୍ଥାନ ହୋଇ ନ ଥିବା ଓ ଏଥିଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁମତି ନିଆ ଯିବା ର ପ୍ରମାଣ ନ ଥିବାର ଏନ୍ ଜି ଟି ଉଲ୍ଲେଖ କରିଛନ୍ତି ।
ତେବେ ପରିବେଶ ଜନିତ କ୍ଷତିକୁ ରୋକିବାକୁ ସତର୍କତାମୂଳକ ସିଦ୍ଧାନ୍ତ ଆଧାର ରେ ଏନ୍ ଜି ଟି ଏଇ ନିଷେଧାଜ୍ଞା ଜାରି ଥିବାରୁ ଏହା ର ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦିଆ ଯାଇଛି ।
ଏନ୍ ଜି ଟି ର ଖଣ୍ଡପୀଠ ରେ
ମାନ୍ୟବର ଜଷ୍ଟିସ ଅରୁଣ କୁମାର ତ୍ୟାଗୀ ଯୁଡ଼ିଶିଆଲ ମେମ୍ବର
ମାନ୍ୟବର ଡକ୍ଟର ଏ ସେନ୍ଥିଲ ଭେଲ ଏକ୍ସପର୍ଟ ମେମ୍ବର
ମାନ୍ୟବର ଇଶ୍ଵର ସିଂହ ଏକ୍ସପର୍ଟ ମେମ୍ବର ଏହି ମାମଲା ର ବିଚାର କରି ନିର୍ଦ୍ଦେଶ ଦେଇ ଥିଲା ବେଳେ ଆଗାମୀ ଶୁଣାଣି ଡିସେମ୍ବର ୯ ୨୦୨୬ ରେ କରାଯିବାକୁ ସ୍ଥିର କରାଯାଇଛି ।
ଆବେଦନ କାରି ଙ୍କ ପକ୍ଷରୁ ସୁପ୍ରିମ କୋର୍ଟ ର ଯୁବ ଆଇନିଯିବି ତଥା ଇଞ୍ଜିନିୟର ଦେବଦତ୍ତ କାନୁନଗୋ ସଞ୍ଚାର ମଧ୍ୟମ ରେ ଯୁକ୍ତି ଉପସ୍ଥାପନ କରିଛନ୍ତି ।