ନିରବି ଗଲେ ନିଆରା ନାନା
ନିଆରା ନାନା ,,,ନିଆଁ ର ନାଁ ନାନା। ଯାହାଙ୍କ ସଂଳାପ ରେ ରକ୍ତ ରେ ଲାଗି ଯାଉଥିଲା ବିଳ୍ପବ ର ନିଆଁ ।ଯାହାଙ୍କ ଶବ୍ଦ ରେ ସଞ୍ଚରି ଯାଉଥିଲା ଦର୍ଶକ ମନରେ ସିଂହର ଶକ୍ତି । ସିଏ ଥିଲେ କ୍ରାନ୍ତି ବୀର କଳାକାର ନାନା ପାଟେକର,
ସେ କେବଳ ଜଣେ କଳାକାର ନ ଥିଲେ । ସେ ଥିଲେ ନିଆରା ମଣିଷ । ଦରଦୀ ପୁଣି ସମ୍ବେଦନ ଶିଳ । ଅନ୍ୟ ଚଳଚ୍ଚିତ୍ର ତାରକା ଙ୍କ ପରି ତାଙ୍କର ଜୀବନ ନ ଥିଲା ବିଳାସ ପୂର୍ଣ୍ଣ। ସରଳ ନିରାଡ଼ମ୍ବର ଜୀବନ ବଞ୍ଚୁଥିଲେ ସେ । ସୀମାନ୍ତ ରେ ଉତ୍ତେଜନା ହେଲେ ୟୁନିଫର୍ମ ପିନ୍ଧି ଛୁଟି ଯାଉଥିଲେ ଭାରତୀୟ ସେନା ନିକଟକୁ ସେମାନଙ୍କୁ ଉତ୍ସାହିତ କରିବାକୁ । ନିଜ ଆୟ ର ସିଂହ ଭାଗ ସମାଜ ସେବା ରେ ଖର୍ଚ୍ଚ କରୁଥିଲେ ।ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ରେ କୃଷି କୃଷକ ଜଳ ସେଚନ ର ବିକାଶ ପାଇଁ ଦେଉଥିଲେ ବ୍ୟାପକ ସହାୟତା ।ମହାରାଷ୍ଟ୍ର ରେ ଚାଷୀ ଆତ୍ମ ହତ୍ୟା କଲେ ଦୁର୍ଗର ପରିବାର ପାଖରେ ଠିଆ ହୋଇ ତାଙ୍କର ପରିବାର କୁ ଯୋଗାଉଥିଲେ ଆର୍ଥିକ ସାହାଯ୍ୟ । ଦୁର୍ଗତ ପରିବାର ସଦସ୍ୟ ସଦସ୍ୟା ଙ୍କ ସ୍ୱାସ୍ଥ୍ୟ ପିଲା ମାନଙ୍କ ଶିକ୍ଷା ପାଇଁ ମଧ୍ୟ ସେ କରିଥିଲେ ଅକୁଣ୍ଠିତ ସାହାଯ୍ୟ ସହଯୋଗ। ତୃଣମୂଳ ସ୍ତର ରେ ତାଙ୍କର ମାନବୀୟ ନୀରବ ସହଯୋଗ ତାଙ୍କୁ ଅମର କରି ରଖିବ ।
ପ୍ରାକୃତିକ ବିପର୍ଜୟ ଠାରୁ ଆରମ୍ଭ କରି କୋଭିଡ ଭୂତାଣୁ ସଂକ୍ରମଣ ସମୟ ଓ କାରଗିଲ ଯୁଧ୍ୟ ସମୟ ରେ ନାନା କରିଥିବା ସାହାଯ୍ୟ ସହଯୋଗକୁ ଦେଶ ବାସୀ କେବେ ବି ଭୁଲି ପାରିବେନି ।
ଏମିତି ଜଣେ ଭଲ ମଣିଷ ର ଅନ୍ତିମ ବିଦାୟ ରେ ଖାଲି କଳାକାର ଜଗତ ନୁହେଁ ବରଂ ସମସ୍ତେ ମିୟମ୍ରାଣ । ୭୫ ବର୍ଷ ବୟସରେ ଅନ୍ତିମ ଶ୍ୱାସ ନେଇ ଥିବା ପଦ୍ମଶ୍ରୀ ନାନା ଙ୍କୁ ଦେଶବାସୀ ନିଶ୍ଚୟ ମନେ ରଖିଥିବେ ।