ଭାରତ ପାଲଟିଛି ପ୍ରଦୂଷିତ ସହର ର ରାଜଧାନୀ
ଭାରତ କୁ ପ୍ରକୃତି ଦେବାରେ ଅବହେଳା କରି ନାହିଁ । ବରଫାବୃତ ହିମାଳୟ ଠାରୁ ଆରମ୍ଭ କରି ବିପୁଳ ଜଙ୍ଗଲ ମା ଗଙ୍ଗା ପରି ପବିତ୍ର ନଦୀ । ହେଲେ ଉପଯୁକ୍ତ ପରିଚାଳନା ଜନସଚେତନତା ଓ ସରକାର ଉଦାସୀନତା ପାଇଁ ଏହା ପାଲଟିଛି ପ୍ରଦୂଷଣ ର ରାଜଧାନୀ
ଏଠି ପୁଣି ପାହାଡ ନଇ ବୃକ୍ଷ କୁ ଦେବୀ ଦେବତା ଙ୍କ ସହ ତୁଳନା କରାଯାଏ ।ପ୍ରକୃତି କୁ ପୂଜା କରାଯାଏ । ହେଲେ ଦୁର୍ଭାଗ୍ୟ ଯେ ବିଶ୍ୱ ର ସବୁଠୁ ପ୍ରଦୂଷିତ ସହର ଗୁଡ଼ିକ ଭାରତ ରେ ରହିଛି ।
ବିଶ୍ୱର ୧୦୦ ଟି ପ୍ରଦୂଷିତ ସହର ଭିତରୁ ଭାରତରେ ୯୯ ଟି ସହର ରହିଛି ।
ତେବେ ଶୀର୍ଷ ରେ ପଞ୍ଜାବ ର ଦୁଇଟି ସହର ଥିଲା ବେଳେ ଦିଲ୍ଲୀ ପ୍ରଥିବି ର ତୃତୀୟ ପ୍ରଦୂଷିତ ସହର ର ତାଲିକା ରେ ରହିଛି ।
କଟକ ମଧ୍ୟ ୧୦୦ ତମ ପ୍ରଦୂଷିତ ସହର ତାଲିକା ରେ ରହିଛି ।ଭାରତ ବାହାରେ କେବଳ ପାକିସ୍ଥାନ ର ଲାହୋର ସହର ୧୮ ତମ ପ୍ରଦୂଷିତ ସହର ଭାବ ରେ ରହିଛି ।
ପଞ୍ଜାବ ଭାଟିଣ୍ଡା ସହର ପୃଥିବୀ ର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବରେ ଏହାର ବାୟୁ ଗୁଣବତ୍ତା ସୂଚନାଙ୍କ ୯୦୦ ରୁ ଅଧିକ ଥିଲାବେଳେ ଦିଲ୍ଲୀ ରେ ୧୩ ନଭେମ୍ବର ରେ ଏୟାର କ୍ୱାଲିଟୀ ଇଣ୍ଡେକ୍ସ ୪୦୦ ରୁ ଅଧିକ ରହିଛି ଯାହା ଅତି ବିପଜ୍ଜନକ ରହିଛି ।