ଶ୍ରାଦ୍ଧ ଦିବସ ପାଲଟିଲା ଶ୍ରଦ୍ଧା ଦିବସ ନିଆରା ଭାବରେ ପାଳିତ ହେଲା ଶ୍ରାଦ୍ଧ ବାର୍ଷିକୀ ।

ଆଲେଖ୍ୟ -ଆଡଭୋକେଟ୍ ସତ୍ୟନାରାୟଣ ଦାସ କାର୍ଯ୍ୟନିର୍ବାହୀ ସମ୍ପାଦକ ଭଏସ ଅଫ କମନ୍ସ

ପାରିବାର ରୁ ରୋଜଗାରିଆ ପୁଅ ଟି ମରିଯିବ ।ଦୁଃଖ ଦୁର୍ଦ୍ଦଶା ଭିତରେ ସମସ୍ତେ ଭାଙ୍ଗି ପଡ଼ିଥିଲା ବେଳେ ବିଧବା ଭୁଆସୁଣୀ ସ୍ତ୍ରୀ ବୁଢ଼ା ବାପା ମା ଘରେ ରହିଥିବା ଅବିବାହିତ୍ ଭାଉଣୀ କୁନି କୁନି ପୁଅ ଝିଅ ଅସହାୟ ହୋଇ ଭବ ଦରିଆ ରେ ଭାସୁ ଥିଲା ବେଳେ ଏ ସମାଜ ଟା ଏମିତି ଯେ ଶବ ସତ୍କାର ଠାରୁ ଦଶାହ ଏକା ଦଶାହ ଦ୍ଵାଦଶାହ ରେ ଖିରି ପୁରୀ ବାରପତ୍ର ରେ ମାଛ ଖାଇବାକୁ ଦେବାକୁ ବାଧ୍ୟ କରା ଯାଉଥିବ ।କେହି ପଚାରୁ ନ ଥିବେ ଯେ ବାପା ମରିଗଲା ପରେ ତାଙ୍କ ଘର ର ଚୁଲି କେମିତି ଜଳିବ ,ଚାଳ ଛପର କେମିତି ହେବ , ବୁଢ଼ା ବାପା ମା ଙ୍କ ମୁହଁ ରେ କିଏ ଦି ମୁଠା ଭାତ ଦେବ । ଆଭିଆଡ଼ି ଭଉଣି କେମିତି ହାତ କୁ ଦି ହାତ ହେବ ? ଛୁଆ ମାନେ ଆଉ ପାଠ ପଢ଼ି ପାରିବେତ

ଧୀରେ ଧୀରେ ମୃତ୍ୟୁ ଭୋଜି ସାଧାରଣ ମଣିଷ ଟି ଉପରେ ବୋଝ ହେଉ ଯାଉଛି ।ଭୋଜି ଭାତ ନୂଆ ଲୁଗା ର ଆର୍ଥିକ ବୋଝ ଭିତରେ ମଣିଷ ର ଦୁଃଖ ଆହୁରି ବଢ଼ି ଯାଉଛି । କାହା ଘରୁ କିଏ ଜଣେ ପରପାରିକୁ ଚାଲି ଗଲେ କେମିତି ସଂସାର ଶଗଡ଼ି ଆଗକୁ ଗଡିବ ସେ କଥା ଚିନ୍ତା ବଢା଼ାଉଥିଲା ବେଳେ ମୃତ୍ୟୁ ପରେ ଭୋଜି ଭାତ ଦେଇ ଆପ୍ୟାୟିତ କରିବାର କୁ ସଂସ୍କାର ବନ୍ଦ ହେବା ଉଚିତ୍ ନୁହେଁ କି ? ଥିଲା ବାଲା ଲୋକ ମାନେ ବି କଣ ଏହି ଖର୍ଚ୍ଚ କୁ କିଛି ଗରିବ ଅସହାୟ ଙ୍କ ପାଇଁ ଖର୍ଚ୍ଚ କରି ପାନ୍ତେନି।

ମା ଙ୍କ ବୟସ ନବେ ଟପି ସାରିଥିଲା । ଯୌଥ ପରିବାର ରେ ଦେଶ ହସଖୁସି ରେ ରହୁଥିବା ମା ଙ୍କ ଦେହାନ୍ତ ପରେ ରକ୍ତ ଦାନ ସହ କିଛି ମହତ୍ କାମ ଭିତରେ ମା ଙ୍କ ଅନ୍ତେଷ୍ଟି ସାରିଥିଲା ବେଳେ ଶ୍ରାଦ୍ଧ ବାର୍ଷିକୀ କୁ ମଧ୍ୟ ସମାଜ ସେବା ରେ ସମର୍ପିତ କରିବାକୁ ନିଷ୍ପତି ନିଅନ୍ତି ସାନପୁଅ ତଥା ସେନା ବାହିନୀ ରୁ ସେବା ନିବୃତ୍ତ ଅଧିକାରୀ ତଥା ଭୌତିକ ଚିକିତ୍ସକ ମହେନ୍ଦ୍ର ଦାସ ।ପରିବାର ର ବି ସମସ୍ତେ ସହମତି ଦିଅନ୍ତି ।

ଧର୍ମ ପରାୟଣ ମହିଳା ମା ନେଉଲି ଦାସ ଙ୍କ ର ଶ୍ରାଦ୍ଧ ଦିବସ ରକ୍ତ ଦାନ ବୃକ୍ଷ ରୋପଣ ଶ୍ରୀ ଭାଗବତ ଅଭିଯାନ ସାମୂହିକ ଭାଗବତ ପଠନ ଓ ବିତରଣ ସାଧୁ ସନ୍ଥ ଙ୍କ ସମାବେଶ ଭଜନ ଭୋଜନ ରେ ଅନୁଷ୍ଠିତ ହୋଇ ଯାଇଛି । ସ୍ୱେଚ୍ଛାସେବୀ ସଂଗଠନ ସାହା ଓ ମା ରାଧା ଦେବୀ ଦତ୍ତ ନ୍ୟାସ ର ଆୟୋଜନ ରେ ଅନୁଷ୍ଠିତ ରକ୍ତ ଦାନ ଶିବିର ରେ ୨୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଶିଶୁ ଶଲ୍ୟ ବିଶେଷଜ୍ଞ ପ୍ରଫେସର ଡକ୍ଟର ବନୋଜ ରାୟ ଙ୍କ ନେତୃତ୍ୱ ରେ ଶ୍ରୀ ଭାଗବତ ଅଭିଯାନ ରେ ସାମୂହିକ ଭାଗବତ ପଠନ ରେ ବହୁ ସାଧୁ ସନ୍ଥ ବୁଦ୍ଧିଜୀବୀ ଓ ମହିଳା ଭାଗ ନେଇ ଥିଲେ ।


ଶିକ୍ଷାବିତ୍ ପ୍ରଫେସର ଡକ୍ଟର ସୁଧାଂଶୁ ରଞ୍ଜନ ସ୍ୱାଇଁ ପ୍ରଫେସର ଦେବୀ ପ୍ରସାଦ ଦାସ ଶିକ୍ଷାବିତ୍ ଅରୁଣ ବାରିକ ସାମ୍ବାଦିକ ବିଜୟ ଜେନା ଶିଶିର ପଣ୍ଡା ସାଂବାଦିକ ଉମାକାନ୍ତ ଜେନା ଗୋ ସେବକ ଦୀନେଶ ଗୁପ୍ତା ସୂଚନା ଅଧିକର କର୍ମୀ ଦୀପକ ଆଚାର୍ଯ୍ୟ ସେବକ ଜରାଶ୍ରମ ରୁ ଅଶୋକ ସ୍ବାଇଁ କଟକରୁ ପ୍ରଦୀପ ବରାଳ ଅପନା ଘର ଜଗତପୁର ର ପରିଚାଳକ ଶୁକଦେବ ଅଗ୍ରୱାଲ କବି ଗୋବିନ୍ଦ ମହାନ୍ତି ପି ପି ଏଲ ର ପରିଚାଳକଇଞ୍ଜିନିୟର୍ ଏସ ରଂଜନ ଭାରତ ଭୂଷଣ ପଟ୍ଟନାୟକ ଦେବୀ ପ୍ରସାଦ ଭୋଇ ସାମ୍ବାଦିକ ଅଜୟ ମହାନ୍ତି ଙ୍କ ସମେତ ବହୁ ସାଧୁସନ୍ଥ ଯୋଗ ଦେଇ ଥିଲେ ।ଗଛ କିଶୋର ଙ୍କ ନେତୃତ୍ୱ ରେ ବୃକ୍ଷ ରୋପଣ କରାଯାଇ ଥିଲା ବେଳେ ସାଧୁ ଗୌରାଙ୍ଗ ଦାସ ଙ୍କ ନେତୃତ୍ୱ ରେ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାଧୁ ଚିତ ରଞ୍ଜନ କର ଗୀତାପାଠ ସଞ୍ଚାଳନ କରିଥିଲେ ।

ମା ନେଉଲି ଦାସ ସ୍ମୁତି ସାଂସଦ ର କର୍ମକର୍ତ୍ତା ମହେନ୍ଦ୍ର ଦାସ ସହଯୋଗ କରିଥିଲେ ।


ଡକ୍ଟର ସ୍ୱାଳିନ ପରିଜା ଙ୍କ ନେତୃତ୍ୱ ରେ ଆଇ ପି ଟି ର ଛାତ୍ର ମାନେ ରକ୍ତ ଦାନ କରିଥିଲେ ।

ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟଣ ଦାସ କାଯ୍ୟକ୍ରମ ଗୁଡ଼ିକ ପରିଚାଳନା କରିଥିଲେ । ପତିତପାବନ ଦାସ ଉପେନ୍ଦ୍ର ଦାସ ଜିତେନ୍ଦ୍ର ଦାସ ସୌମିତ୍ର ଦାସ ସନତ ଦାସ ଜୀବନ ଦାସ ଅଜୟ ଦାସ ବୃଷଭାନୁ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.