ପଦ୍ମଶ୍ରୀ ଅଶୋକ ମହାପାତ୍ର ଅସୁସ୍ଥ ଆରୋଗ୍ୟ ପାଇଁ ସବୁ ମହଲ ରେ ପାର୍ଥନା
ଦେଶ ର ସୁନାମ ଧନ୍ୟ ଚିକିତ୍ସକପଦ୍ମଶ୍ରୀ ପ୍ରଫେସର_ଡା.ଅଶୋକ କୁମାର ମହାପାତ୍ର ଅସୁସ୍ଥ ହୋଇ ଥିବାରୁ ସବୁ ମହଲ ରେ ଉଦ୍ବେଗ ପ୍ରକାଶ ପାଇଛି । କିଛିଦିନ ତଳେ ସେ ମସ୍ତିଷ୍କ ଯନ୍ତ୍ରଣାରେ ଅସୁସ୍ଥ ହୋଇ ଏକ ବେସରକାରୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଅଧିକ ଉନ୍ନତ ଚିକିତ୍ସା ଲାଗି ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତରଣ ବେଳେ ତାଙ୍କର ସହିତ ଏକ ଡାକ୍ତରୀ ବିଶେଷଜ୍ଞ ଦଳ ପଠାଯାଇଛି।
ସତରେ ଯେମିତି ସେ ଜଣେ ଦ୍ୱିତୀୟ ଦେବତା ।ଏମିତି ଜଣେ ଚିକିତ୍ସକ ଭଲ ମଣିଷ ଙ୍କୁ ନେଇ ରାଜ୍ୟ ସବୁ ବେଳେ ଗର୍ବ କରୁଥିଲା ବେଳେ ତାଙ୍କ ର ଅସୁସ୍ଥତା ନେଇ ସାରା ରାଜ୍ୟ ରେ ଉଦ୍ବେଗ ପ୍ରକାଶ ପାଉଛି । ଚିକିତ୍ସା ବିଜ୍ଞାନ ରେ ତାଙ୍କର ଅତୁଳନୀୟ ସେବା ତ୍ୟାଗ ଓ ସମର୍ପଣ ରେ ସମସ୍ତ ଅଭିଭୂତ ହୋଇ ଯାଉଥିଲା ବେଳେ ତାଙ୍କର ଆରୋଗ୍ୟ ପାଇଁ ସାଧାରଣ ରେ ପାର୍ଥନା କରାଯାଉଛି ।
ବହୁ ବିରଳ ମସ୍ତିଷ୍କ ଅସ୍ତ୍ର ଉପଚାର କରି ସେ ବିଶ୍ୱ ରେ ସୁନାମ ଅର୍ଜନ କରିଛନ୍ତି। ଜଣେ ସରଳ ମିଷ୍ଟଭାସି ବ୍ୟକ୍ତିତ୍ଵ ର ଅଧିକାରୀ ସେ । ଇସ୍ୱର ବିଶ୍ୱାସୀ ଓ ସମ୍ବେଦନ ଶିଳ ଦରଦୀ ମଣିଷ ଭାବେ ସାଧାରଣ ଜନତା ର ବି ସେ ହୋଇଛନ୍ତି ଶ୍ରଦ୍ଧା ଭାଜନ। ଭୁବନେଶ୍ୱର ଏମ୍ସ ପ୍ରତିଷ୍ଠା ରେ ତାଙ୍କର ପ୍ରୟାସ କୁ ରାଜ୍ୟ ବାସୀ ସବୁ ବେଳେ ମନେ ରଖିବେ । ତେବେ ସବୁ ମହଲରେ ତାଙ୍କ ଆରୋଗ୍ୟ ପାଇଁ ଇଶ୍ଵର ଙ୍କୁ ପାର୍ଥ ନା କରାଯାଉଛି