ବନବାସୀ ଙ୍କ ସହ ଦିନ ଟିଏ,,,

ତାଙ୍କରି ସହ ଗଣତନ୍ତ୍ର ଦିବସ ପାଳିଲେ ସ୍ୱେଚ୍ଛାସେବୀ , ଉଡେଇଲେ ଜାତୀୟ ପତାକା,ସକାଳୁ ସକାଳୁ ସମସ୍ତେ ମିଶି ପଢିଲେ ଅଧ୍ୟାୟେ ଭାଗବତ,,

ଗାଁ ଦାଣ୍ଡ ରେ ,ମିଳିମିଶି କଲେ ପଙ୍କ୍ତି ଭୋଜନ,,ଡାକ୍ତରୀ ଦଳ ରୋଗୀ ମାନଙ୍କୁ କଲେ ଚିକିତ୍ସା ।ହେଲା ଚକ୍ଷୁ ପରୀକ୍ଷା ।ମୋତିଆ ବିନ୍ଦୁ ରୋଗୀ ମାନଙ୍କୁ ଚିହ୍ନଟ କରି ଡାକ୍ତରଖାନା ରେ ଅସ୍ତ୍ର ଉପଚାର ର କରାଗଲା ବ୍ୟବସ୍ଥା ,ଆଉ ପ୍ରବଳ ଶିତ ରେ ସେଇ ନିରୀହ ସରଳ ଆଦିବାସୀ ଭାଇ ଭାଉଣି ହାତ ରେ ସ୍ୱେଚ୍ଛାସେବୀ ମାନେ ସରଧା ରେ ଧରେଇ ଦେଲେ କମ୍ବଲ ଶୀତବସ୍ତ୍ର ଓ ମା ମାନଙ୍କ ପାଇଁ ଲୁଗା,,ବେଶ୍ ହସ ଖୁସି ରେ ବିତିଲା ଦିନ ଟିଏ,ଫେରିଆସିଲା ବେଳେ ହୃଦୟ ରେ ଭରି ଯାଉଥିଲା କେମିତି ଏକ ଅଜଣା ପୁଲକ,,ଆସିଲା ବେଳେ କେମିତି ଏଇ ନିବିଡ ଆତ୍ମୀୟତା ଆଉ ଆପଣାପଣ ରେ ଗାଁ ଲୋକ ଙ୍କ ସହ ବାନ୍ଧି ହେଇ ଯାଇ ଥିବାର ଅନୁଭବ କରୁଥିଲେ ସମସ୍ତେ ,

Leave A Reply

Your email address will not be published.