ସେପ୍ଟେମ୍ବର ରୁ ଅକ୍ଟୋବର ଭିତରେ ତିନି ଟି ବାତ୍ୟା ର ଭବିଷ୍ୟତ ବାଣୀ କଲା ଇସ୍ରୋ

ଅକ୍ଟୋବର ଆସିଲେ ବାତ୍ୟା ର ଚିନ୍ତା ଓଡ଼ିଶାର ଲୋକ ମାନଙ୍କୁ ଭୟ ରେ ଉତ୍କଣ୍ଠିତ କରେ ।ଏହି ମାସ ରେ ୧୯୯୯ ମସିହା ରେ ସଙ୍ଗଠିତ ବାତ୍ୟା ର କରୁଣ ସ୍ମୁତି ଆଜି ବି ସେହି ଦିନ କୁ ଦେଖୁଥିବା ମଣିଷ ଙ୍କୁ ଅଥୟ କରେ ।
ତେବେ ଏ ବର୍ଷ ପାଣିପାଗ ବେସ ଅସ୍ୱାଭାବିକ ରହିଛି ।ଏଲ ନି ନୋ ପ୍ରଭାବ ରେ ଜୁନ୍ ରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିଲା ବେଳେ ଅନ୍ୟ ମାସ ଗୁଡ଼ିକ ରେ ଲଗାତାର ଲଘୁଚାପ ସୃଷ୍ଟି ହୋଇ ସ୍ୱାଭାବିକ ବର୍ଷା ଠାରୁ ୭୫ ପ୍ରତିଶତ ରୁ ଅଧିକ ବର୍ଷା ହେବା ଅଗଷ୍ଟ ମାସ ର ଉତ୍ତାପ ସ୍ୱାଭାବିକ ଠାରୁ ଯଥେଷ୍ଟ ଅଧିକ ରହିବା ପାଣିପାଗ ବିଶାରଦଙ୍କ ପାଇଁ ଚିନ୍ତା ର ବିଷୟ ହୋଇ ଥିଲା ବେଳେ ଏହା ଜଳବାୟୁ ର ପରିବର୍ତ୍ତନ ବିଶ୍ୱ ତାପମାତ୍ରା ରେ ବୃଦ୍ଧି ର କାରଣ ବୋଲି କୁହା ଯାଉଛି ।
ସବୁ ଭିତରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଇସ୍ରୋ ର ସେପ୍ଟେମ୍ବର ରୁ ଡିସେମ୍ବର ଭିତରେ ତିନି ତିନି ଟି ଶକ୍ତିଶାଳୀ ବାତ୍ୟା ର ଭବିଷ୍ୟତବାଣୀ ଉଭୟ ଭାରତ ର ପୂର୍ବ ଓ ପଶ୍ଚିମ ଉପକୂଳ ର ଜନ ସାଧାରଣ ଙ୍କ ମନ ରେ ଆଶଙ୍କା ସୃଷ୍ଟି କରିଛି ।

ପୁନଶ୍ଚ ଗଟ ୪୪ ବର୍ଷ ଭିତରେ ସଂଗଠିତ ବାତ୍ୟା ର ହାରାହାରି ତୁଳନା ରେ ଏହି ବର୍ଷ ବାତ୍ୟା ର ପ୍ରଭାବ ୮୩ ପ୍ରତିଶତ ଅଧିକ ରହିବ ବୋଲି କୁହାଯାଉଛି ।

Leave A Reply

Your email address will not be published.