କଟକ ୧୫/୦୨

ରାଇସୂଙ୍ଗୁଡ଼ା ର ଶକ୍ତି ସାଇ ଚିକିତ୍ସାଳୟ କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟମନ୍ତ୍ରୀ ଉତ୍କୃଷ୍ଟ ସେବା ସମ୍ମାନ

ଶକ୍ତି ସାଇ ଚିକିତ୍ସାଳୟ କୁ ମୁଖ୍ୟମନ୍ତ୍ରୀ ଉତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ସମ୍ମାନ ସାଲେପୁର ଅଞ୍ଚଲରେ ଗ୍ରାମଞ୍ଚଳର ଗୁଣାତ୍ମକ ସ୍ବାସ୍ଥ୍ୟ ସେବା କୁ କରିବ ଆହୁରି ଦୃଢ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାଲେପୁର ବ୍ଲକ ର

ରାଇସୁଙ୍ଗୁଡ଼ା ଠାରେ ପ୍ରତିଷ୍ଠିତ ଶକ୍ତି ସାଇ ଚିକିତ୍ସାଳୟ ସାଲେପୁର ର ଗ୍ରାମାଞ୍ଚଳ ର ଜନସାଧାରଣ ଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ର ରେ ଅଗ୍ରଣୀ ଭୂମିକା ନେଇ ଥିବାରୁ ଏବେ ଏହା ରାଜ୍ୟ ସ୍ତର ରେ ସରକାରୀ ସ୍ଵୀକୃତି ପାଇଛି । ତେବେ କଟକ କେନ୍ଦ୍ରାପଡ଼ା ଯାଜପୁର ଏପରି କି ଜଗତସିଂପୁର ଜିଲ୍ଲା ର ରୋଗୀ ମାନେ ଏଠାରେ ଚିକିତ୍ସା ସେବା ନେବା ପାଇଁ ଆସି ଥାଆନ୍ତି

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଗତ ୧୩ ତାରିଖ ଦିନ ରାଜ୍ୟର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ସ୍ବାସ୍ଥ୍ୟ ବିଭାଗ ର ଶାସନ ସଚିବ ଶାଲିନି ପଣ୍ଡିତ ପ୍ରୁମୁଖ ଏକ ସ୍ବତନ୍ତ୍ର ଉତ୍ସବ ରେ ଏହି ସମ୍ମାନ ରେ ଏକାଧିକ ଚିକିତ୍ସାଲୟ କୁ ସମ୍ମାନିତ କରିଥିଲା ବେଳେ କଟକ ଜିଲ୍ଲାର ଶକ୍ତି ସାଇ ଚିକିତ୍ସାଳୟ ର ଯୁବ ଉଦ୍ୟୋଗୀ ତଥା ସତ୍ଵାଧିକାରୀ ସନ୍ତୋଷ ମହାନ୍ତି ଓ ରସ୍ମିରେଖା ସ୍ବାଇଁ ଙ୍କୁ ପ୍ରମାଣ ପତ୍ର ଓ ଉପଢ଼ୌକାନ ଦେଇ ସମ୍ମାନିତ କରିଛନ୍ତି ।

ଚିକିତ୍ସାଳୟ ର କର୍ମଚାରୀ ଓ ସ୍ବାସ୍ଥ୍ୟ ସେବା ଦେଉଥିବା ଚିକିତ୍ସକ ମାନଙ୍କ ନିଷ୍ଠା ସର୍ବୋପରି ରୋଗୀ ଓ ସେମାନଙ୍କ ଆତ୍ମୀୟ ଙ୍କ ସହଯୋଗ ଓ ଜନସାଧାରଣ ଙ୍କ ଶୁଭ କାମନା ପାଇଁ ଏହି ପୁରସ୍କାର ମିଳିଛି ବୋଲି ଚିକିତ୍ସାଳୟ ସତ୍ଵାଧିକାରୀ ପ୍ରକାଶ କରିଛନ୍ତି ।

ଏପରି ସମ୍ମାନ ଉଭୟ ସତ୍ଵାଧିକାରୀ ପତି ପତ୍ନୀ ଙ୍କୁ ବହୁ ଗୁଣ ରେ ଉତ୍ସାହିତ କରିଥିବାରୁ ସେମାନେ ଆହୁରି ଅଧିକ ଉତ୍ସର୍ଗୀକୃତ ଭାବେ ଗୁଣାତ୍ମକ ଚିକିତ୍ସା ପ୍ରଦାନ କରିବାକୁ ସର୍ବୋତ୍ତମ ପ୍ରୟାସ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

13 − 7 =