ଦରଦୀ ଦାନବୀର ସୁବ୍ରତ

ସାବାସ ସୁବ୍ରତ ସାବାସ ସୁସ୍ମିତା

ସେତେବେଳେ କୋଭିଡ଼ ର ଭୟଙ୍କର ସଂକ୍ରମଣ । ଦେଶ ରୁ ବିଦେଶ ଚାରିଆଡ଼େ କୁଢ଼ କୁଢ଼ ଶବ ର ପଟୁଆର । ଶ୍ମଶାନ ରେ ଶବ ସଂସ୍କାର ପାଇଁ ଥାନ ର ଅଭାବ । ଚାରିଆଡ଼େ ଖାଲି ଦୁଃଖ ବିଭୀଷିକା ଆଉ ଭୁତାଣୁ ର ଅଦୃଶ୍ୟ ଆତଙ୍କ। ମୃତ୍ୟୁର ତାଣ୍ଡବ ରେ ସମସ୍ତେ ତ୍ରସ୍ତ।

ଏମିତି ଏକ ଭୟଙ୍କର ଭୁତାଣୁ ର ଆସରନ୍ ଆକ୍ରମଣ ରେ କେତେ ବେଳେ କାହା ଜୀବନ ଚାଲିଯିବ ତାହା ଭାବିଲା ବେଳକୁ ଆଜି ବି ଦେହ ଶୀତେଇ ଉଠେ ।

କେହି କାହାକୁ ଛୁଇଁବାକୁ ଡର ମାଡୁ ଥିଲା ।ଚାରିଆଡ଼େ ତାଲାବନ୍ଦ, ରାସ୍ତାଘାଟ ଶୁନଶାନ୍ ,ବଜାର ବନ୍ଦ ,ରୋଜଗାର ଥପ ,ଟି ଭି ଖୋଲିଲେ ଖାଲି ମୃତ୍ୟୁ ର ବିଭିସିକା ଯେମିତି ଏବେ ଏବେ ବୋଧେ ଲୋପ ପାଇବେ ସବୁ ମଣିଷ ।ରାତି ପାହି ସକାଳ ହେଲେ କିଏ କାହାକୁ ଦେଖିବ ସେ ବିଶ୍ୱାସ ବି କାହାର ନଥିଲା । ନିଃଶ୍ୱାସ କୁ ବି ଡରୁଥିଲେ ସମସ୍ତେ।
ତେବେ ହଠାତ୍ ସେ ଦିନ ଟି ଭି କୁ ଆସିଥିଲେ ସେ ।ସାଧାରଣ ଲୋକ ଛୋଟ ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷିତ ଲୋକ ଙ୍କ ପାଇଁ ସେହି ଦୁରାରୋଗ୍ୟ ରୋଗ ଓ ତାକୁ ସମ୍ମୁଖୀନ ହେବାକୁ ମାନସିକ ପ୍ରସ୍ତୁତି ସାହସ ଧର୍ଯ୍ୟବନ୍ ହେବାକୁ ବୁଝେଇବା ଆରମ୍ଭ କଲେ ସେ । କାହାକୁ ଲାଗିଲା ଆଇ ମା ର କାହାଣୀ ତ କାହାକୁ ଲାଗିଲା କୋଉ ଜଣେ ପ୍ରବଚକ ଙ୍କ ହୃଦୟକୁ ଛୁଇଁ ଯାଉଥିବା ପ୍ରବଚନ ।

ଯିଏ ତାଙ୍କୁ ଦେଖିଲା ଯିଏ ଶୁଣିଲା ସିଏ ଯେମିତି ମୋହନ ଙ୍କ ମୁରଲୀ ଶୁଣିଲା ଭଳି ହେଇ ଗଲା ମୋହ ଗସ୍ତ ।
ଥିଲା ବାଲା ମାନଙ୍କୁ ଭୋକିଲା ଙ୍କୁ ଖାଇବାକୁ ଦେବାକୁ ଓ ସାହାଯ୍ୟ କରିବାକୁ ଅନୁରୋଧ କରୁଥିଲେ ସେ ।ସେ ଅନୁରୋଧ ଗୁଡ଼ିକ ଥିଲା ଏକାନ୍ତ ଆତ୍ମୀୟ ଆଉ ଅନ୍ତରଙ୍ଗ । ତାଙ୍କ କଥା ସବୁ ଲାଗୁଥିଲା ଜଣେ ଅତି ଆପଣର ମଣିଷ ର ଅତି ଆତ୍ମୀୟ ଆଳାପ ଏକାନ୍ତ ଅନୁରୋଧ ଆଉ ଅକପଟ
ଆକଟ ପରି ।
ଟି ଭି ରେ ପ୍ରଥମ କରି ରାମାୟଣ ମହାଭାରତ ଦେଖିଲା ଭଳି ଲୋକ ମାନେ ସେଇ ସମୟ କୁ ଅନେଇ ବସିଥିଲେ କେତେବେଳେ ଆସିବେ ।ପୁଣି କୋଭିଦ କି ନେଇ ନୂଆ କଥା କହିବେ । ଭୁତାଣୁ ସହ ଲଢେ଼ଇ କରିବାକୁ ମନୋବଳ ବଢ଼େଇବେ । ଆଧ୍ୟାତ୍ମିକତା ପୂରlଣ ଇତିହାସ ଲୋକ କଥା କୁ ଯୋଡ଼ି ଦେଇ କୋଭିଡ ସହ ଲଢ଼ିବାକୁ ସାହସ ଦେବେ ।

ସୁବ୍ରତ ଓ ସୁସ୍ମିତା -ଦିବ୍ୟ ଦାମ୍ପତ୍ୟ ରେ ଦୁଇ ଦରଦୀ ହୃଦୟ

, ତେବେ ସତରେ ସମସ୍ତ ଙ୍କ ଜୀବନରେ ଅଭୁଲା ଆଉ ଅପଶୋର ସେ ଦିନ । ଆଉ ସେ ଦିନର ସେଇ ସହୃଦୟ ବ୍ୟକ୍ତି ଜଣକ ଥିଲେ ସୁବ୍ରତ ବାଗଚି

ଏମିତି ବି ହେଇଚି ଯେ ସୁବ୍ରତ ଙ୍କୁ ଟି ଭି ରେ ଦେଖି ତାଙ୍କ କଥା ଶୁଣିବାକୁ ଲୋକ ପାଗଳ ପରି ହେଇଛନ୍ତି ।ତାଙ୍କ କଥା କୁ ନେଇ ଲୋକେ ବଜାର ଘାଟ ଘରେ କଥା ବି ହେଉଛନ୍ତି ।ତାଙ୍କ ଲୋକପ୍ରିୟତା କିଛି ଦିନ ଭିତରେ ଯେ କୌଣସି ଲୋକ ପ୍ରିୟ ରାଜନେତା ବା ସେଲିବ୍ରେଟି ଠାରୁ ଆହୁରି ଅଧିକା ହେବାର ଦେଖି ଆଉ ଲୋକ ମାନଙ୍କ ର ତାଙ୍କ ପ୍ରତି କ୍ରେଜ ଦେଖି ବିଚଳିତ ହେଇଥିବା ଅମଲା ତନ୍ତ୍ରୀ ମାନେ ତାଙ୍କୁ କୋଭିଡ କଥା କୁ ନେଇ ହେଉ ଥିବା କଥା ବାଚନ ରୁ ଅପସାରଣ କରିଛନ୍ତି ବୋଲି ଅଭିଯୋଗ ବି ସାଧାରଣ ରେ ଉଠିଛି । ଯୋଉ ଆଘାତ କୁ ଏଯାଏ ବି ଭୁଲି ନାହାଁନ୍ତି ତାଙ୍କୁ ଭଲ ପାଉଥିବା ଅଗଣିତ ସୁବ୍ରତ ପ୍ରେମୀ

ସାବାସ ସୁବ୍ରତ ବାଗଚୀ ସାବାସ ।

ଲୋଭିଡ ଧୀରେ ଧୀରେ କୋଟି କୋଟି ଲୋକ ଙ୍କ ଜୀବନ ନେଇ ଅତିତ ହେଇ ଯାଇଚି । ଧିରେ ଧିରେ ସେଇ ସ୍ମୃତି କର୍କଟ କ୍ଷତ ରେ ହୁଏତ ଆଗକୁ ସମାୟ ର ବକଳ ବି ଲାଗିବ ।

ହେଲେ ସୁବ୍ରତ ବାଗଚି କିନ୍ତୁ ପ୍ରତି ଓଡ଼ିଆ ପାଇଁ ଜଣେ ଅପାସୋରl ହୃଦୟବାନ୍ ମହାନ୍ ବ୍ୟକ୍ତିତ୍ଵ ହୋଇ ରହିଯିବେ । ଏଥିଲାଗି ଯେ ସେ କୋଭିଡ ସମୟ ରେ ବି ନିଜ କଷ୍ଟ ଉପାର୍ଜିତ ଆୟ ରୁ ଓଡ଼ିଶା ସରକାର ଙ୍କୁ ଭୁବନେଶ୍ୱର ରେ କର୍କଟ ରୋଗ ର ଉନ୍ନତ ଚିକିତ୍ସା ପାଇଁ ୩୦୦କୋଟି , ଟଙ୍କା ଦାନ ଦେଇ ଦେଲେ। କେବଳ ସେତିକି ନୁହେଁ ଉଭୟ ସ୍ବାମୀ ସୁବ୍ରତ ଓ ତାଙ୍କ ର ଲେଖିକା ଓ ସମାଜସେବୀକା ପତ୍ନୀ ସୁସ୍ମିତା ବାଗଚୀ ପୁଣି ବାଙ୍ଗାଲୋର ରେ ଆଉ ଏକ ଡାକ୍ତରଖାନା ଲାଗି ୪୦୦କୋଟି ଟଙ୍କା ଦାନ କରିଦେଲେ । ଯେଉଁଥିରେ ନଥିଲା ଦେବାର ଅହଙ୍କାର ବରଂ ଥିଲା ବିପୁଳ ବିନମ୍ରତା।

ବହୁ ଶିଳ୍ପପତି ବ୍ୟବସାୟୀ ରାଜନୀତି କୁ ଆସି କ୍ଷମତା ଉପଭୋଗ ସହ ଅନେକ କିଛି ଆର୍ଥିକ ସ୍ବାର୍ଥ ହାସଲ କଲା ବେଳେ ଦେଶ କୁ ଏକ ପ୍ରକାର ଲୁଣ୍ଠନ କରନ୍ତି । କିନ୍ତୁ ଏଇମିତି କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ସମ୍ପତ୍ତି କୁ ସାଧାରଣ ଲୋକ ଙ୍କ ପାଇଁ ଉତ୍ସର୍ଗ କରନ୍ତି । ତେବେ ସେମାମଙ୍କ ସଂଖ୍ୟା ସୀମିତ ହେଲେ ବି ଶୂନ୍ୟ ନୁହେଁ

୩୧ମେ ୧୯୫୭ ରେ ପାଟଣାଗଡ ଏକ ନିମ୍ନ ମଧ୍ୟବିତ୍ତ ପରିବାର ରେ ବାପା ମାଖନ୍ ଗୋପାଳ ଓ ବୋଉ ଲାବଣ୍ୟ ପ୍ରଭାଙ୍କ କୋଳ ମଣ୍ଡନ କରି ସୁବ୍ରତ ଦୁନିଆ ର ପ୍ରଥମ ଆଲୁଅ ଦେଖିଥିଲେ । ପରେ ବହୁ ସଂଘର୍ଷ ଘାତ ପ୍ରତିଘାତ ପରେ ମାଇଣ୍ଡିଟ୍ରୀ ପରି ଏକ ବିଶାଳ ବ୍ୟବସାୟିକ ସଂସ୍ଥାର ର ସେ ପ୍ରତିଷ୍ଠାତା ହୋଇପାରିଥିଲେ ।
ତେବେ ଦେଶ ରେ କମ୍ପାନୀ ର ଅଭାବ ନାହିଁ ।ସେଇ କମ୍ପାନୀ ନିକଟ ରେ ଥିବା ବିରାଟ ପ୍ରଚୁର୍ୟ୍ଯ ପାଖ ରେ ହୁଏତ ସୁବ୍ରତ ଙ୍କ କମ୍ପାନୀ ପାଖରେ ଥିବା ସମ୍ଭଳ ବେଶୀ କିଛି ନ ହେଇପାରେ କିନ୍ତୁ ଯେଉଁ ବିଶାଳ ହୃଦୟ ସୁବ୍ରତ ଓ ସୁସ୍ମିତା ଙ୍କ ପାଖରେ ଅଛି ତାହା ତାଙ୍କୁ ଆଜି କୋଟି ଓଡ଼ିଆ ର ଅତି ଆପଣାର ମଣିଷ ରେ ପରିଣତ କରିଛି ।

ତାଙ୍କ ର ସେ ଦିନର ସେଇ ମାନସ୍ ପୁତ୍ର ଡାକ୍ତରଖାନା ଆଜି ଲୋକାର୍ପିତ ହେବା ଅବସର ରେ ପ୍ରତି ଟି ଓଡ଼ିଆ ଆଉ ଆମ ରାଜ୍ୟ ବି ତାଙ୍କ ପାଇଁ ଗର୍ବ କରିବାର ସୁଯୋଗ ପାଇଛି ।ସାବାସ ସୁବ୍ରତ ସାବାସ ।

Leave A Reply

Your email address will not be published.

4 × 2 =