ବଳିଦାନୀ ବହ୍ନି କନ୍ୟା ଵୀରାଙ୍ଗନା ନିରା ଆର୍ୟ

ଯିଏ ନେତାଜୀ ଙ୍କୁ ବଞ୍ଚାଇବାକୁ ବ୍ରିଟିଶ ସରକାର ର ଉଚ୍ଚ ପଦସ୍ଥ ଅଧିକାରୀ ଥିବା ନିଜ ସ୍ବାମୀ ଙ୍କୁ ବି ଛୁରୀ ଭୁଷି ହତ୍ୟା କରିବାକୁ ଭୁଲି ନଥିଲେ ।


ପରବର୍ତୀ ସମୟ ରେ ଆଜାଦ ହିନ୍ଦ୍ ଫଉଜ ର ଝାନ୍ସି ରେଜୀମେଣ୍ଟ ରେ ଯୋଗ ଦେଇ ଥିଲେ ଓ ଶେଷ ରେ କଳା ପାଣି ରେ ତାଙ୍କୁ ବନ୍ଦୀ କରାଯାଇ ଅକଥନୀୟ ନିର୍ଯାତନା ଦିଆଯାଇଥିଲା ।ଏମିତି ଅସୀମ ତ୍ୟାଗ ର ପଟ୍ଟାନ୍ତର ନଥିଲା ବେଳେ ସେଇ ମହିୟସୀ କ୍ରାନ୍ତିକାରୀ ଙ୍କୁ ଆମର ଅନନ୍ତ କୋଟି ପ୍ରଣାମ

ଦେଶ ର ସ୍ବାଧୀନତା କେବଳ ଅହିଂସା ଆଉ ବିନା ରକ୍ତ ପାତ ରେ ଆସିନାହିଁ ବରଂ ଏଥିପାଇଁ କେତେ ସହିଦ ହେଇଛନ୍ତି କେତେ ଫାସୀ କେତେ କଳାପାଣି କେତେ ବଳିଦାନ ଦେବାକୁ ପଡ଼ିଛି ମୁକ୍ତି ସଂଗ୍ରାମୀ ଙ୍କୁ । ତାର କାହାଣୀ କୁ କହିବାକୁ ଇତିହାସ କୁ ବି ଶବ୍ଦ ର ଅଭାବ ପଡିବ ନିଶ୍ଚୟ

ସତରେ ମହିୟସୀ ନିରା ଙ୍କ ଜୀବନ କାହାଣୀ ଗୋଟେ ଲୋମ

ଟାଙ୍କୁରା କଲିଜା ଥରା କାହାଣୀ ଠୁ ଆହୁରି ଆଶ୍ରୁଲ ଆହୁରି ପ୍ରେରଣାଦାୟୀ ।

୫ ତାରିଖ ମାର୍ଚ୍ଚ ୧୯୦୨ ମସିହାରେ ଉତ୍ତରପ୍ରଦେଶ ର ବାଗପାତ ର ଖେକ୍ରା ରେ ତାଙ୍କର ଜନ୍ମ l ସଫଳ ବ୍ୟବସାୟୀ ଚାଯୁମଲ ଙ୍କ ର କନ୍ୟା ଭାବେ ତାଙ୍କର ଶୈଶବ ରେ ସେମିତି କିଛି ଆହ୍ବାନ ନଥିବାବେଳେ ସେ କିନ୍ତୁ ପିଲାଦିନରୁ ଦେଶ ର ସ୍ଵାଧୀନତା ପାଇଁ ଆକର୍ଷିତ ହୋଇ ମୁକ୍ତି ସଂଗ୍ରାମ ପାଇଁ ଆୟୋଜନ କରାଯାଉଥିବା ବହୁ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ପରବର୍ତୀ ସମୟ ରେ ଯଉବନ ରେ ପଦାରପଣ କଲା ପରେ ତାଙ୍କ ବାପା ତାଙ୍କୁ ବ୍ରିଟିଶ ସେନା ବାହିନୀ ରେ କାର୍ଯ୍ୟରତ ଜଣେ ଅଧିକାରୀ ଓ ସେନା ବାହିନୀ ର ଗୁପ୍ତ ଚର୍ ଶ୍ରୀକାନ୍ତ ରଞ୍ଜନ ଦାସ ଙ୍କ ସହ ତାଙ୍କର ବିବାହ କରିଦିଅନ୍ତି । ନୀରା ଙ୍କ ସମ୍ପର୍କ ଆଜାଦ ହିନ୍ଦ୍ ଫଉଜ ସହ ନିବିଡ ହେବାରୁ ଓ ଝଂlଶି ରାଣୀ ଲକ୍ଷ୍ମୀ ବାଇ ରେଜି ମେଣ୍ଟ ସହ ଜଣେ ଗୁପ୍ତ ଚର ଭାବେ ନିରା ସଂପୃକ୍ତ ହେବାରୁ ସ୍ବାମୀ ଙ୍କ ର କଡ଼ା ନଜର କୁ ସେ ଆସନ୍ତି । ତାଙ୍କ ସ୍ଵାମୀ ନେତାଜୀ ଙ୍କ ଗୁପ୍ତ ତଥ୍ୟ ସଂଗ୍ରହ କରିବାକୁ ଓ ବ୍ରିଟିସ ସରକାର ନିର୍ଦ୍ଦେଶ ରେ ନେତାଜୀ ଙ୍କୁ ହତ୍ୟା କରିବାକୁ ଜାଣି ପାରି ମାତୃଭୂମି ର ପ୍ରକୃତ୍ ପୂଜାରିଣି ନିରା ଛୁରୀ ଭୁସି ସ୍ବାମୀ ଙ୍କୁ ହତ୍ୟା କଲେ । ଆଉ ଶେଷ ରେ ଇଂରେଜ ଶାସନ ର ଅଧିକାରୀ ଙ୍କୁ ହତ୍ୟା ଅଭିଯୋଗ ରେ ତାଙ୍କୁ ଆଜୀବନ କଳାପାଣି ରେ ସଶ୍ରମ କାରାବାସ ଦିଆଯାଇ ନେତାଜୀ ଙ୍କ ଗୁପ୍ତ ତଥ୍ୟ ହାସଲ ଲାଗି ଦିଆଗଲା ଅକଥନୀୟ ନିର୍ଯାତନା ।ପ୍ରତି ମୁହୂର୍ତ୍ତ କୁ ଶାରୀରିକ ଅତ୍ୟାଚାର ଯନ୍ତ୍ରଣାରେ ରେ ତାଙ୍କ ଜୀବନ କୁ ନର୍କ ଠାରୁ ଆହୁରି ଭୟାନକ କରି ଦିଆଗଲା । ହେଲେ ସେ ନାଇଁ ପଡ଼ିନଥିଲେ ।ରକ୍ତ ମାଂସ ର ଶରୀର ତାଙ୍କ ର ପଥର ଠାରୁ ପାଲଟି ଯାଇଥିଲା ଆହୁରି ଶକ୍ତ । କାରଣ ସେ ଥିଲେ ଭାରତୀୟ ମାତୃ ଶକ୍ତିର ପ୍ରତୀକ ।

ଦେଶ ଭକ୍ତିର ଏମିତି ଏକ ଉଦାହରଣ ସେ କେବଳ ଭାରତ ପାଇଁ ନୁହେଁ ବରଂ ନିଜ ମାଟି କୁ ଭଲ ପାଉଥିବା ପ୍ରତି ଟି ଦେଶ ପ୍ରେମୀ କୁ ଦେଇଗଲେ ଯେ ଇତିହାସ ବି ତାକୁ ଅନନ୍ତ କାଳ ପର୍ଯ୍ୟନ୍ତ ବଖାଣି ବଡିଲେ ଥକି ପଡ଼ିବନି । ଶେଷ ରେ ତାଙ୍କ ର ଦୁଇ ଗୁପ୍ରଙ୍ଗ କୁ ଅତି ନିର୍ମମ ଭାବେ ଲାଗି ଦିଆଗଲା ।

ପରେ ଦେଶ ସ୍ଵାଧିନ୍ ହେଲା ପରେ ତାଙ୍କୁ ମୁକ୍ତ କରାଗଲା ।୧୯୯୮ ମସିହାରେ ଏହି ବୀରଙ୍ଗନା ରମଣୀ ଙ୍କ ହାଇଦରାବlଦ ଠାରେ ବିର ଗତି ପ୍ରାପ୍ତ ହୋଇଥିଲା


ନେତାଜୀ ତାଙ୍କ ହୃଦୟ ରେ ଅଛନ୍ତି ବୋଲି ଶୁଣି ଅତି ଅମାନୁଷିକ ଭାବେ ବ୍ରିଟିଶ ସେନା ତାଙ୍କ ସ୍ତନ ଦୁଇଟି କୁ କାଟି ଦେବାର କ୍ରୁରତା ପ୍ରଦର୍ଶନ କରିଥିଲେ ବି ସେ ଥିଲେ ନିର୍ବିକାର ।
ଆଜି ଇତିହାସ ର ଅ ତ ଳ ଗର୍ଭରୁ ତାଙ୍କ ପ୍ରେରଣାଦାୟୀ ଜୀବନ କାହାଣୀ ର ପ୍ରତି ଟି ଶବ୍ଦ କୁ କଣ ଉତ୍ତ୍ରରପୁରୁଷ ପଢ଼ିବା ଉଚିତ୍ ନୁହେଁ କି ?

Leave A Reply

Your email address will not be published.

8 + 12 =