ସଙ୍କଟରେ ଶୈଶବ

ନିଉଜ ଡେସ୍କ ଭଏସ ଅଫ କମନ୍ସ ୧୨/୦୨

ନଗ ଡ଼ା ର ନଗ୍ନ ସତ୍ୟ

ତିରିଶ ନ ଟପୁଣୁ ବିଧବା ହେଇଥିବା ଦୁଇ ମହିଳା ଙ୍କ କୋଳ ରେ ୮ଜଣ ଶିଶୁ ସନ୍ତାନ ଙ୍କ ଭବିଷ୍ୟତ ଏବେ ଅନ୍ଧାର ରେ । ଭୋକ ଦୁଃଖ ଉଧାର କରଜ ର ବୋଝ ରେ ସନ୍ତୁଲି ହେଉଥିବା ପରିବାର ର ଶିଶୁ ମା ନ ଙ୍କ ପାଇଁ ସାତ ସପନ ହେଉଛି ସୁଷମ ଆହାର। ବିଧ ବା ଦୁଇ ଜଣ ଙ୍କୁ ଏଯାଏ ମିଳିନି ବିଧବା ଭତ୍ତା

ଅପପୁଷ୍ଟି ଅପମୃତ୍ୟୁ ର ଅପବାଦ କୁ ମୁଣ୍ଡେଇ ନୀରବ ରେ ପାହାଡ଼ ଜଙ୍ଗଲ ଘେରା ଅନ୍ଧାରୀ ମୂଳକ ରେ ଦୋଷକାରି ଟିଏ ପରି ଠିଆ ହୋଇଥିବା ନଗଡ଼ା ର ଲୁହ ସୁଖିବାର ନାଁ ହିଁ ଧରୁ ନଥିଲା ବେଳେ କେତେ ବେଳେ ଶିଶୁମୃତ୍ୟୁ କେତେବେଳେ ଏହାର ଅଧିବାସୀ ଙ୍କ ଅକଲ ବିୟୋଗ ପୁଣି କେତେ ବେଳେ ଚେଙ୍କ ଚିକିତ୍ସା ରେ ସେ ବଦନାମ ହେଉଛି ।
ଏବେ ପୁଣି ପରିବାର ର ରୋଜଗାରିଆ ବାପ ର ମୃତ୍ୟୁ ହେଲା ପରେ ଅଳ୍ପ ବୟସ ରେ ବିଧବା ହୋଇଯାଇଥିବା ଦୁଇ ଜଣ ବିଧବା ଙ୍କ କୋଳ ରେ ୮ଟି ବାଳୁତ ଶିଶୁ ଙ୍କ ର ଭବିଷ୍ୟତ ଅନ୍ଧାର କୁ ଠେଲି ହେଇ ଯାଇଛି ।

ସଙ୍କଟ ରେ ଶୈଶବ

ଏଇ ନୂଆ ବର୍ଷ ଦିନ ସାରା ପ୍ରଧାନ ୩୦ ବର୍ଷ ବୟସ ରେ କିଡନୀ ରୋଗ ରେ ପର ପାରି କୁ ଅକାଳ ରେ ଚାଲିଗଲା ପରେ ଆଗରୁ ଅଭାବ ଭୋକ ରେ ସଢ଼ୁଥିବା ପରିବାର ର ଦୁଃଖ ଆହୁରି ଭୟାନକ ହୋଇଛି ।ଏବେ ତାଙ୍କ ପତ୍ନୀ ସୁଲ ଅସହାୟ ହୋଇ ପଡ଼ିଥିଲା ବେଳେ
ସାନ ଝିଅ କୋଳ ରେ ଅଛି ଆଉ ବଡ ଝିଅ ଚତୁର୍ଥ ଶ୍ରେଣୀ ରେ ପଢ଼ୁଛି ଓ ଆଉ ଦୁଇ ଟି ଛୁଆ ଅଙ୍ଗନୱାଡ଼ି ଯାଉଛନ୍ତି ।
ସ୍ବାମୀ ମରିଗଲା ବେଳେ ତାଙ୍କର ଅନ୍ତେଷ୍ଟି କ୍ରିୟା ପାଇଁ ଆଣିଥିବା ଧାର କରଜ ର ବୋଝ କୁ ମୁଣ୍ଡେଇ କେମିତି ପରିବାର ଚଲେଇବ ବୋଲି ମୁଣ୍ଡ ରେ ହାତ ଦେଇ ବସିଛି ସୁଲ୍ ।

ଆର୍ ସନ ଠିକ୍ ସେମିତି କୋଉ ଏକ ଅଜଣା ରୋଗ ଉପର ନ ଗ ଡ଼ା ର କିରିଞ୍ଜିଆ ପ୍ରଧାନ ଙ୍କୁ ୨୮ ବର୍ଷ ବୟସ ରେ ମାରି ଦେଇଥିଲା ବେଳେ ତାଙ୍କର ଅଳ୍ପ ବୟସ ର ସ୍ତ୍ରୀ ରଇବାରି ଙ୍କ ସାନ ଝିଅ କୋଳ ଛାଡ଼ିନି ।ବଡ ଦୂତିୟ ରେ ଆଉ ଦୁଇଟି ଅଙ୍ଗନବାଡ଼ି ଯାଉଛନ୍ତି ।
ଏବେ ଦୁଇ ଦୁଇ ଟି ପରିବାର କରଜ ଦୁଃଖ ଭୋକ ଅଭାବରେ ସାନ୍ତୁଳି ହଉଥିଲା ବେଳେ ପରିବାର ର ରୋଜଗାରିଆ ମୁଖିଆ ଙ୍କ ମୃତ୍ୟୁ ପରେ ସଙ୍କଟରେ ପଡ଼ିଛି ଆଠ ଜଣ ଶିଶୁ ଙ୍କ ଶୈଶବ ।


ଏବେ ଶୂଲ ଆଉ ରଇବାରି ଙ୍କ ଆଖିରେ ଲୁହ ଆଉ ଛାତି ରେ କୋହ । କେମିତି ବାହିବେ ସଂସାର । ପ୍ରଶାସନ ପକ୍ଷରୁ ବିଧବା ଭତ୍ତା ବି ଏଯାଏ ମିଳିପାରି ନାହିଁ ।କେମିତି ଆଠ ଆଠୁଟା ଶିଶୁ ଙ୍କ ମୁହିଁ ରେ ଦେବା ମୁଠେ ଆହାର


ତେବେ ଏହି ଦୁଇ ପରିବାର ର ଶିଶୁ ମାନଙ୍କ ଅନାଗତ ଭବିଷ୍ୟତ ଓ ଶୈଶବ କୁ ସଙ୍କଟ ରୁ ଉଦ୍ଧାର କରିବାକୁ ଉଭୟ ପ୍ରଶାସନ୍ ଆଉ ସ୍ଵେଚ୍ଛାସେବୀ ଆଗେଇ ଆସିଲେ ଦଶ ଦଶ ଟି ଜୀବନ ସୁରକ୍ଷିତ ହେଇଯାଆନ୍ତl

Leave A Reply

Your email address will not be published.

20 − 13 =