ସ୍ବାସ୍ଥ୍ୟ ପାଇଁ ଆସ ଶଙ୍ଖ ଫୁଙ୍କିବା

ହିନ୍ଦୁ ଧର୍ମ ହେଉଛି ବିଜ୍ଞାନ ସମ୍ମତ ଏକ ଜୀବନ ଚର୍ଯା । ଏହି ଚଳନି ର ପ୍ରତି ଆଧ୍ୟାତ୍ମିକ କାର୍ଯ୍ୟ ଧାରା ର ଉଭୟ ଶରୀର ଓ ମନ ଉପରେ ଅଛି ସକାରାତ୍ମକ ପ୍ରଭାବ । ଏହି ପ୍ରଭାବ ଉଭୟ ସାମାଜିକ ଓ ସ୍ଵାସ୍ଥ୍ୟଗତ ଜୀବନ ଧାରା କୁ ସୁଦୃଢ କରେ ଓ ମନରେ ଅଦ୍ଭୁତ ଶାନ୍ତି ପ୍ରଦାନ କରେ ।
ତେବେ ଶଙ୍ଖ ସହ ଦୈନିକ ଜୀବନ ପ୍ରବାହ ର ସମ୍ପର୍କ ବେଶ୍ ନିବିଡ଼
ଶଙ୍ଖ କୁ ହିନ୍ଦୁ ଧର୍ମ ରେ ଅତ୍ୟନ୍ତ ପବିତ୍ର ବୋଲି ମନେ କରାଯାଉଥିଲା ବେଳେ ପ୍ରତି ଟି ପୂଜା ପର୍ବ ରେ ଶଙ୍ଖ ନାଦ କରା ଯାଇ ବାତାବରଣ କୁ ଶୁଦ୍ଧ ପୁତ୍ କରାଯିବାର ବ୍ୟବସ୍ଥା ରହିଛି । ପ୍ରତି ଟି ମାଙ୍ଗଳିକ କାର୍ଯ୍ୟ ରେ ଶଙ୍ଖ ବାଦନ କରାଯାଉଥିଲା ବେଳେ ସ୍ଵଂୟ ଶ୍ରୀ କୃଷ୍ଣ ପାଞ୍ଚଜନ୍ୟ ଶଙ୍ଖ ନାଦ କରିବାର ଉଦାହରଣ ରହିଛି ।
ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ କ୍ଷେତ୍ର କୁ ଶଙ୍ଖ କ୍ଷେତ୍ର କୁହାଯାଏ ।
ତେବେ ଏହି ଶଙ୍ଖ ବାଦନ ର ସ୍ବାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ରହିଛି ।
ଶଙ୍ଖ ବଜାଇଲେ ବିଭିନ୍ନ ମାଂସପେଶୀ ଶକ୍ତ ହେବା ସହ ମନ ଚାପ୍ ମୁକ୍ତ ହୋଇ ଶାନ୍ତି ମିଳେ । ତ୍ଵଚା ରେ ଚମକ୍ ଆସେ । ପାକ ସ୍ଥଳୀ ରୁ ଅମ୍ଳ ଦୋଷ ଦୂର ହୁଏ ।ଶରୀର ର ଭିତର ର ଅଙ୍ଗ ଶକ୍ତ ହୁଏ । ଫୁସ୍ ଫୁସ୍ ଓ ହୃଦୟ ଯନ୍ତ୍ର ସୁସ୍ଥ ଓ ସ ଶକ୍ତ ହୁଏ ।କିନ୍ତୁ ଏବେ ଆଧୁନିକ ଭୋଗ ବାଦୀ ସମାଜ ରେ ମନ୍ଦିର ରେ ଘଣ୍ଟ ଘଣ୍ଟା କୁ ଅନେକ ଭାବରେ ବନ୍ଦ କରି ଯନ୍ତ୍ର ସାହାଯ୍ୟ ରେ ଘଣ୍ଟା ଘଣ୍ଟ ବାଜା ବଜାଇ ବାକୁ ରୁଗ୍ନ ପ୍ରୟାସ କରାଯାଉଥିଲା ବେଳେ ଏବେ ଭୟଙ୍କର ଡି ଯେ ଶବ୍ଦ ରେ ମାତ୍ରାଧିକ ଶବ୍ଦ ପ୍ରଦୂଷଣ କରାଯାଉଛି । ଯାହା ଫଳରେ ରେ ବହୁ ଲୋକ ଶବ୍ଦ ସୈତାନ୍ କବଳ ରେ ଆଜି ମୃତୁ ବରଣ କରୁଛନ୍ତି ।
ଏଣୁ ଯୁବ ସମାଜ ଏଥିପ୍ରତି ସଚେତନ ହେବା ସହ ଆମର ପାରମ୍ପରିକ ବାଦ୍ୟ ଯନ୍ତ୍ର କୁ ଆପଣେଇ ନେବା ଉଚିତ୍ ।

Leave A Reply

Your email address will not be published.

four × 3 =