ଧାରା ୩୭୦ ପାଲଟିଲା ଦେଶ ପାଇଁ ଏକ କ୍ଷତାକ୍ତ ଅତୀତ // ୩୭୦ ର ଉଚ୍ଛେଦ କୁ କାଏମ ରଖିଲେ ମାନ୍ୟବର ଶୀର୍ଷ ଅଦାଲତ // ୩୦ ସେପ୍ଟେମ୍ବର ୨୦୨୪ ଭିତରେ ନିର୍ବାଚନ କରିବାକୁ ଆଦେଶ

ଭଗବତୀ ବିଦ୍ୟାପୀଠ ଶୁକ୍ଲେଶ୍ୱର୍ ପୁରାତନ ଛାତ୍ର ସଂଗଠନ ର ବାର୍ଷିକ ଉତ୍ସବ

ବିଗତ ବର୍ଷ ସ୍ଵର୍ଗାରୋହଣ କରିଥିବା ପୂର୍ବତନ ଛାତ୍ର ମାନଙ୍କର ଦିବଂଗତ ଆତ୍ମା ଙ୍କୁ ଶ୍ରଦ୍ଧାଞ୍ଜଳି ,,,ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ

ପୁଷ୍ପ ମାଲ୍ୟ ଅର୍ପଣ ସହ ଆରମ୍ଭ ହେଲା କାର୍ଯ୍ୟକ୍ରମ

କଟକ ରୁ ଗୋବିନ୍ଦ ଚନ୍ଦ୍ର ମହାନ୍ତି ୨୫/୧୧

ମାହାଙ୍ଗା ର ଅନ୍ୟତମ ପୁରାତନ ତଥା ସୁନାମଧନ୍ୟ ଭଗବତୀ ବିଦ୍ୟାପୀଠ ଶୁକେଶ୍ୱର୍ ପୁରାତନ ଛାତ୍ର ସଂଗଠନ ର ବାର୍ଷିକ ଉତ୍ସବ ପୁରାତନ ଛାତ୍ର ସି ଡି ଏ ର ଅଧ୍ୟକ୍ଷ ତଥା ପୂର୍ବତନ ରାଜସ୍ବ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଛି । ୧୯୬୨ ମସିହାରେ ପ୍ରତିଷ୍ଠିତ ଏହି ସଂଗଠନ ନିରନ୍ତର ବିଦ୍ୟାଳୟ ର ବିକାଶ ରେ ନିଜକୁ ସାମିଲ କରିଥିଲା ବେଳେ ଏ ବର୍ଷ ମଧ୍ୟ ହାଇସ୍କୁଲ ପରୀକ୍ଷାରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରା ଯିବା ସହ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ମୋନାଲିସା ସରକାରଙ୍କୁ ସ୍ୱଳ୍ପ ସମୟ ହେଲେ ବି ବିଦ୍ୟାଳୟ ରେ ଗୁଣାତ୍ମକ ଶିକ୍ଷା ରେ ଅଭିବୃଦ୍ଧି ପାଇଁ ତାଙ୍କ ର ନିରନ୍ତର ଅବଦାନ ଲାଗି ସଙ୍ଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପୁରାତନ ଛାତ୍ର ଦେଶ ର ସ୍ୱନାମଧନ୍ୟ ବୈଜ୍ଞାନିକ ତଥା ଅହମଦାବାଦ ଆଇ ଆଈ ଟି ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଦେବୀ ପ୍ରସାଦ ରାଏ ଏସିଆନ୍

ଡେଭଲପ୍ମେଣ୍ଟ ବ୍ୟାଙ୍କ୍ ର ଶ୍ରୀଲଙ୍କା ଓ ଭାରତ ପାଈ ପରାମର୍ଶ ଦାତା ଇଞ୍ଜିନିୟର ସହଦେବ ଖଟୁଆ ବୈଜ୍ଞାନିକ ପ୍ରଫେସର୍ ଡକ୍ଟର ମହେନ୍ଦ୍ର ମହାନ୍ତି ଡକ୍ଟର ସର୍ବେଶ୍ଵର ଶତପଥୀ ପ୍ରଫେସର୍ ଡକ୍ଟର ବିଜୟାନନ୍ଦ ସିଂ ପୂରାତନ ଛାତ୍ର ସଂଗଠନ ସମ୍ପାଦକ
ରଜନୀକାନ୍ତ ପରିଡା ଶ୍ରୀ ଅରୁଣ ବାରିକ ପ୍ରମୁଖ ପୁରାତନ ଛାତ୍ର ମାନେ ଅତିଥିଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ଗୁରୁତ୍ବ ଦେବାକୁ ଉଦ୍ୟମ କରିବାକୁ ଆହ୍ବାନ ଦେବା ସହ ବିଦ୍ୟାଳୟ ର ବିକାଶ ପାଇଁ ସବୁ ମତେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପୁରାତନ ଛାତ୍ର ତଥା ପୂର୍ବତନ ଅତିରିକ୍ତ ସଚିବ ରାଜ୍ୟ ଗାନ୍ଧୀ ସ୍ମାରକ ନିଧି ର ସମ୍ପାଦକ ଗାନ୍ଧୀ ଚେତନାର ବିଶିଷ୍ଟ ପ୍ରବକ୍ତା ଶ୍ରୀ ଜୟନ୍ତ ଦାସ ଓ ଜାତୀୟ ଜଳ ବିଦ୍ୟୁତ୍ ନିଗମର ପୂର୍ବତନ। ମୁଖ୍ୟ ପ୍ରସାଶନିକ ଅଧିକାରୀ ଇଞ୍ଜିନିୟର ସହଦେବ ଖଟୁଆ ଙ୍କୁ ପୁରାତନ ଛାତ୍ର ସଂଘ ର ଉପଦେଷ୍ଟା ଭାବେ ପଦାଶିନ ହେବାକୁ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଅନୁରୋଧ କରାଯିବା ସହ
ବିଦ୍ୟାଳୟ ଏ ବର୍ଷ ୭୫ ତମ ସ୍ଵ ନକ୍ଷତ୍ର ପାଳନ କରିବାକୁ ଯାଉଥିବାରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରାଯିବା ଲାଗି ସ୍ଥିର କରାଯିବା ସହ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା ।


ଅନ୍ୟମାନ ଙ୍କ ମଧ୍ୟରେ ପୁରାତନ ଛାତ୍ର ସର୍ବଶ୍ରି ଶିକ୍ଷାବିତ୍ ଚିତ ରଞ୍ଜନ ରାଉତ ସୁରେନ୍ଦ୍ର ବାରିକ ଡକ୍ଟର କାର୍ତ୍ତିକ ବରାଲ ପୁର୍ବତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ରାଉତ୍ ଅଧ୍ୟାପକ ଅନିଲ ଜେନା ଚୌଧୁରୀ ରବୀନ୍ଦ୍ର ଶରଣ ଅଧ୍ୟାପକ ଡକ୍ଟର ଅଶୋକ ଖଟୁଆ ଶରତ ନାୟକ ଡକ୍ଟର ଶିରାଯୌଦିନ ଉପ ସଭାପତି କୈଳାସ ସ୍ବାଇଁ ସହ ସମ୍ପାଦକ ଭାରତ ଭୂଷଣ ପଟ୍ଟନାୟକ ଅଧ୍ୟାପକ ଅକ୍ଷୟ ମହାନ୍ତି କବି କୃଷ୍ଣ ଚନ୍ଦ୍ର ନାୟକ ପ୍ରଦୀପ୍ତ ରାଉତ୍ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଅଧ୍ୟାପକ ଅଶୋକ ବାରିକ ଅଶୋକ ସ୍ବାଇଁ ସାମ୍ବାଦିକ ରବିନାରାୟଣ ଦାସ ସାମ୍ବାଦିକ ଉମାକାନ୍ତ ଜେନା ସାମ୍ବାଦିକ ଧନେଶ୍ଵର ସେଠି ସୁଶିଲ ପଣ୍ଡା ଅବସରପ୍ରାପ୍ତ ପ୍ରଶାସକ ସଦାନନ୍ଦ ବେହୁରା ଇଞ୍ଜିନିୟର ସୌମ୍ୟ ରଂଜନ ବାରିକ ସୁଶ୍ରୀ ସୁପ୍ରିୟା ମହାପାତ୍ର ପ୍ରମୋଦ ସାହୁ ଚିତ ରଞ୍ଜନ ଦାସ। ବିଜୟ କୁମାର୍ ସାହୁ ପର୍ଶୁରାମ ଦାଶ ଅଚ୍ୟୁତା ନନ୍ଦ ବେହୁରା ଶିକ୍ଷକ ତପନ ଦାସ ଶିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ଶିକ୍ଷକ ନିଲମଧବ୍ ପଣ୍ଡା ପ୍ରମୁଖ ଙ୍କ ସମେତ ଶତାଧିକ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
ସମ୍ପାଦକ ଶ୍ରୀ ଅରୁଣ କୁମାର ବାରିକ ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ

Leave A Reply

Your email address will not be published.

five + seventeen =