ସାହା ଟିମ୍ ରାଜ୍ୟ ମାନ୍ୟବର ଅଧକ୍ଷ ମହିଳା ଆୟୋଗ ଶ୍ରୀମତୀ ଶୋଭନା ମହାନ୍ତି ଙ୍କ ସହ ତାଙ୍କ ବାସ ଗୃହ ରେ ସାକ୍ଷାତ୍
କରି ଏକ ଅନୌପଚାରିକ ବିଚାର ବିନିମୟ ରେ ଭାଗ ନେଇ ଥିଲା ।
ଏହି ସାକ୍ଷାତ ବେଳେ ରାଜ୍ୟ ବିଧାନ ସଭା ରେ ଉପ ମୁଖ୍ୟ ସଚେତକ
ଶ୍ରୀ ଗୋବିନ୍ଦ ଦାସ ମଧ୍ୟ ଉପସ୍ଥିତ ଥିଲେ ।
ଯୁବ ଅଧିବକ୍ତା ଓ ସଂଗଠକ ଦିନବନ୍ଧୁ ନାୟକ ଙ୍କ ନେତୃତ୍ୱ ରେ ଯାଉଥିବା ଏହି ଟିମ୍ ରେ ସୁପ୍ରିମ କୋର୍ଟ ରେ ଯୁବ ଅଧିବକ୍ତା ଦେବଦତ୍ତ କନାନୁନଗୋ ଇଞ୍ଜିନିୟର ସତ୍ୟବ୍ରତ ମହାନ୍ତି ଯୁବ ସମାଜସେବୀ ଦିନବନ୍ଧୁ ପ୍ରଧାନ ଓ ଜ୍ଞାନରଞ୍ଜନ ଦାସ ପ୍ରମୁଖ ମାନ୍ୟବର ଅଧକ୍ଷ ଙ୍କ ସହ ତୃଣମୂଳ ସ୍ତରରେ ମହିଳା ଙ୍କ ସହ ହେଉଥିବା ଅତ୍ୟାଚାର ଶୋଷଣ ଓ ଗ୍ରାମାଞ୍ଚଳ ରେ ଅଧିକ ସଚେତନତା ର ବିଭିନ୍ନ ବିନ୍ଦୁ ରେ ବିଚାର ବିନିମୟ କରିଥିଲେ ।ସୂଚନାଯୋଗ୍ୟ ଯେ ସାହା ଟିମ୍ ପ୍ରାୟ ଦୁଇ ଦଶନ୍ଧି ଧରି ମାନବିକ ଭିନ୍ନକ୍ଷମ ଓ ମହିଳା ଙ୍କ ଅଧିକାର ପାଇଁ ନୀରବ ରେ କାର୍ଯ୍ୟ କରି ଚାଲିଛି । ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରିବାକୁ ଏହି ଟିମ୍ ପ୍ରୟାସ ଜାରି ରଖିଛି ।