ଭୌତିକ ଚିକିତ୍ସା ସେବା କେନ୍ଦ୍ର ରେ ଗୋ ମାତା

ମଣିଷ ସିନା ସ୍ୱାର୍ଥପର ହେଇ ଯାଉଛି ହେଲେ
ଟିକେ ସ୍ନେହ ଆଉ ଚିମୁଟାଏ ଶରଧା ର ଭାଷାକୁ ନିର୍ବାକ ପଶୁ ପକ୍ଷୀ ବି ଭଲ ଭାବେ ବୁଝନ୍ତି। ବରଂ ବେଳେ ବେଳେ ମଣିଷ ଠାରୁ ଅଧିକ ସେମାନେ ସମ୍ବେଦନଶିଳ ହୁଅନ୍ତି । ।

କଟକ ରେ ବିଶିଷ୍ଟ ଗୋ ସେବକ ଯୁବ ସମାଜ ସେବୀ ରାଜ୍ୟ ର ବିଶିଷ୍ଟ ଭୌତିକ ଚିକିତ୍ସକ ତଥା ଭାରତୀୟ ନୌବାହିନୀ ରୁ ସେବା ନିବୃତ୍ତ ଅଧିକାରୀ ମହେନ୍ଦ୍ର କୁମାର ଦାସ ସେଦିନ
କଟକ ମହାନଦୀ ବିହାର ସ୍ଥିତ ତାଙ୍କ
ଭୌତିକ ଚିକିତ୍ସା ସେବା କେନ୍ଦ୍ର ରେ ରୋଗୀ ଚିକିତ୍ସା କରୁଥିଲା ବେଳେ ହଠାତ୍ ଗୋ ମାତା ଟି ଚିକିତ୍ସା କେନ୍ଦ୍ର ଭିତରକୁ ପଶି ଆସିଲା ଆଉ ଚୁପ୍ ଚାପ ହୋଇ ଠିଆ ହେଲା । ମହେନ୍ଦ୍ର ବାବୁ ସେଇ ଗାଈ ଟି କୁ ଘଉଡାଇ ଦେଇ ନ ଥିଲେ ।ବରଂ ଶ୍ରଦ୍ଧା ଆଉ ସରାଗ ରେ ଭିତରକୁ ଆସିବାକୁ ଦେଲେ ଆଉ ଆହୁରି ଭିତରକୁ ଆସିବା ଲାଗି ଡାକିଲେ ।


କଣ ଭାବିଲା କେଜାଣି ଗାଈ ଟି ଏ ମମତା ଡାକ କୁ ଯେମିତି ଏଡ଼ାଇ ପାରିଲାନି ।ଆସିଲା ଆଉ ନୀରବ ରେ ଠିଆ ହେଲା । ।ସେ ନୀରବତା ର ଯେମିତି ଏକ ଭାଷା ଥିଲା । ମହେନ୍ଦ୍ର ବାବୁ ଯେମିତି ନିରୀହ ପଶୁ ଟି ର ଆଖିରେ ପହଁରୁଥିବା ସେଇ ଭାଷା କୁ ପଢି ଦେଲେ ।
ପଶୁ ଟି ହେଲେ ବି ସେ ବି ଯେମିତି ଚାହୁଁଥିଲା ମହେନ୍ଦ୍ର ବାବୁ ଙ୍କ ଫିଯିଓ ଚିକିତ୍ସକ ହାତ ର ଟିକେ ଦିବ୍ୟ ସ୍ପର୍ଶ ।
ଆରମ୍ଭ ହେଲା ସେବା କାର୍ଯ୍ୟ ।କିଛି ସମୟ ଆଉଁସା ଘସା ହେଲା ପରେ ଗାଈ ଟି ଯାଇ ଚିକିତ୍ସା କେନ୍ଦ୍ର ରୁ ଆପେ ଆପେ ଧୀରେ ଧୀରେ ବାହାରକୁ ଆସିଲା ।

ପଶୁ ପକ୍ଷୀ ଙ୍କ ପ୍ରତି ଦୟା ଓ କରୁଣା ଭାବନା ରଖିବା ଏକ ମାନବୀୟ ଚରିତ୍ର ।

Leave A Reply

Your email address will not be published.