,ପ୍ରାକୃତିକ ବିପର୍ଯ୍ୟୟ ପାଇଁ ନେପାଳ ଦାବି କରୁଛି କ୍ଷତିପୂରଣ
ବିଶ୍ୱ ତାପମାତ୍ରା ବୃଦ୍ଧି ପାଇଁ ଏବେ ଗ୍ଲେସିଆର ହେଉଛି ଭୁ ସ୍ଖଳନ
ନେପାଳ ରେ ଘଟୁଥିବା ଭୟଙ୍କର ପ୍ରାକୃତିକ ବିପତ୍ତି ପାଇଁ ହିମାଳୟ ର ଗ୍ଲେସିୟର ରେ ତାପମାତ୍ରା ବୃଦ୍ଧି ଓ ଭୁ ସ୍ଖଳନ ଦାୟୀ ହେଉଥିବାରୁ ଯେଉଁ ଦେଶ ଗୁଡିକ ଏଥିଲାଗି ଦାୟୀ ସେମାନେ କ୍ଷତିପୂରଣ ଦେବାକୁ ନେପାଳ ସରକାର ଦାବି କରିଛି । ଏହି ଦାବି ଜାତି ସଂଘ୍ ରେ ଉଠାଯିବ ବୋଲି କୁହାଯାଉଛି ।ତେବେ ଗ୍ରୀନ ହାଉସ ଇଫେକ୍ଟ ପାଇଁ ବିଶ୍ୱ ର ବିକଶିତ ଦେଶ ମାନେ ଦାୟୀ ।ଜେଉଁଥିଲଗି ବିଶ୍ୱ ତାପମାତ୍ରା ବୃଦ୍ଧି ପାଉଛି ।ଚୀନ୍ ସବୁଠାରୁ ଅଧିକ ଏଥିଲାଗି ଦାୟୀ ହୋଇଥିଲା ବେଳେ ଆମେରିକା ତା ପଛ କୁ ରହିଛି ।ତେବେ ଭାରତ ରେ ମଧ୍ୟ ଏହି କୁ ପ୍ରଭାବ ପାଇଁ ପାଖାପାଖି ସାତ ରୁ ଆଠ ପ୍ରତିଶତ ଦାୟୀ ବୋଲି କୁହାଯାଉଛି । ଗ୍ରୀନ ହାଉସ ପ୍ରଭାବ କୁ ଚୀନ୍ ୨୯ ପ୍ରତିଶତ ରୁ ଅଧିକ ଓ ଆମେରିକା ୧୧ ପ୍ରତିଶତ ରୁ ଅଧିକ ବିଷାକ୍ତ ଗ୍ୟାସ ଛାଡୁଥିଲା ବେଳେ ଏହି ଗ୍ୟାସ ମଧ୍ୟ ରେ ଅଙ୍ଗାରକାମ୍ଳ ଗ୍ୟାସ ୭୪ ପ୍ରତିଶତ ରହିଛି ।