ବଣୁଆ ମହୁମାଛି ଆକ୍ରମଣ ରେ ଆହତ ହେଲେ ଫଳ ଦୋକାନୀ
ନିଉଜ ଡେସ୍କ 30/4
ମାହାଙ୍ଗା ବ୍ଲକ ଗୋକନ ପଞ୍ଚାୟତ ର ଦୁର୍ଗା ମଣ୍ଡପ ଠାରେ ଥିବା ଏକ ବରଗଛରେ ବଣୁଆ ମହୁମାଛି ବସା କରିଛନ୍ତି। ପ୍ରବଳ ଗରମ ଯୋଗୁଁ ବସା ଛାଡି ଏଣେତେଣେ ଉଡ଼ି ପଥଚାରୀ କୁ ଆକ୍ରମଣ କରୁଛନ୍ତି।ଏ ନେଇ ସ୍ଥାନୀୟ ଲୋକମାନେ ଉକ୍ତ ସ୍ଥାନକୁ ଆସୁନାହାନ୍ତି।ବନ ବିଭାଗ ପକ୍ଷରୁ ମହୁମାଛିକୁ ଘଉଡାଇବା ପାଇଁ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉନି। ଫଳରେ ସୋମବାରେ ପୁଣି ମହୁମାଛିଙ୍କ ଆକ୍ରମଣରେ ବଜାରର ଫଳ ଦୋକାନୀ ଗୟାଧର ମଲ୍ଲ
ଗୁରୁତର ହୋଇଥିଲେ ।
ତାଙ୍କୁ ୧୦୮ ଯୋଗେ ମାହାଙ୍ଗା ମେଡିକାଲ ରେ ଭର୍ତି କରାଯାଇଛି।
ଦୀର୍ଘ ୨୦ ଦିନ ରୁ ଅଧିକ ସମୟ ହେବ ମହୁମାଛି ଲୋକଙ୍କୁ ବାରମ୍ବାର ଆକ୍ରମଣ କରୁଥିଲେ ମଧ୍ୟ ବନ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୈାଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି।