ବଡ ମେଡିକାଲ ରେ କେବେ ହେବ ଆଶ୍ରୟ ସ୍ଥଳ ?ଥୁରୁ ଥୂରୁ ଶୀତ ରେ ରାତି କାଟୁଛନ୍ତି ରୋଗୀ ଙ୍କ ଆତ୍ମୀୟ ,ଭାଙ୍ଗୁନି ସରକାରଙ୍କ କୁମ୍ବ କର୍ଣ୍ଣ ନିଦ୍ରା

ko

ନିୟୁଜ ଡେସ୍କ

ଫଟୋ ଦୀପକ ଆଚାର୍ଯ୍ୟ

କିଛି ଦିନ ହେଲା ଥୁରୁ ଥୁରୁ ଶୀତ ରେ ଥରୁଛି ସାରା ଓଡ଼ିଶା ।ଏବେ ପୁଣି ଦାଉ ସାଧିଲାଣି କାରୋନା।କେତେ ଆଶା ଭରସା ନେଇ ନିଜର ଆତ୍ମୀୟ ସ୍ୱଜନ ଙ୍କୁ ଭଲ କରିବାକୁ କୋଉ ଦୂର ଗାଁ ଓ ସହର ରୁ ଶହ ଶହ ମଣିଷ ଛୁଟି ଆସନ୍ତି କଟକ ବଡ ମେଡିକାଲ । ରୋଗୀ କୁ ଭଲ କରି ଘର କୁ ନେବେ ।ପୁଣି ହସ ଖୁସିରେ ଉଛୁଳି ଉଠିବ ଘର । ଏଠି କିନ୍ତୁ ନିଜ ନିଜ ରୋଗୀ ମା ନ ଙ୍କ ର ସେବା କରୁଥିବା ମଣିଷ ଗୁଡାକ ଦିନ ସାରା ଏଠିକି ସେଠିକି ଦାଉଦ ଦଉଡ଼ି କରି କରି ରାତି ରେ ଟିକେ ଢୁ ଲେ଼ଇ ପଡ଼ିବାକୁ ଜାଗା ଟିଏ ପାଆନ୍ତି ନାହିଁ । ଶୀତ କାକର ବର୍ଷା ପାଣିରେ ଖୋଲା ଛାତ ତଳେ କୁକୁର ମାଙ୍କଡ ଙ୍କ ସହ ରାତି ପୁହେଇ ବେଳେ ବେଳେ ନିଜେ ବି ରୋଗୀ ପାଲଟି ଯାଆନ୍ତି ସେମାନେ ।

ଦୁର୍ଭାଗ୍ୟ ଯେ ସ୍ଵାଧୀନତା କୁ ସତୁରୀ ବର୍ଷ ଟପି ସାରିଥିଲେ ବି ଏ ଯାଏ କଟକ ସ୍ଥିତ ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ରେ ରୋଗୀ ମା ନ ଙ୍କ ଆତ୍ମୀୟ ସ୍ୱ ଜ ଙ୍କ ପାଇଁ ରାତି ପୁହେଇବା ପାଇଁ ନାହିଁ ଆଶ୍ରୟ ସ୍ଥକ।

ଆନ୍ୟନ୍ ମୌଳିକ ସୁବିଧା ସୁଯୋଗ କଥା ନଜିଲେ ଭଲ ।ଏବେ ସରକାର ଏମ୍ସ ପ୍ଲସ୍ ଭଳି ଏକ ସୁପର ସ୍ପେ ସି ଆଲ ହସ୍ପିଟାଲ ର ସୁବିଧା ଦେବାକୁ ଯାଉଛନ୍ତି । କୁହାଯାଏ ନର କୁଆଡେ ନାରାୟଣ । ମଣିଷ ର ସେବା ହେଉଛି ମା ଧା ବଙ୍କ ସେବା ।

ଏବେ ପୁଣି ରାଜ୍ୟ ର ଲୋକପ୍ରିୟ ସରକାର ୪ ଥର ରାଜ୍ୟ କୁ ସୁଶାସନ ଦେଇଥିବାର ପ୍ରଚାର ଚାଲିଥିଲା ବେଳେ ପାଣି ପରି ପଇସା ବିଭିନ୍ନ ଧର୍ମ ଅନୁଷ୍ଠାନ ମଠ ମନ୍ଦିର ପାଇଁ ଅର୍ଥ୍ ବ୍ୟୟ ବରାଦ କରାଯାଉଛି ।

ହେଲେ ବଡ ଡାକ୍ତରଖାନା ତଥା ଶିଶୁ ଭବନ ଓ ଦିନ କୁ ହଜାର ହଜାର ରୋଗୀ ଆସୁଥିବା ଅନ୍ୟ ଡାକ୍ତରଖାନା ପରିସର ରେ ରାତ୍ରି ଆଶ୍ରୟ ସ୍ଥଳ ସହ ମୌଳିକ ସୁବିଧା ସୁଯୋଗ ଦେବା ପାଇଁ କୌଣସି ଉଦ୍ୟମ

ଗ୍ରହଣ କରା ଯାଇ ନାହିଁ ।

ରାତି ହେଲେ ମୁଣ୍ଡ ଗୁଞ୍ଜିବାକୁ କୋଉ ବାରଣ୍ଡା ସାଇକଲ ଷ୍ଟାଣ୍ଡ କି ଛାତ ତଳ ଖୋଜି ବୁଲନ୍ତି ରାତି ପୁହଉଥିବ ରୋଗୀ ମା ନ ଙ୍କ ଆତ୍ମୀୟ ।

ବହୁ ବୁଦ୍ଧିଜୀବୀ ଦୁଃଖ ପ୍ରକାଶ କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମା ନ ନି ୟ ମୁଖ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ।ସରକାର ଙ୍କ ପାଖରେ ଅର୍ଥ ର ଅଭାବ ନାହିଁ ହେଲେ ଉଦ୍ୟମ ଆରମ୍ଭ କଲେ ହୋଇପାରନ୍ତା ଏହି ଛୋଟିଆ ସମସ୍ୟାର ସମାଧାନ । ରାଜ୍ୟ ରେ ଲାଭ କରୁଥିବା ବହୁ କମ୍ପାନୀ ର ସି ଏସ ଆର ଫଣ୍ଡ କୁ ବି ବ୍ୟବହାର କରାଯାଇ ପା ର ନ୍ତା ।

Leave A Reply

Your email address will not be published.

five − 3 =