ସର୍ବୋଦୟ ର ଆଉ ଜଣେ ସନ୍ଥ

ଆଲେଖ୍ୟ। ,,ସତ୍ୟ ,,

କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ୍ କମନ୍ସ

🔺🔻ଭଲମଣିଷର ସନ୍ଧାନ ରେ..🔺🔻
🔹🔸🔹🔸🔹🔸🔹🔴🔹🔸🔹🔸🔹🔸🔹🔸

◾ସର୍ବୋଦୟ ର ସନ୍ଥ ତଥା ବୀରିବାଟୀର ଆଉ ଜଣେ ବିନୋବା…

ବିନୋଦ ମହାନ୍ତି..◾

ଙ୍କ ସହ କିଛି ମୁହୁର୍ତ୍ତ ବିତାଇବା ଆମ ପାଇଁ ଥିଲା ଜୀବନର ଏକ ବିରଳ ଅନୁଭବ…

ବିନୋଦ ମହାନ୍ତି…ଅଶୀ ବର୍ଷ ରେ ବି ଯୁବ ସୁଲଭ… ସମାଜ ପାଇଁ କିଛି କରିବା ପାଇଁ ଅଦମ୍ୟ ଆଗ୍ରହ ବିପୁଳ ଶ୍ରଦ୍ଧା ଅନୁରାଗ ଓ ଆତ୍ମପ୍ରତୟ ର ସନ୍ଥପ୍ରତିମ ସମ୍ଵେଦନଶୀଳ ଦରଦୀ ମଣିଷ ସେ…

କଟକ ବିରିବାଟୀରେ୧୯୪୨ ରେ ଜନ୍ମ । ରେଭେନ୍ସା ରୁ ବନାରଶ ହିନ୍ଦୁ ବିଶ୍ଭିଦ୍ୟାଳୟ ରେ ସମାଜବିଜ୍ଞାନର ଅଧ୍ୟ୍ଯୟନ ।
. ବିଧାନସଭା ରେ ତତ୍କାଳିନ ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବର ଚାକିରୀ କରି ସମାଜସେବାର ଆହ୍ବାନ ରେ ପୁଣି ଏହାକୁ ପରିତ୍ୟାଗ
କରନ୍ତି ସେ ।

ପରେ ପୁଣି ପୁନେରେ ଏକ ଜାତୀୟ ସମ୍ବାଦପତ୍ର ର ଫେଲାସିଫ ରେ ସାମ୍ବାଦିକତା ପଢୁ ପଢୁ କଳାହାଣ୍ଡିର ଭୋକ ର ଭୂଗୋଳ ଆନ୍ଦୋଳିତ କରେ । ଦ୍ଦ ହ ନି ୟ ଦାରିଦ୍ର୍ୟ ଓ ପିଲାବିକ୍ରୀର କରୁଣ କାହାଣୀ କୁ କାତୀୟ ସ୍ତର ର ବହୁ ଇଂରାଜି ଦୈନିକ ରେ ଲେଖୁ ଲେଖୁ ୧୯୬୬ ରେ ଲୋକନାୟକ ଜୟପ୍ରକାଶ ଙ୍କ ସହ ବୁଲି ବୁଲି ୭ ବର୍ଷର ସାମ୍ଵାଦିକତା ରେ ଜନ ଜୀବନ ର ଯାତନା ଆଉ ଲୁହ କୁ ଲେଖନୀ ରେ ଭରି ସମାଜ ର ତଳ ପାହାଚ ର ମଣିଷ ଙ୍କ କଥା ବଖାଣି ବସନ୍ତି ସେ ଆଉ ଜୀବନ କୁ ସମାଜ ସେବା ପାଇଁ ଉତ୍ସର୍ଗ କରି ବସନ୍ତି । ଜରୁରୀ ପରିସ୍ଥିତି ବେଳେ ଭାରତୀୟ ଗଣତନ୍ତ୍ର ର ସେଇ ଅଭିଶପ୍ତ ଅଭୂଳା କଳା ରାତି ରେ

ତାଙ୍କ ଶାଣିତ ସାମ୍ବାଦିକତା ଆଉ ସାଲିସ ବିହୀନ ସତ୍ୟାବଦ୍ଧ ସଂଗ୍ରାମ କୁ ଚାପି ଦେବା ପାଇଁ ଯାଆନ୍ତି ୧୯ ମାସ ର କାରାବାସ,

ସେବା ର ନିରାଳସ ମହାନ୍ ବ୍ୟକ୍ତିତ୍ଵ ନବକୃଷ୍ନ ଓ ମା ମାଳତୀ ଦେବୀଙ୍କ ନିକଟରେ ନିଜକୁ
ସମର୍ପଣ କରି ସର୍ବୋଦୟ ଆନ୍ଦୋଳନ ରେ ଯୋଗ ଦିଅନ୍ତି ସେ ।
ସନ୍ଥ ବିନୋବା ଙ୍କ ଭୁଦାନ ଆନ୍ଦୋଳନ ରେ ବି ବିନୋବା ଆଜ୍ଞା ଙ୍କ ର ପାଲଟି ଯାଆନ୍ତି ଅଗ୍ରଣୀ ସାରଥି…

ଓଁ ଭାଇ ବାବୁ ଭାଇ ଶ୍ରଦ୍ଧେୟ ଇଂ ମାତୃ ଙ୍କ ସହ ସେଦିନ ବିନୋଦ ଭାଇ ଆଉ ତାଙ୍କର ଧର୍ମପତ୍ନୀଙ୍କ ସହ ତାଙ୍କର କଟକ ର ଟାଙ୍ଗୀ ନିକଟସ୍ଥ ଭଗତପୁର ରେ ସାକ୍ଷାତ ର ସାନିଧ୍ୟ୍ୟ ଆମକୁ ଦେଇଥିଲା ଏକ ଅପାଶୋରା ଅନୁଭବ.. । ସେମାନଙ୍କ ଅନୁରାଗ ଭଲପାଇବା ଓ ଆତିଥ୍ୟ ମନେରହିବ ସଵୁଦିନ

ଇଣ୍ଡିଆନ ଏକ୍ସପ୍ରେସ ନ୍ୟାସନାଲ ହେରାଲ୍ଧ ହିନ୍ଦୁ ପରି ଜାତୀୟ ସମ୍ବାଦପତ୍ର ରେ ନିଜର ସୃଜନଶୀଳ ସତ୍ୟବଦ୍ଧ ଶାଣିତ ସମ୍ବାଦିଜତା ର ସ୍ବାକ୍ଷର ଛାଡିଥିବା ବରିଷ୍ଠ ସାମ୍ବାଦିକ ସମାଜସେବୀ ଙ୍କ ସହ ଆମ ଓଡିଆ ଓ ଇଂରାଜି ର ଦ୍ବିଭାଷୀ ପତ୍ରିକା ପାଇଁ ଛୋଟିଆ ସାକ୍ଷାତକାର ଟି ଆଣିବା ଏକ ଧୃଷ୍ଠତାବୋଲି ଅନୁଭବ ହେଉ ଥିଲା ବେଳେ ତାଙ୍କ ସୁଖ ଦୁଃଖ ଜେଲ ଜୀବନ
ଜନଜାଗରଣ୍ ଆଉ ସମାଜସେବାର ର ଅଙ୍ଗେ ନିଭା ସତକଥା ସବୁ ଶୁଣୁ ଶୁଣୁ ଦୁର ଶାଳବଣ ମଥାନରେ ଶୀତୁଆ ମାଇ ସଂଜ କେତେବେଳେ ଯେ ଆସିସାରିଥିଲା ଆମେ ଜାଣି ପାରୁ ନଥିଲୁ..

ପତଳା ଅନ୍ଧାର ଦାନା ବାନ୍ଧିବା ଆରମ୍ଭ କରିଥିଲା ଆଉ ସମ୍ଭାବନା ର ସକାଳ ଆଡ଼କୁ ଧୀରେ ଧୀରେ ବଢୁଥିଲା ବେଳେ ଆମେ ବି ବିନୋଦ ଭାଇ ଙ୍କ ସ୍ବପ୍ନ ରେ ଗୋଟେ ସୁନ୍ଦର ସୁର୍ଯୋଦୟ ର ଆଶା ବାଦି କଥା ସବୁ ଶୁଣି ଶୁଣି ନିଜ ଭିତରେ କେମିତି ଏକ ପୁଲକ ଅନୁଭବ କରୁଥିଲୁ ।

ଆଗାମୀ ସମୟ ଆଉ ଏକ ଭଲ ସମାଜ ପାଇଁ ବେଶ ଆଶାବାଦୀ ସେ .. ଉତ୍ତରପୁରୁଷ ଭିତରେ ଅମୃତର ଫଳ ର ସନ୍ଧାନ ରେ ସ୍ବପ୍ନ ବିଭୋର ବିନୋଦ ଭାଇଙ୍କ ପରି ଭଲମଣିଷ ସତରେ ଆମ ସମୟ ର ଏକ ମହାନ ବ୍ୟକ୍ୟିତ୍ବ…

Leave A Reply

Your email address will not be published.

3 + 14 =