ପ୍ରସିଦ୍ଧ ପାଟୁଆ ଯାତ୍ରା ପୂର୍ବରୁ ସାଲେପୁର ର ମିର୍ଜାପୂର ପଞ୍ଚାୟତ ରେ ଅବସ୍ଥିତ ଗଙ୍ଗେଶ୍ଵର୍ ପୀଠ ରେ ଶୌଚାଳୟ ନିର୍ମାଣ ପାଇଁ ଦାନା ବାନ୍ଧୁଛି ଦାବି

ସାଲେପୁର ୧୦/୦୩

ପ୍ରସିଦ୍ଧ ଶୈବ ପୀଠ ଗଙ୍ଗେଶ୍ୱର୍ ରେ ନାହିଁ ଶୌଚାଳୟ ଆଗକୁ ପଣଯାତ୍ରା ଲକ୍ଷାଧିକ ଯାତ୍ରୀ ଙ୍କ ସମାଗମ ସମ୍ଭାବନା

ଆଉ ଦିନ କେଇଟା ପରେ ପଡ଼ିବ ସାଲେପୁର ର ମିର୍ଜlପୂର୍ ପଞ୍ଚାୟତ ରେ ଅବସ୍ଥିତ ପ୍ରସିଦ୍ଧ ଶୈବ କ୍ଷେତ୍ର ଶ୍ରୀ ଗଙ୍ଗେଶ୍ୱର ଙ୍କ ପଣା ବା ପାଟୁଆ ଯାତ୍ରା ।

ପୀଠ କୁ ଦୁଇ ଦିନ ଝାମୁ ଆଉ ପଣା ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ପୀଠ କୁ ଆସିବାକୁ ଥିଲା ବେଳେ ମେଳା ରେ ଦୋକାନ ବଜାର ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପନ୍ଦର ଦିନ ରୁ ଅଧିକ ସମୟ ଧରି ଚାଲିବା । ଦୁଃଖ ପରିତାପ ର ବିଷୟ କି ଏହି ପୀଠ ରେ ଏଯାବତ୍ ଗୋଟିଏ କାର୍ଯକ୍ଷମ ଶୌଚାଳୟ ନାହିଁ ।

ବିଗତ ଦଶ ବର୍ଷ ରୁ ଉର୍ଦ୍ଧ ହେବ କିଛି ସ୍ୱେଚ୍ଛାସେବୀ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଙ୍କୁ ସାକ୍ଷାତ କରି ଦାବି ରଖିଲା ପରେ ଏକ କମ୍ୟୁନିଟ୍ ଶୌଚାଳୟ ନିର୍ମାଣ କରାଯାଇଥିଲା । ତାହା କେବଳ ଗୋଟିଏ ଦିନ ବି ବ୍ୟବହାର ହୋଇ ନ ପାରି କାକ କ୍ରମେ ସେମିତି ଅପନ୍ତରା ରେ ପଡି ରହିଥିଲା ବେଳେ ଆରମ୍ଭ ହେବl ପର ଦିନ ବିଦ୍ୟୁତ୍ ଚଳିତ ସବ ମାରିଶିବଲ ପାଣି ମଟର ଟି ଚୋରି ହୋଇଯାଇଛି । ପଞ୍ଚାୟତ ପକ୍ଷରୁ ଏହାକୁ ରକ୍ଷଣାବେକ୍ଷଣ୍ କରା ନ ଗଲାରୁ ଏହା ବଣ ଅରମା ରେ ପରିଣତ ହୋଇଥିଲା। ତେବେ

ଏ ପର୍ଯ୍ୟନ୍ତ ସେଇ ଶୌଚାଳୟ କୁ ନା କରା ଯାଉଛି ମରାମତି ନାଁ ତିଆରି ହେଉଛି ନୂଆ ଶୌଚାଳୟ । ଏହି ପୀଠ ରେ ବିଭାହ ଋତୁ ରେ ଏଠାରେ ଅନେକ ମନ୍ଦିର ବିବାହ ହେଉଥିଲା ବେଳେ ବର୍ଷ ସାରା ରୁଦ୍ରାଭିସେକ୍ ଅନ୍ୟାନ୍ୟ ଯଜ୍ଞାଦି କାର୍ଯ୍ୟକ୍ରମ ହେଉ ଥିବାରୁ ସବୁ ସମୟ ରେ ଶୈବ ପୀଠ ରେ ଭିଡ ଲାଗି ରହିଥାଏ । ହେଲେ ଶୌଚାଳୟ / ପାଈଖାନା ଟିଏ ନଥିବାରୁ ଶ୍ରଦ୍ଧାଳୁ ତଥା ଯାତ୍ରୀ ପର୍ଯ୍ୟଟକ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ତୁରନ୍ତ ଶୌଚାଳୟ ର ନିର୍ମାଣ କରିବା ସହ ପୁରୁଣ ଶୌଚାଳୟ ର ମାରମତି କରିବାକୁ ଜନ ସାଧାରଣ ଦାବି କରିଛନ୍ତି ।ସବୁ ବେଳେ ମାତୃ ଶକ୍ତି ମହିଳା ସଶକ୍ତି କାରଣ କଥା କହୁଥିବା ସରକାର ଏଠାକୁ ବର୍ଷ ତମାମ ହଜାର ହଜାର ମା ମାନେ ଆସୁଥିବାରୁ ନିତ୍ୟ କର୍ମ ଲାଗି ଅସୁବିଧା ର ସମ୍ମୁଖୀନ ହେଉଥିବାରୁ ବିଳମ୍ବ ରେ ହେଉ ପଛେ ଶୌଚାଳୟ ତୁରନ୍ତ ନିର୍ମାଣ କରିବାକୁ ଦାବି ଦାନା ବନ୍ଧିଛି । ।

ବଣ ଅରମାରେ ପଡ଼ି ରହିଥିବା ଶୌଚାଳୟ କୁ ସ୍ଥାନୀୟ କିଛି ସ୍ଵେଚ୍ଛାସେବୀ ପରିଷ୍କାର କଳା ପରେ ମରାମତି ଅପେକ୍ଷା ରେ ପଡ଼ି ରହିଛି ଶୌଚାଳୟ

Leave A Reply

Your email address will not be published.

16 − 8 =