ନ ଗ ଡା ର ନଗ୍ନ ସତ୍ୟ

ନ ଗ ଡ଼ା ରୁ ଆଇନଜୀବୀ ସତ୍ୟନାରୟଣ ଦାସ

କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ କମନ୍ସ

ଅଭିମନ୍ୟୁ ସାହୁ ଓ ଜିତେନ୍ଦ୍ର ପଣ୍ଡା

ଅପପୃଷ୍ଟି ର ଅନ୍ଧ ଗଳୀ ରେ ଶିଶୁ କନ୍ୟା ଅନୁଷୟା ର ଚାଲିଛି ଚେଙ୍କ ଚିକିତ୍ସା

ବିପୁଳ ପ୍ରଚୂର୍ୟ୍ଯ ଭିତରେ ଉତ୍କଟ ଦାରିଦ୍ର୍ୟ ଅଶିକ୍ଷା ଅପପୃଷ୍ଟି ଅନ୍ଧ ବିଶ୍ବାସ ର ଅଭିଶପ୍ତ ଅନ୍ଧାରୀ ମୂଲକ
ର ପରିଚୟ ନେଇ ଅତିତ ର
ଆଇନା ରେ ଆଜି ବି ଝାପସା ଝାପସା ଦିଶେ ସେ ଦିନର କରୁଣ ଚିତ୍ର,,, ୨୦୧୬ ରେ ପୃଷ୍ଟି ହୀନତା ପାଇଁ ପର ପାରିକୁ ଚାଲିଗଲେ ୧୯ ଜଣ ଶିଶୁ ।

ବିକାଶ ର ମଖ ମଲି କାନଭାଶ ଉପରେ ନିନ୍ଦିତା ନ ଗ ଡ଼ା ର ନଗ୍ନ ସତ୍ୟ ପାଲଟିଲା ଏକ ଅଶ୍ରୁଳ ଛିନ୍ନପୃଷ୍ଠା ! ଯାଜପୁର ର ସୁବର୍ଣ୍ଣ ଉପତ୍ୟକାର ଉପାନ୍ତ ରେ ଜଙ୍ଗଲ ପାହାଡ କୋଳ ରେ ବାସ କରୁଥିବା ଜୁଆଙ୍ଗ ଙ୍କ ଜୀବନ ଯନ୍ତ୍ରଣା ର କାହାଣୀ ପାଲଟିଲା ଜାତୀୟ ଗଣ ମଧ୍ୟାମ ର ଶିରୋନାମ

ଏବେ ବିକାଶ ର ଧରେ ଆଲୁଅ ସିନା ବିଦ୍ୟୁତ୍ ଖୁଣ୍ଟ ରେ ବତି ହେଇ ଜଳିବା ଆରମ୍ଭ କରିଛି ଆଉ ପତଳା ପିଚୁ ସଡ଼କ ଘାଟି ରାସ୍ତା ରେ ଅଙ୍କେଇ ବଙ୍କେଇ ପାହାଡ ଉପରକୁ ଅଜଗର ପରି ଚଢ଼ି ପୁଣି ତଳ ନଗଡା ଦେଇ ପିଠି ଉପରେ ଅଙ୍ଗନୱାଡ଼ି କେନ୍ଦ୍ର କୁ ଧରି ଓହ୍ଲାଇଛି । ହେଲେ ନଗଡା ର ଜୀବନ ଜୀବିକା ର ଯନ୍ତ୍ରଣା ଆହୁରି ଉତ୍କଟ ହେଇଛି । ଏବେ ବି ଭାତ ଗୁଣ୍ଡା କୁ ଲୁଣ ନେଶି ଖାଉଛନ୍ତି ସେମାନେ ।କୋଉଠି କୋଉଠି ଆଧାର କାର୍ଡ ବନ୍ଧା ପଡ଼ିଛି । ଯୋବ୍ କାର୍ଡ ର ପଇସା କୁ ଆଉ କିଏ ଉଠେଇ ନଉଚି ବୋଲି ଅଭିଯୋଗ ମିଳୁଛି । ବୁଢ଼ା ବୁଢ଼ୀ କାହିଁକି ଭତ୍ତା ପାଉନି ବୋଲି କାରଣ ଖୋଜି ବୟସ କେତେ ହେଲାଣି ପଚାରିଲେ ଷାଠିଏ ଟପିଥିବା ବୁଢା ଲୋକ ଟି ବୟସ କଣ ବୋଲି ଶେତା ପଡ଼ି କୋରଡ ଭିତରକୁ ପଡ଼ିଥିବା ଡ ବ ଡ ବ ଆଖିରେ ଚାହିଁ ଓଲଟା ପ୍ରଶ୍ନ ଟିଏ
ପଚାରୁଛି । କେତେ ସରଳ ନିଷ୍ପାପ ଆଉ ନିରୀହ ମଣିଷ ଏମାନେ !

ତେବେ ଯାଜପୁର ର ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ ତଥା ସମାଜସେବୀ

ଡକ୍ଟର ବିଜୟ ଶତପଥି ଓ ଶିଶୁ ଭବନ ର ସହକାରୀ ପ୍ରଫେସର ଡକ୍ଟର
ବନୋଜ ରାୟ ସାମ୍ବାଦିକ ତଥା ସମାଜକର୍ମୀ ରବୀନ୍ଦ୍ର କୁମାର କର ସହ ସମାଜସେବୀ ଓମ୍ ପ୍ରସାଦ ମହାନ୍ତି ଅଭିମନ୍ୟୁ ସାହୁ ମା ନ ବା ଧି କା ର କର୍ମୀ ଅଧିବକ୍ତା ସତ୍ୟ ନାରାୟଣ ଦାସ ହେମନ୍ତ ସହୁ ରଶ୍ମିରେଖା ବାରିକ ଦିନେଶ ଗୁପ୍ତା ରାମ ରାଏ ଭାରତ ପଟ୍ଟନାୟକ ମହେନ୍ଦ୍ର ଦାସ
ଡକ୍ଟର ଜ୍ୟୋତି ସାମନ୍ତରାୟ ବର୍ଷୀୟାନ ସମାଜସେବୀ କାହୁଁ ଚରଣ ଦାସ ଜିତେନ୍ଦ୍ର ପଣ୍ଡା ଙ୍କ ସହ ଭଏସ ଅଫ୍ କମନ୍ସ ର ସମ୍ବାଦ କର୍ମୀ ଙ୍କୁ ନେଇ ଏକ ପ୍ରତିନିଧି ଦଳ ନଗଡା ଯାଇଥିଲା ବେଳେ ସାନ ନ ଗ ଡ଼ା ର ଗାଲେ ଓ ମଙ୍ଗୁଲୁ ପ୍ରଧାନ ଙ୍କ
ଦୁର୍ବଳତମ ଶିଶୁ ଭାବେ ଚିହ୍ନଟ ହୋଇଥିବା ଶିଶୁ ଟିକୁ ଚେଙ୍କ ଚିକିତ୍ସା କରାଯାଇଥିବାର ଟିମ୍ ରେ ଯାଉଥିବାର ଡାକ୍ତର ମାନେ ଦେଖି ବାକୁ ପାଇଥିଲେ ଯାହାକୁ ଶିଶୁ ର ବାପା ମା ସ୍ବୀକାର କରିଥିଲେ ।

ଜନ୍ମ ବେଳେ ଶିଶୁ ଟି ଦୁଇ କିଲୋ ଚାରିଶହ ଥିଲା ବେଳେ ଏବେ ତାର ଓଜନ ୧୭୦୦ ଗ୍ରାମ କୁ ଖସି ଆସିଛି
ତେବେ ଶିଶୁ ଟି ଅସ୍ଵସ୍ଥ କର ପରିବେଶ ରେ ନିଜ ଘରେ ଜନ୍ମ ହୋଇଥିଲା ବେଳେ ତାର ବାପା ମା ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ସତ୍ବେ ଶିଶୁ ଟିକୁ ସୁକିନ୍ଦା ର ପୃଷ୍ଟି ସାଧନ କେନ୍ଦ୍ର କୁ ନେଇ ନାହାନ୍ତି । ଶିଶୁ ଟିର ଚିକିତ୍ସା ଏକ କ୍ୱାକ ହାତରେ ଚେଙ୍କ ଚିକିତ୍ସା ରେ କରିବା ଦ୍ୱାରା ଶିଶୁ ର ଜୀବନ ରେ ବିପଦ ର ସମ୍ଭାବନା ରହିଛି । ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପାଖ୍ୟରୁ କୁନି ଶିଶୁ କୁ ଡାକ୍ତରଖାନା ନେବାକୁ ଉଦ୍ୟମ କରାଯିବା ସତ୍ବେ ତାର ଚିକିତ୍ସା ଏ ଯାଏ ସମ୍ଭବ ହୋଇ ପାରିନି ବୋଲି ସୂଚନା ରୁ ଜଣା ପଡ଼ିଛି ।

କେବେ ବଦଳିବ ନିନ୍ଦିତା ନଗଡ଼ା ର ଭାଗ୍ୟ,,,କେବେ ଅଶିକ୍ଷା ଅପ ପୃଷ୍ଟି ଆଉ ଅନ୍ଧ ବିଶ୍ୱାସ ର ନର୍କ ଯନ୍ତ୍ରଣା ରୁ ମୁକୁଳିଁବ ପାହାଡ ଜଙ୍ଗଲ ର ଏଇ ଅଭିଶପ୍ତ ମୂଳକ କେବେ ?

Leave A Reply

Your email address will not be published.

20 + two =