ସାଧାରଣତନ୍ତ୍ର ଦିବସରେ ଯାଜପୁର ଦୁର୍ଗମ ଅଞ୍ଚଳ ଚୁଙ୍ଗୁଡ଼ିପାଲ୍ ଓ ନଗଡ଼ା ରେ ବିଶାଳ ସ୍ବାସ୍ଥ୍ୟ ଶିବିର

ଯାଜ୍ନପୁର ନଗଡ଼ା ରୁ ଅଭିମନ୍ୟୁ ସାହୁ

ସ୍ଥିର ଚିତ୍ର ଜିତେନ୍ଦ୍ର ପଣ୍ଡା

ସାଧାରତନ୍ତ୍ର ଦିବସ କୁ ସାଧାରଣ ମଣିଷ ଙ୍କ ଗହଣରେ ସେ ମା ନ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ପଙ୍କ୍ତି ଭୋଜନ ସହ ଯାଜପୁର ରେ ଅପ ପୃଷ୍ଟି ର ଅନ୍ଧାରୀ ମୂଳକ ନଗଡ଼ା ରେ ପାଳନ କଲେ ସ୍ବେଛାସେବୀ

ଅପପୃଷ୍ଟି ପାଇଁ ଶିଶୁ ମୃତ୍ୟୁ ର ଅପବାଦ ମୁଣ୍ଡାଇଥିବା ଯାଜପୁର ନଗଢା ଓ ଚିଙ୍ଗୁଡ଼ିପାଲ ପଞ୍ଚାୟତ ର ଆଖପାଖ ଗାଁ କୁ ନେଇ ଏକ ବିଶାଳ ସ୍ବାସ୍ଥ୍ୟ ସେବା ଶିବିର ମା ରାଧା ଦେବୀ ଦତ୍ତ ନ୍ୟାସ ଓ କଲ୍ୟାଣ ର ମିଳିତ ସହଯୋଗ ଏବଂ ସାହା ର ସଂଯୋଜନାରେ ଦେଓଗାଁ ସ୍ଥିତ ସରକାରୀ ଉପ୍ରା ବିଦ୍ୟାଳୟ ରେ
ଗତ ସାଧାରଣତନ୍ତ୍ର ଦିବସରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସ୍ବାସ୍ଥ୍ୟ ଶିବିର ପାଇଁ ଦୂର ରୁ ଓ ପାହାଡ ଘଟି ଉପରେ ଥିବା ନଗଡା ମଝି ନାଗଡ଼ା ଓ ତଳ ନଗଡ଼ା ରୁ ରୋଗୀ ମାନଙ୍କୁ ଆଣିବା ଲାଗି
ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷ ରୁ ୪ ଗୋଟି ଆମ୍ବୁଲାନ୍ସ ସ୍ବାସ୍ଥ୍ୟ ଶିବିର କୁ ପରିବହନ ପାଇଁ ବ୍ୟବସ୍ଥା ହୋଇଥଲା ।

ଏହି ସ୍ବାସ୍ଥ୍ୟ ଶିବିର ରେ ଦୁଇ ଶହ ରୁ ଅଧିକ ରୋଗୀ ଙ୍କ ବିଶେଷଜ୍ଞ ଡକ୍ଟର ମାନେ ଚିକିତ୍ସା କରିଥିଲା ବେଳେ ମାଗଣା ରେ ଔଷଧ ଓ ଭିଟାମିନ ଟନିକ ଯୋଗାଇ ଦିଆ ଯବା ସହ ପାଞ୍ଚ ସହ ସ୍ଥାନୀୟ ଜନସାଧାରଣ ଓ ରୋଗୀ ଙ୍କ ପାଇଁ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା ହୋଇଥିଲା ।


ଏହି ଶିବିର ରେ ଅବସର ପ୍ରାପ୍ତ ଯାଜପୁର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ବିଜୟ ଶତପଥୀ ଡକ୍ଟର ବିଦ୍ୟାଧର ପାତ୍ର ଶିଶୁ ଭବନ ରୁ ପ୍ରଫେସର୍ ଡକ୍ଟର ବନୋଜ ରାଏ ସ୍ଥାନୀୟ ଚିଙ୍ଗୁଡିପାଲ ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସକ ଡକ୍ଟର ସୁଶାନ୍ତ ମିଶ୍ର କଟକ ରୁ ଫିଜିଓଥରାପିଷ୍ଟ୍ ମହେନ୍ଦ୍ର ଦାସ ଯୋଗ ଦେଇ ରୋଗୀ ମା ନ ଙ୍କୁ ଚିକିତ୍ସା କରିଥିଲେ ।

ଓମ ପ୍ରସାଦ ମହାନ୍ତି ଙ୍କ ନେତୃତ୍ଵ ରେ ଏହି କାର୍ଯ୍ୟକ୍ରମ ଡକ୍ଟର ଜ୍ୟୋତି ପ୍ରକାଶ ସାମନ୍ତ ରାଏ ଟିକସ ପରାମର୍ଶ ଦାତା ଅଭିମନ୍ୟୁ ସହୁ ହେମନ୍ତ କୁମାର ସାହୁ ଅଧ୍ୟାପିକା ରସ୍ମିରେଖା ବାରିକ ଆଇନଜୀବୀ ସତ୍ୟ ନାରାୟଣ ଦାସ ସମାଜସେବୀ ଦିନେଶ ଗୁପ୍ତା ଜିତେନ୍ଦ୍ର ପଣ୍ଡା ଓ ଭାରତ ଭୂଷଣ ପଟ୍ଟନାୟକ ଇଂଜିନିୟର ମାତ୍ରୁଜିତ ସହୁ ଦୀପକ ଆଚାର୍ଯ୍ୟ ଆଶିଷ ସହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶିଷ୍ଟ ସମାଜସେବୀ ଶ୍ରୀ ରାମ ରାଏ ସମର୍ଥ ଓଡ଼ିଶାର ସଭାପତି କାହ୍ନୁଚରଣ ଦାସ ଓ ଦିନେଶ ଗୁପ୍ତା ଦୀପକ ଆଚାର୍ଯ୍ୟ ଙ୍କ ନେତୃତ୍ଵ ରେ ଏକ ଟିମ୍ ପାହାଡ ଉପରେ ଥିବା ଗ୍ରାମ ଗୁଡ଼ିକ କୁ ଯାଇ ଅନ୍ତେବାସୀ ଙ୍କ ସମସ୍ୟା ପଚାରି ବୁଝିଥିଲେ । ସ୍ଥାନୀୟ ସାମ୍ବାଦିକ ତଥା ସମାଜ କର୍ମୀ ରବୀନ୍ଦ୍ର କର ଏଠାରେ ସବୁ ପ୍ରକାର ସହଯୋଗ କରିଥିଲେ

ତେବେ ସଫଳତା ର ସହ ସ୍ବାସ୍ଥ୍ୟ ଶିବିର ସମ୍ପନ୍ନ ହୋଇଥିବାରୁ ବିଶିଷ୍ଟ ସମାଜସେବୀ ଶିକ୍ଷାବିତ୍ ପ୍ରଫେସର ଦେବୀ ପ୍ରସାଦ ଦାସ ଓ ବରିଷ୍ଟ ସାମ୍ବାଦିକ ଶ୍ରୀ ଅମ୍ବିକା କାନୁନଗୋ ସମସ୍ତ ସମାଜକର୍ମୀ ଙ୍କୁ ଶୁଭ କାମନା ଜଣାଇଛନ୍ତି ।

ଟାଟା ଅତିଥି ଭବନ ପକ୍ଷରୁ ସହଯୋଗ ଯୋଗାଇ ଦିଆ ଯାଇଥିଲା ବେଳେ ଡକ୍ଟର ଜ୍ଞାନ ରଞ୍ଜନ ନାୟକ ଶିଶିର କୁମାର ପଣ୍ଡା ବିନୟ ମିଶ୍ର ଇଂଜିନିୟର ସହଦେବ ଖଟୁଆ ତୁଷାର ମଲ୍ଲିକ ଅମରେନ୍ଦ୍ର ଜେନା ସାଇ ଆଶ୍ରିତ ବାଜ ଭାଇ ପ୍ରମୁଖ ସ୍ବାସ୍ଥ୍ୟ ଶିବିର ଲାଗି ଔଷଧ ଓ ଭିଟାମିନ ଯୋଗାଇ ଦେଇଥିଲେ ।

ତେବେ ଘାଟି ଉପରେ ରହୁଥିବା କିଛି ଗ୍ରାମ ର ଅଧିବାସୀ ପାଇଁ ଅପୁଷ୍ଟିକର ଖାଦ୍ୟ ଏକ ସମସ୍ୟା ହୋଇଥିଲା ବେଳେ ଅନ୍ତତ ଏଠାରେ ଦିନ କୁ ଗୋଟିଏ ଥର ଆହାର କେନ୍ଦ୍ର ଦ୍ଵାରା ଖାଦ୍ୟ ଦେବା ଲାଗି ବ୍ୟବସ୍ଥା କରିବାକୁ ସମାଜସେବୀ ମାନେ ସରକାର ଙ୍କୁ ଅନୁରୋଧ କରିଛନ୍ତି । ଅନେକ ବୁଦ୍ଧ ବୃଦ୍ଧା ଙ୍କ ବୟସ ୬୦ ଟପି ଥିଲା ବେଳେ ତୁରନ୍ତ ସରକାର ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ କରି ପ୍ରକୃତ ହିତାଧିକାରୀ ଙ୍କ ବୟସ ସଂଶୋଧନ କରି ବୁଢା ବୁଢ଼ୀ ବିଧ୍ବବା ଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରିବାକୁ ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟନ ଦାସ ମଧ୍ୟ ସରକାର ଙ୍କୁ ଅନୁରୋଧ କାଟୁଛନ୍ତି । ଅନେକ ପିଲା ଅ ଧା ରୁ ପାଠ ଛାଡ଼ି ଦେଉ ଥିବାରୁ ଚିଙ୍ଗୁଡିପାଲ୍ ପଞ୍ଚାୟତ ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଆଶ୍ରମ ବିଦ୍ୟାଳୟ ର ଶୈଖିକ ଭିତ୍ତି ଭୂମି କୁ ଦୃଢ଼ କରିବା ପାଇଁ କର୍ମ ଚାରି ନିଯୁକ୍ତି ସହ ଅନ୍ୟାନ୍ୟ ବ୍ୟବସ୍ଥା କରି ଅଧା ରୁ ପାଠ ଛାଡିଥିବା ପିଲା ଙ୍କୁ ପୁଣି ପଢିବାକୁ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.

13 + sixteen =