ସାଲେପୁର ରୁ ଶୁଲିପ୍ତା କଟକ ଜିଲ୍ଲା ରେ ଶ୍ରେଷ୍ଟ ଅଙ୍ଗନୱାଡ଼ି କର୍ମୀ ଭାବେ ହେଲେ ସମ୍ମାନିତ

ନିଉଜ୍ ଡେସ୍କ

୨୭/୦୧

ଗତ ସାଧାରଣ ତନ୍ତ୍ର ଦିବସରେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ର ଅଙ୍ଗନୱାଡ଼ି କର୍ମୀ ତାଙ୍କର ସମର୍ପିତ ସେବା ଲାଗି ବର୍ଷ ୨୦୨୪ ସାଧାରଣ ତନ୍ତ୍ର ଦିବସ ରେ ସମ୍ମାନିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ସାଲେପୁର ଲୁଣାହାର ୫ ଅଙ୍ଗନୱାଡ଼ି କେନ୍ଦ୍ର ର ଜଣେ କର୍ମୀ ଭାବେ ଶ୍ରୀମତୀ ସୁଲିପ୍ତା ଦାସ କାର୍ଯ୍ୟ କରୁଥିଲା ବେଳେ ଜିଲ୍ଲା ର ଅନ୍ୟତମ ଶ୍ରେଷ୍ଟ କମି ଭାବେ ତାଙ୍କୁ ଜନରାଜ୍ୟ ଦିବସ ରେ ଜିଲ୍ଲା ପ୍ରଶାସନ ଦ୍ବାରା ସମ୍ମାନିତ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟୋଜିତ ଜନରାଜ୍ୟ ଦିବସ ଉତ୍ସବ ରେ ବିଦ୍ୟାଳୟ ଗଣଶିକ୍ଷା ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀ ସୁଦାମ ମାଣ୍ଡି ଶ୍ରୀମତୀ ସୁଲିପ୍ତ ଙ୍କୁ ସମ୍ମାନିତ କରିଛନ୍ତି ।

ସେ ବିଗତ ବର୍ଷ ୨୦୨୩ ରେ ସାଲେପୁର ବ୍ଲକ ର ଶ୍ରେଷ୍ଟ ଅଙ୍ଗନୱାଡ଼ି କର୍ମୀ ଭାବେ ମଧ୍ୟ ବିଧାୟକ ପ୍ରଶାନ୍ତ ବେହେରା ଙ୍କ ଦ୍ଵାରା ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମାନିତ ହୋଇ ଥିଲେ ।

Leave A Reply

Your email address will not be published.

six + 9 =