ରବିବାର ବି ଭୋକ ହୁଏ# ବଡ ଡାକ୍ତରଖାନା ଶିଶୁ ଭବନ ଓ ଅନ୍ୟ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ର କୁ ରବିବାର ଦିନ ଖୋଲିବାକୁ ଦାବୀ କଲେ ସମାଜସେବୀ

ମାହାଙ୍ଗା
ଶୀତ ତାପ ନିୟନ୍ତ୍ରିତ ପ୍ରକୋଷ୍ଠ ରେ ବସି ଯେଉଁ ମାନେ ଯୋଜନା ଯୋଜନା ଯୋଜନା ର ଲମ୍ବା ତାଲିକା କରନ୍ତି ସେମାନଙ୍କ ପାଇଁ ରବିବାର ହେଉଛି ଭବ୍ୟ ଭୋଜନ ବିଶ୍ରାମ ଉପଭୋଗ ର ଦିନ ।ହେଲେ ଯେଉଁ ଗରିବ ଆର୍ଥିକ ଦୂରବସ୍ଥା ଶିକାର ହୋଇଥିବା

ଖଟିଖିଆ ମୂଲିଆ ମାନେ ଡାକ୍ତଖାନା ଦୌଡନ୍ତି ସେମାନଙ୍କୁ ରବିବାର ଭୋକ ହୁଏ ବୋଲି ବୋଧେ ଭୁଲି ଯାଇଥିଲେ ବଡ ବଡ ହାକିମ ମବେବ।ସେଥିପାଇଁ ରବିବାର ସବୁ ଡାକ୍ତରଖାନା ନିକଟରେ ଆହାର କେନ୍ଦ୍ର ବନ୍ଦ ରହୁଥିଲା ବେଳେ ଏହି ଦିନ ଆହାର କେନ୍ଦ୍ର ଖୋଲିବାକୁ ଦାବି ରଖିଥିଲେ କିଛି ସମାଜସେବୀ ।

ରବିବାର ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ବଡ ଡାକ୍ତଖାନାକୁ ଓ ଅନ୍ୟାନ୍ୟ ଡାକ୍ତଖାନା ଆସୁଥିବା ରୋଗୀ ଓ ସେମାନଙ୍କ ଆତ୍ମୀୟ ବିଶେଷ କରି ବହୁ ଗରିବ ଗୁରୁବା ଏଠାରେ ମାସ ମାସ ଧରି ରହିବାକୁ ପଡୁଥିବାରୁ ଖାଇବା ଲାଗି ଛଟପଟ ହୁଅନ୍ତି ।

ତେବେ
ଟି ଟା ନା ସେ ରେ ପୀଡ଼ିତ ଗଞ୍ଜାମ ଜିଲ୍ଲା ରେ ଏକ ପରିବାର ରୋଗୀ ଙ୍କୁ ଦିଆଯାଉଥିବା ଖାଦ୍ୟ କୁ ବହୁଦିନ ଧରି ସ୍ବାମୀ ଓ ତାଙ୍କ ଗର୍ଭ ବତି ପତ୍ନୀ ମିଶି କରି ଖାଇ ବହୁ ଦିନ ଧରି ଅଧା ପେଟ ରେ ରହୁଥିବା ର ଖବର ବଡ ଖବର ଏଇ ଶେବିକ ଛାତ୍ରୀ ଙ୍କ ଠୁ ପାଇ ସାମାଜିକ ସଂଗଠନ ସାହା ସେମାନଙ୍କୁ ସାହାଯ୍ୟ କରିଥିଲା । ଆହାର କେନ୍ଦ୍ରରେ ଖାଇବା ପାଇଁ ବି ସେମାନଙ୍କ ନିକଟରେ ଅର୍ଥ ନଥିବାରୁ ସେମାେନଙ୍କୁ ସାହାଯ୍ୟ କରିବା ସହ ଅନ୍ୟାନ୍ୟ ସାହାଯ୍ୟ କରିଥିଲା ।ପରେ ସାହା ପକ୍ଷରୁ ଆରମ୍ଭ କରିଥିଲା ରବିବାର ଆହାର କେନ୍ଦ୍ର ପାଇଁ ସାମାଜିକ ଗଣମାଧ୍ୟମ ରେ ଦାବି କରିବାର ଅଭିଯାନ। ଭିନ୍ନ ଭିନ୍ନ ଖବର କାଗଜ ରେ ଦାବି ସହ ସାହା ର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ମୁଖ୍ୟମନ୍ତ୍ରୀ ଓ ଫାଇଭି ଟି ସଚିବ ଓ ବିଭାଗୀୟ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଟୁଇଟ୍ ଯୋଗେ ବହୁ ସମାଜସେବୀ ସରକାରଙ୍କୁ ରବିବାର ଆହାର କେନ୍ଦ୍ର ଖୋଲିବାକୁ ଅନୁରୋଧ କରିଆସୁଥିଲେ ।


ତେବେ ଏବେ ପ୍ରତି ଡାକ୍ତରଖାନା ନିକଟରେ ଆହାର କେନ୍ଦ୍ର ଖୋଲି ଥିବାରୁ ମାହାଙ୍ଗା ରୁ ଏଇ ଅଭିଯାନ ଆରମ୍ଭ କରିଥିବା ମାନବାଧିକାର କର୍ମୀ ଅଧିବକ୍ତା ସତ୍ୟ ନାରାୟଣ ଦାସ ପ୍ରକ୍ଟନ ଅଧ୍ୟକ୍ଷ ସମାଜସେବୀ ଦେବୀପ୍ରସାଦ ଦାସ ପୂର୍ବତନ ଅତିରିକ୍ତ ସଚିବ ତଥା ଗାନ୍ଧୀ ସ୍ମାରକ ନିଧି ର ରାଜ୍ୟ ସମ୍ପାଦକ୍ ଜୟନ୍ତ ଦାସ ବଡ ଡାକ୍ତରଖାନାରେ ସ୍ବେଛସେବୀ ସେବକ ର ଦୀପକ ଆଚାର୍ଯ୍ୟ ଆମ ମାହାଙ୍ଗା ରୁ ଡକ୍ଟର ଅମରେନ୍ଦ୍ର ମହାନ୍ତି ସାମ୍ବାଦିକ ବିବେକାନନ୍ଦ ଦାସ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଦେଇଛନ୍ତି ।

Leave A Reply

Your email address will not be published.

four × three =