ଅନନ୍ୟ ଅଧିବକ୍ତା ଦେବ ଦତ୍ତ

ଦେବସୁଲଭ ଗୁଣ ରେ ଦିବ୍ୟ ଚେତନା ର ଯୁବକ ସେ ।
ଭୁବନେସ୍ୱର ରେ ଏକ ପ୍ରତିଷ୍ଠିତ ଇଂରାଜି ମାଧ୍ୟମ ବିଦ୍ୟାଳୟ ରେ ସ୍କୁଲ ଶିକ୍ଷା ପରେ ମେକାନିକାଲ ଇଞ୍ଜିନିୟରିଂ ବ୍ୟବସାୟ ପ୍ରଶାସନ ଆଉ ଆଇନ ରେ ସ୍ନାତ୍ତକୋତ୍ତର ଉଚ୍ଚ ଶିକ୍ଷା ଗ୍ରହଣ ସହ ପରିବେଶ ପ୍ରତି ଥିବା ତାଙ୍କର ସ୍ୱତନ୍ତ୍ର ଆଗ୍ରହ ପାଇଁ ପରିବେଶ ଆଇନ୍ ରେ ଗବେଷଣା ରେ ବିସ୍ତାରିତ ତାଙ୍କ ଜୀବନ ର ଶିକ୍ଷା ର ବିନ୍ଦୁ ବଳୟ,,

ବହୁଦେଶୀୟ କମ୍ପାନୀ ରେ ଜଣେ ଇଂଜିନିୟର ବୃତ୍ତି ରେ ଉଚ୍ଚ ବେତନ ରେ ଚାକିରି କରିବା ପର୍ଯ୍ୟନ୍ତ ସବୁ ବେଳେ ସମାଜ ର ତୃଣମୂଳ ସ୍ତର ରେ ସେବା ସହ ଆବେଗିକ ସ୍ତର ରେ ଜଡିତ ଥିଲେ ସେ । ସବୁ ବେଳେ ସମାଜ ପାଇଁ କିଛି କରିବାର ପୀଡ଼ା ମନ କୁ ଯେମିତି କରୁଥିଲା ଆନ୍ଦୋଳିତ ଆଉ ଅଥୟ । ଇଯିନୀୟରିଂ ଓ ବ୍ୟବସାୟ ପ୍ରଶାସନ ରେ ଖ୍ୟାତନାମା ବିଶ୍ଵ ବିଦ୍ୟାଳୟ ରୁ ଉଚ୍ଚ ଶିକ୍ଷା ପାଈ ସରିଲା ପରେ କିଛି ଦିନ ଉଚ୍ଚ ପଦବୀ ରେ କାର୍ଯ୍ୟ କଳା ପରେ ମାସିକ ଲକ୍ଷାଧିକ ଟଙ୍କାର ଚାକିରୀ ର ମୋହ ଛାଡ଼ି ଆଈନ୍ ରେ ସ୍ମାତୋକୋତ୍ତର ଶିକ୍ଷା ରେ ରାଜ୍ୟପାଳ ଙ୍କ ସ୍ୱର୍ଣ୍ଣ ପଦକ । ଆଇ ଆଇ ଟି ଖଡକପୁର ଓ ଜାତୀୟ ଆଇନ୍ ବିଶ୍ଵ ବିଦ୍ୟାଳୟ ବାଙ୍ଗାଲୋର ରୁ ଅଧିକ ବୃତ୍ତି ଗତ ପାଠ ପଢ଼ି ସାରିଲ ପରେ ଏବେ ସୁପ୍ରିମ କୋର୍ଟ ଓ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ରେ ଓକିଲାତି କରି ବହୁ ଜନସ୍ବାର୍ଥ ସମ୍ବଳିତ ମାମଲା ଛୋଟ ବୟସ ରୁ ସ୍ୱାଧୀନ ଭାବେ ଲଢ଼ିବ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସେ । ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ରେ ପରିବେଶ ଆଇନ୍ ରେ ପି ଏଚ ଡି କରିବା ସହ ବିଭିନ୍ନ୍ ସେବା ମୂଳକ କାର୍ଯ୍ୟ ରେ ସେ ପ୍ରତକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ।

ଛାତ୍ର ଥିଲା ବେଳେ ସ୍ବେଛାସେବୀ ଭାବେ ବିଭିନ୍ନ ସେବା କାର୍ଯ୍ୟ ସହ ଜଡିତ ଥିଲେ ସେ ।ଦୁର୍ନୀତି ବିରୁଦ୍ଧ ରେ ଆନ୍ନା ହଜାରେ ଙ୍କ ଆନ୍ଦୋଳନ ରେ ଓଡ଼ିଶା ରେ ମଧ୍ୟ ଦେଇ ଥିଲେ ନେତୃତ୍ବ

ଖବର କାଗଜ ଶିରୋନାମା ରେ ଶ୍ରୀ ଦେବଦତ୍ତ

ଆଜି ବି ଗାଁ କୁ ନେଇ ପରିବେଶ କୁ ନେଇ ସମାଜ ର ତକ ପାହାଚ ରେ ଥିବା ମଣିଷ ଙ୍କ ସ୍ବାର୍ଥ ପାଇଁ ଲଢ଼ିବାକୁ ପ୍ରତିଶ୍ରୁତିବଦ୍ଧ୍ ଦେବଦତ୍ତ ନିଜ ଗାଁ ସହ ରଖିଛନ୍ତି ଆବେଗିକ୍ ସମ୍ପର୍କ । ବୁବନେଶ୍ୱର୍ ରେ ସେ ପିଲାଦିନ କଟାଇ ଥିଲେ ବି ନିଜ ଗାଁ କୁ ପ୍ରାଣ ଭରି ଭଲ ପାଆନ୍ତି ସେ ।ତେବେ ଆଗାମୀ ଦିନରେ ତାଙ୍କର ର ବଳିଷ୍ଠ ଯୁକ୍ତି ଓ ବୃତ୍ତିଗତ ମେଧା ସମ୍ବେଦନଶୀଳତା ର ଶାଣିତ ସ୍ୱର ମାନବିକ ଅଧିକାର ସୁରକ୍ଷା ଆଉ ପରିବେଶ ସୁରକ୍ଷା ଓ ଅନ୍ୟାନସ୍ପର୍ଶ କାତର ପ୍ରସଙ୍ଗ ରେ ସମାଜ ଓ ତକ ପାହାଚ ର ମଣିଷ କୁ ସୁରକ୍ଷା ଦେବ ନିଶ୍ଚୟ

ଖବର କାଗଜ ଶିରୋନାମା ରେ ଦେବଦତ୍ତ

ସବୁ କର୍ମ ବ୍ୟସ୍ତତା ଭିତରେ ଯୁବକ ଯୁବତୀ ମାନଙ୍କୁ ମାନବିକ ଅଧିକାର ସୁରକ୍ଷା ଉପରେ ପ୍ରଶିକ୍ଷିତ କରିବା ସହ ଜନଜାତି ବହୁଳ କୋରାପୁଟ କଳାହାଣ୍ଡି କେଉଁଝର ପ୍ରଭୁତି ଜିଲ୍ଲା ର ବହୁ ଅଗମ୍ୟ ଅଞ୍ଚଳ କୁ ଯାଇ ବିଭିନ୍ନ ପ୍ରକାର ସେବା ଦାନ ପଙ୍କ୍ତି ଭୋଜନ ଚିକିତ୍ସା ଶିବିର କମ୍ୱଳ ଶୀତବସ୍ତ୍ର ଓ ଲୁଗା ବିତରଣ କାଯ୍ୟକ୍ରମ ର ନେତୃତ୍ୱ ଦେଇ ଦୁର୍ଗମ ଅଞ୍ଚଳ ରେ ସମୟ ଅତିବାହିତ କରିବା ତାଙ୍କର ନିୟମିତ ଅଭ୍ୟାସ ।ଅତି ଦୁର୍ଗମ ଅଞ୍ଚଳ କୁ ଯାଇ ଜନଜାତି ଭାଇ ବାଉଣି ଙ୍କ ସହ ମିଶିବା ତାଙ୍କ ଜୀବନ ଜୀବିକା ମାନବିକ ଅଧିକାର ପରିବେଶ ଉପରେ ଅଧ୍ୟୟନ କରିବା ସହ ଗ୍ରାମ୍ୟ ଜୀବନ ଓ ପ୍ରକୃତି ପ୍ରତି ଅଛି ତାଙ୍କର ଅନନ୍ତ ଆଗ୍ରହ

ଗଣ ମାଧ୍ୟମ ରେ ଦେବଦତ୍ତ ଙ୍କ ସହ କିଛି ଆଳାପ

Leave A Reply

Your email address will not be published.