ଫିନ୍ -ଲ୍ୟାଣ୍ଡ ଦୁନିଆର ସବୁଠାରୁ ସୁଖୀ ରାଷ୍ଟ୍ର । ୧୪୩ ରାଷ୍ଟ୍ର କୁ ନେଇ ସୁଖୀ ରାଷ୍ଟ୍ର ର ତାଲିକାରେ ଭାରତ ର ସ୍ଥାନ୧୨୬

ଦୁନିଆ ର ସବୁଠାରୁ ହସ ଖୁସି ରେ ଥିବା ସୁଖୀ ରାଷ୍ଟ୍ର ହେଉଛି
ଫିନଲ୍ୟାଣ୍ଡ । ଏହି ଦେଶ ର ପ୍ରତି ଟି ନାଗରିକ ଙ୍କ ପାଇଁ ଆର୍ଥିକ ସୁରକ୍ଷା ସହ ଅନ୍ୟାନ୍ୟ ମୌଳିକ ଅଧିକାର କୁ ଦେଶ ସୁରକ୍ଷିତ କରିଥାଏ । ଲୋକ ମାନେ ବେଶ୍ ମୁକ୍ତ ପରିବେଶ ରେ ପ୍ରକୃତି ସହ ଘନିଷ୍ଠ ହୋଇ ଜୀବନ ଯାପନ୍ କରିଥାନ୍ତି । ଏଠିକାର ନିର୍ବାଚନ ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛ । ଏହି ଦେଶ ର ନାଗରିକ ମାନଙ୍କ ମାନବିକ ଅଧିକାର ସୁରକ୍ଷା କୁ ମଧ୍ୟ ଦେଶ ନିଶ୍ଚିତ କରିଥାଏ ।
ତେବେ ବିଗତ ସାତ ବର୍ଷ ଧରି ଏହି ଦେଶ ସବୁଠାରୁ ସୁଖୀ ମାନଙ୍କ ତାଲିକା ରେ ଥିଲା ବେଳେ ଏହି ୨୦୨୪ ବର୍ଷ ପାଇଁ ଡେନମାର୍କ
ଦୁତୀୟ ଆଇସ ଲ୍ୟାଣ୍ଡ ତୃତୀୟ ସ୍ଵିଡେନ ତୃତୀୟ ଇସ୍ରାଏଲ ଚତୁର୍ଥ ନେଦର ଲ୍ୟାଣ୍ଡ ପଞ୍ଚମ ନରୱେ ଷଷ୍ଠ ଲାକ୍ସିମବର୍ଗ ସପ୍ରମା ସୁଖୀ ରାଷ୍ଟ୍ର ଭାବେ ସ୍ଵୀକୃତି ପାଇଛି । ତାଲିବାନ ଦ୍ଵାରା ଶାସିତ ଆଫ୍ଗାନିସ୍ଥାନ ସୁଖୀ ରାଷ୍ଟ୍ର ତାଲିକା ର ଶେଷ ରେ ଥିଲା ବେଳେ ୧୪୩ ଟି ରାଷ୍ଟ୍ର ମଧ୍ୟରୁ
ଭାରତ ୧୨୬ ତମ ସ୍ଥାନ ରେ ରହିଛି । ଏହି ବର୍ଷ ଆମେରିକା ର ସ୍ଥାନ ସୁଖୀ ତାଲିକାରେ ୨୩ ରେ ରହିଛି ।

ଭାରତ ର ପଡ଼ୋଶୀ ରାଷ୍ଟ୍ର ଚୀନ ର ସ୍ଥାନ ଏହି ତାଲିକାରେ ୬୦ ରେ ଥିଲା ବେଳେ ନେପାଲ ର ୯୩ ପାକିସ୍ଥାନ ୧୦୮ ମିଆଁମାର ୧୧୮ ଶ୍ରୀଲଙ୍କା ୧୨୮ ବଙ୍ଗଳାଦେଶ ର ସ୍ଥାନ ୧୨୯ ରେ ରହିଛି ।

ଫିନଲ୍ୟାଣ୍ଡ ରେ ସେଇ ଦେଶ ର ସରକାର ଙ୍କ ଦ୍ଵାରା ଲୋକ ମାନଙ୍କ ପାଇଁ କଲ୍ୟାଣ କାରି ଯୋଜନା ଦେଶ ପ୍ରଶାସନ ଉପରେ ସାଧାରଣ ଜନତା ର ଗଭୀର ଆସ୍ଥା ସର୍ବ ନିମ୍ନ ଦୁର୍ନୀତି ନିଶୁଳ୍କ ଉଚ୍ଚ ମାନର ସ୍ବାସ୍ଥ୍ୟ ସେବା ଓ ନିଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ଫିନ ଲ୍ୟାଣ୍ଡ ର ଅଧିବାସୀ ମାନେ ସବୁଠାରୁ ଅଧିକ ସୁଖୀ ବୋଲି କୁହାଯାଉଛି ।

Leave A Reply

Your email address will not be published.

one × five =