ପୂର୍ଣ୍ଣତା ର ପାରିଜାତ - ପଦ୍ମଶ୍ରୀ ପୂର୍ଣ୍ଣମାସି

ଆଲେଖ୍ୟ -ସତ୍ୟାନାରାୟଣ ଦାସ ( ଆଇନଜୀବୀ)

କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ କମନ୍ସ

ସାକ୍ଷାତକାର -ଡାକ୍ତର ବନୋଜ ରାଏ ( ସହକାରୀ ପ୍ରଫେସର ଶିଶୁଭବନ)

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାବା ପୂର୍ଣ୍ଣିମାସି ଙ୍କ ର ପାଦ ସ୍ପର୍ଶ କରି କରୁଛନ୍ତି ପ୍ରଣାମ

କନ୍ଧମାଳ ଜିଲ୍ଲା ର ଖଜୁରୀପଡ଼ା ବ୍ଲକ ଚାରିପଡ଼ା ଗାଁ ର ପୁର୍ଣମାସି ଜାନି ।କେଉଁ ଅଗନା ଅଗନୀ ନିଘଂଚ ଜଙ୍ଗଲ ରେ ଫୁଟିଥିବା ପୂର୍ଣ୍ଣତା ର ପାରିଜାତ ସେ ।

ମହାମହିମ ରାଷ୍ଟ୍ରପତି ଙ୍କ ଦ୍ଵାରା ପଦ୍ମ ପୁରସ୍କାର ରେ ପୂର୍ଣ୍ଣମାସି ହୋଇଛନ୍ତି ସମ୍ମାନିତ

ପାଠ ପଢି ନାହାଁନ୍ତି। ଏମିତି କି ଖଡ଼ି ବି ଛୁଇଁ ନାହାନ୍ତି । ହେଲେ ସାଧନା ତପସ୍ୟା ବଳରେ ହୋଇଛନ୍ତି ଅଲୌକିକ ଶକ୍ତି ର ଅଧିକାରିଣୀ । କୁଇ ଓ ଓଡ଼ିଆ ଭାଷା ରେ ନିଜ ମନରେ ରଚନା କରି ଗାଇଛନ୍ତି ଲକ୍ଷାଧିକ ଭଜନ । ସମାଜ ର ସେବାରେ ଜୀବନ କୁ ତିଲ ତିଳ କରି କରିଛନ୍ତି ଉତ୍ସର୍ଗ

ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଛନ୍ତି ପୂର୍ଣ୍ଣମାସି

ତାଙ୍କ ର ମାର୍ଗ ଦର୍ଶନ ରେ କନ୍ଧମାଳ ଫୁଲବାଣୀ ର ଅଗଣିତ ଆଦିବାସି ଭାଇ ଭଉଣୀ ସମାଜ ର ମୁଖ୍ୟ ସ୍ରୋତ କୁ ଆସି ନିଶାମୁକ୍ତ ହେଇଛନ୍ତି ତ ଜଙ୍ଗଲ କାଟିବା ବନ୍ଦ କରି ବୃକ୍ଷ ସଂରକ୍ଷଣ ର ଦାୟିତ୍ଵ ନେଇଛନ୍ତି । ଅକପଟ ସରଳ ବିନମ୍ରତା ର ବିପୁଳ ବ୍ୟକ୍ତିତ୍ଵ ସେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହ ପଦ୍ମଶ୍ରୀ ପୂର୍ଣ୍ମମାସି

ତାଙ୍କ ର ସାହିତ୍ୟ ଉପରେ ଗବେଷଣା କରି ଶାନ୍ତି ନିକେତନ ଓ ରେଭେନ୍ସା ବିଶ୍ଵ ବିଦ୍ୟାଳୟ ରୁ ଦୁଇ ଜଣ ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ପାଈ ସାରିଛନ୍ତି । ତାଙ୍କର ସାମଗ୍ରିକ ଅବଦାନ ପାଇଁ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ସମ୍ମାନ ୧୯୯୮ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ ୨୦୦୬ ଇଲା ପଣ୍ଡା ବଂଶୀଧର ସାରସ୍ଵତ ସମ୍ମାନ ୨୦୧୮ କାଦମ୍ୱିନି ସମ୍ମାନ ୨୦୨୦ ସମେତ ବହୁ ଅନୁଷ୍ଠାନ ଓ ପୁରସ୍କାର ରେ ତାଙ୍କୁ ସମ୍ମାନୀତ କରାଯାଇଛି ।

ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ସହ ପଦ୍ମଶ୍ରୀ ପୂର୍ଣ୍ଣମାସି

୧୯୪୪ ମସିହା ମାର୍ଚ୍ଚ ୨୮ ତାରିଖ ରେ ପିତା ନୀଳକଂଠ ଜାନି ଓ ମାତା ରାଣିମତି ଜାନି ଙ୍କ କୋଳ ମଣ୍ଡନ କରି ଦୁନିଆ ର ପ୍ରଥମ ଆଲୁଅ ଦେଖନ୍ତି ସେ । ପିଲା ଦିନେ ମା ଛେଉଣ୍ଡ ହେଲା ପରେ ପାଠ ପଢ଼ାରେ ଡୋରି ବନ୍ଧା ହୁଏ । ଅଳ୍ପ ବୟସ ରେ ଚାରିପଡ଼ା ଗାଁ ର ସୂର୍ନାମ ଜାନି ଙ୍କ ସହ ବିବାହ ହୁଏ ।

ଭକ୍ତି ବିନମ୍ରତା ସମାଜସେବାର ବିପୁଳ ବ୍ୟକ୍ତିତ୍ଵ ପଦ୍ମଶ୍ରୀ ପୂର୍ଣ୍ଣମାସି

ଦଶ ବର୍ଷ ଭିତରେ ଛଅ ଛଅ ଟି ସନ୍ତାନ ହରେଇ ସରିଲା ପରେ ସେ ମାତ୍ରାଧିକ ଈଶ୍ୱର ବିଶ୍ବାସୀ ହୁଅନ୍ତି। ତା ପରେ ଆରମ୍ଭ ହୁଏ ତାଙ୍କ ର ଆଧ୍ୟାତ୍ମିକ ଜୀବନ । ନିକଟସ୍ଥ ତାଡି ସରୁ ପର୍ବତ ରେ ଯାଇ ତପସ୍ୟା କରି ୧୯୬୯ ମସିହା ବୈଶାଖ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥିରେ ସେ ସିଦ୍ଧି ପ୍ରାପ୍ତ ହୁଅନ୍ତି । ତାଡି ର ଅର୍ଥ ସ୍ଥାନୀୟ ଭାଷାରେ ବିରାଟ, ସରୁ ର ଅର୍ଥ ପାହାଡ ଆଉ ବାଇ ର ଅର୍ଥ ବାବା ହେଇଥିବାରୁ ସେଇ ଦିନ ଠାରୁ ତାଡିସରୁ ବାଇ ରୂପ ରେ ସେ ପରିଚିତ ହୁଅନ୍ତି ।ସାହିତ୍ୟ ସମାଜସେବା ଆଧ୍ୟାତ୍ମିକ ଜାଗରଣ ପାଇଁ ସେ ବହୁ ଅନୁଷ୍ଠାନ ଦ୍ଵାରା ହୋଇଛନ୍ତି ସମ୍ମାନିତ ।

Leave A Reply

Your email address will not be published.

eleven − eight =