ଜଳ ପାଇଁ ଯନ୍ତ୍ରଣା

ବେଦନା ରେ ବିକଳ ହେଉଛି ବାଙ୍ଗାଲୋର

ସଫ୍ଟୱାର ର ସୁବର୍ଣ୍ଣ ଉପତ୍ୟକା ରେ ଏବେ ପାଣି ପାଇଁ ହେଇଛି ସଙ୍କଟ । ଜଳ ଯନ୍ତ୍ରଣା ରେ ହନ୍ତ ସନ୍ତ୍ ହେଉଛି ସାରା ସିଲିକନ ଭ୍ୟାଲି ।

ତେବେ ଏବେଠୁ ସତର୍କ ନହେଲେ ଆଜି ବାଙ୍ଗାଲୋର ରେ ହୋଇଥିବା ଜଳ ଯନ୍ତ୍ରଣା କାଲି ଆମ ରାଜ୍ୟ ର ବିଭିନ୍ନ ସହର ରେ ଅନୁଭୂତ ହେବାର ସମ୍ଭାବନା କୁ ଅସ୍ବୀକାର କରାଯାଇ ନପାରେ


ବାଙ୍ଗାଲୋର ସହର ରେ ଡହଳ ବିକଳ ହେଉଛନ୍ତି ଲୋକେ । ଗ୍ରୀଷ୍ମ ପ୍ରଭାବ ଧିରେ ଧିରେ ବଢୁଥିଲା ବେଳେ ଚାରି ପାଞ୍ଚ ଦିନ ଧରି ଗାଧୁଆ ପାଧୁଆ ବି କରି ପାରୁ ନାହାଁନ୍ତି । ପ୍ରାୟ ଚାରି ପାଞ୍ଚ ମାସ ହେଲା ବର୍ଷା ର ଦେଖା ନାହିଁ । ରୋଷେଇ ଗାଧୁଆ ଶୌଚ ପାଇଁ ପାଣି ର ପ୍ରବଳ ଅଭାବ ଥିଲା ବେଳେ କେବଲ୍ ଟ୍ୟାଙ୍କର ହିଁ ଭରସା ।କେବେ କେବେ ସପ୍ତାହ ରେ ଥରେ ଟ୍ୟାପ କୁ ପାଣି ଆସୁଛି । ଲୋକ ମାନେ ଚାତକ ପରି ପାଣି କୁ ଚାହିଁ ବାଦୁଛନ୍ତି । ଗାଡି ଘର ଧୋଇବା କୁ ବାରଣ କରାଯାଇଛି । ବିଦ୍ୟାଳୟ ମହାବିଦ୍ୟାଳୟ ରେ ସଂଚାର ମାଧ୍ୟମରେ ପାଠ ପଢ଼ାଯାଉଛି । ସଫ୍ଟୱାର କମ୍ପାନୀ ର ଚାକିରିଆ ମାନଙ୍କୁ ନିଜ ନିଜ ଘର କୁ ଯାଇ ସେଠାରୁ ରହି କାମ କରିବାକୁ କୁହାଯାଇଛି । ପାଣି ପାଇଁ ହାହାକାର ପଡ଼ିଥିଲା ବେଳେ ଏଥିଲାଗି ଲଢେ଼ଇ ଝଗ୍ଡ଼ା ମଧ୍ୟ ଆରମ୍ଭ ହେଲାଣି ।ଆଗକୁ ଗ୍ରୀଷ୍ମ ତିନି ମାସ ରହିଥିଲା ବେଳେ ଯଦି ବର୍ଷା ନହୁଏ ପରିସ୍ଥିତି ଭୟାନକ ହେବ ବୋଲି କୁହାଯାଉଛି । ଅତୀତ ରେ ଏତେ ଉତ୍କଟ ଜଳ ସଙ୍କଟ କେବେ ଦେଖା ଯାଇ ନଥିଲା ବୋଲି ସ୍ଥାନୀୟ ଲୋକ ମାନେ କୁହନ୍ତି। ଏଠାରେ ୨୬୦୦ ରୁ ୨୮୦୦ ମିଲିୟନ ଲିଟର ଦୈନିକ ଆବଶ୍ୟକ ହେଉଥିଲା ବେଳେ ଏବେ ଦୈନିକ ମାତ୍ର ଚାହିଦା ର ଅଧା ପାଣି ଯୋଗାଇ ଦିଆ ଯାଉଛି ।

ଜଳବାୟୁ ପରିବର୍ତ୍ତନ ଓ ପରିବେଶ ର ଦୃତ ଅବକ୍ଷୟ ଲାଗି ଏବେ ତାପମାତ୍ରା ବଢ଼ୁଥିଲା ବେଳେ ବାୟୁ ମଣ୍ଡଳ ରେ ବଢୁଛି ଅଙ୍ଗାରକାମ୍ଳ ପରି ବିଷାକ୍ତ ଗ୍ୟାସ । ଏବେଠୁ ଭୂତଳ ଜଳ କୁ ଅବିଚାରିତ୍ ଭାବେ ବ୍ୟବହାର କଲେ ଓ ବର୍ଷା ଜଳ ସରଂକ୍ଷଣ୍ ନ କଲେ ଆମ୍ ରାଜ୍ୟ ରେ ବି ଏମିତି ଜଳ ସଙ୍କଟ ତୀବ୍ର ହେବ ବୋଲି ପରିବେଶ କର୍ମୀ ମାନେ ଭବିଷ୍ୟତ ବାଣୀ କଲେଣି ।

Leave A Reply

Your email address will not be published.

13 + 7 =