ପ୍ରଜ୍ଞା ଙ୍କ ପରାକାଷ୍ଠା

ଆମେରିକା ର ପ୍ରତିଷ୍ଠିତ ୬ ଟି ବିଶ୍ଵ ବିଦ୍ୟାଳୟ ରେ ପଢିବାକୁ ଯୋଗ୍ୟା ବିବେଚିତ ହେଲା ବେଲେ ଦୁଇଟି ବିଶ୍ଵ ବିଦ୍ୟାଳୟ ରେ ବୃତ୍ତି ପାଈ ପଢିବାକୁ ତାଙ୍କୁ ଚୟନ କରାଯାଇଛି । ସୁପ୍ରିମ କୋର୍ଟ ର ଜଣେ ରୋଷେଇଆ ଙ୍କ ଘରେ ରୋଷେଇ କରି ଝିଅ ଙ୍କୁ ଏହି ସ୍ତର ରେ ପହଞ୍ଚାଇ ଥିବାରୁ ପ୍ରଜ୍ଞା ଙ୍କ ବାପା ଓଡ଼ିଆ ପୁଅ ଅଜୟ ସାମଲ ଓ ମା ପ୍ରମିଳା ସାମଲ ଙ୍କ ପ୍ରଶଂସାରେ ମୁଖର ସାରା ରାଜ୍ୟ

ଦୃଢ ଇଛାଶକ୍ତି ଆଉ ସାଧନା ସଫଳତା କୁ ବାଟ ଛାଡ଼ିବାକୁ ବାଧ୍ୟ ବୋଲି ଅନେକ ଉଦାହରଣ ରେ ଏହି ଶାଶ୍ଵତ ସତ୍ୟ ସାବ୍ୟସ୍ତ ହୋଇଥିଲା ବେଳେ ପୁଣି ଜଣେ ଓଡ଼ିଆ ଝିଅ
ବିଶ୍ଵ ଦରବାର ରେ ଏ ଜାତି ର ଗରିମା କୁ ମୁଖର କରିଛନ୍ତି ।

ପ୍ରଜ୍ଞାଙ୍କ ପ୍ରଜ୍ଞା ରେ ଆଜି ସାରା ଓଡ଼ିଶା କୁ ଦେଇଛି ପ୍ରେରଣା
!
ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ସରକାରୀ ବାସଭବନରେ ରାନ୍ଧୁଣିଆ ଭାବେ କାର୍ଯ୍ୟରତ ଜଣେ ଓଡ଼ିଆ ଅଜୟ କୁମାର ସାମଲଙ୍କ ଝିଅ ହେଲେ ୨୬ ବର୍ଷ ବୟସ୍କ ପ୍ରଜ୍ଞା ସାମଲ ।
ଯିଏ ଆଇନ ଶିକ୍ଷାରେ ଡ଼ିଗ୍ରୀ ହାସଲ କରିବା ପରେ ନିଜ ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ସେହି ଆଇନ୍ ଶିକ୍ଷାରେ ସ୍ନାତ୍ତକୋତ୍ତର ଡ଼ିଗ୍ରୀ ପଢ଼ିବା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକାର ୟୁନଭରସିଟି ଅଫ୍ କାଲିଫର୍ଣ୍ଣିଆ ଏବଂ ୟୁନଭରସିଟି ଅଫ୍ ମିଚିଗାନ୍ ଭଳି ଦୁଇ ବିଶ୍ୱବିଦ୍ୟାଳୟରୁ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଓ ଛଅ ଟି ଆମେରିକା ର ପ୍ରସିଦ୍ଧ ବିଶ୍ଵ ବିଦ୍ୟାଳୟ ରେ ପଢିବାକୁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଛନ୍ତି ।


ତାଙ୍କର ଏହି ସଫଳତା ପାଇଁ ଆଜି
ବିଚାର କାର୍ଯ୍ୟ ଆରମ୍ଭ ପୂର୍ବରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ ବିଚାରପତି ଲାଉଞ୍ଜରେ ସମସ୍ତ ବିଚାରପତିଙ୍କ ଗହଣରେ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ଏହି ଅବସରରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପ୍ରଜ୍ଞାଙ୍କୁ ନିଜ ଦସ୍ତଖତ ଥିବା ଭାରତୀୟ ସମ୍ବିଧାନ ଉପରେ ତିନୋଟି ପୁସ୍ତକ ପ୍ରଦାନ କରିବା ପରେ ପ୍ରଜ୍ଞାଙ୍କୁ ପ୍ରଶଂସା କରି କହିଛନ୍ତି ।

ତେଣୁ ସଫଳତା ବାସ୍ତବରେ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପ୍ରଜ୍ଞାଙ୍କ ବାପା ଅଜୟ କୁମାର ସାମଲ ଏବଂ ମାଆ ପ୍ରମିଳା ସାମଲଙ୍କୁ ମଧ୍ଯ ମୁଖ୍ୟ ବିଚାରପତି ଶଲ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ବିଚାରପତିଙ୍କ ଏଭଳି ସମ୍ବର୍ଦ୍ଧନାରେ ଖୁସିରେ ପ୍ରଜ୍ଞାଙ୍କ ବାପା ଅଜୟଙ୍କ ଆଖି ଲୁହ ଛଳଛଳ ହୋଇ ଯାଇଥିଲା !

Leave A Reply

Your email address will not be published.

10 − seven =