ପଦ୍ମ ପୁରସ୍କାର ବିଜେତା ଙ୍କୁ ମିଳିବ ମାସକୁ ପଚିଶ ହଜାର ଟଙ୍କା

୧୩/୦୩

ପଦ୍ମ ପୁରସ୍କାର ବିଜେତାଙ୍କୁ ମାସକୁ ୨୫ ହଜାର ଟଙ୍କା ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଘୋଷଣା । ଅପ୍ରେଲ ୨୦୨୪ରୁ ଓଡିଶାର କୃତୀ ସନ୍ତାନମାନଙ୍କୁ ଏହା ପିଛିଲା ଭାବେ ପ୍ରଦାନ କରାଯିବ । ମୂଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ ହୋଇଥିବାରୁ ବିଭିନ୍ନ କ୍ଷେତ୍ରରେ ସମାଜ କୁ ମହିମା ମଣ୍ଡିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ସମାଜକୁ ସେମାନଙ୍କ ଅବଦାନ ର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ।

ଭାଗବତ ଟୁଙ୍ଗି ଗୁଡ଼ିକ ପାଇବେ ପଚାଶ ହଜାର

ନିଉଜ୍ ଡେସ୍କ ୧୨/୦୩

ସରକାର ଏବେ ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ଦେବେ ୫୦ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରି ରାଜ୍ୟରେ ଥିବା ୭୨୦୦ ଭାଗବତ ଟୁଙ୍ଗି ସହାୟତା ପାଇବେ ବୋଲି ଘୋଷଣକରିଛନ୍ତି । ରାଜ୍ୟରେ ଥିବା ୭୨୦୦ ଭାଗବତ ଟୁଙ୍ଗି ପାଇଁ ସରକାର ଏଭଳି ଘୋଷଣା କରାଯାଇଛି ।

Leave A Reply

Your email address will not be published.

3 + 16 =