ନିର୍ବାଚନ ଆସେ

ସତ୍ୟନାରାୟଣ ଦାସ

କଳା ଟଂକା ମଦମାଂସ
ଅପରାଧୀ ପିଠି ପରେ ବସି,,
ନିର୍ବାଚନ ଆସେ ଦେଖ
ଅସୁର ର ଅଟ୍ଟହାସ୍ୟ ହସି

ଦେଶ ପାଇଁ ବଳିଦାନ
କେତେ କେତେ ଚଢ଼ିଥିଲେ ଫାସୀ ,,,
ଚାରି ଆଡେ଼ ଭ୍ରଷ୍ଟାଚାର
ଲହୁ ଝାରେ ଆଜି ଦେଶବାସୀ ,,

ସେବା ନାଁ କହି ନେତା
ଶୋଷଣ ଓ ସାହୁକାରି କରେ,
ନିରୀହ ବିହଙ୍ଗି ପରି
ଜନତା କୁ ଜାଲ ରେ ସେ ଧରେ ,,

ସିଂହାସନ କିଣି ନିଏ
ମୃତ୍ୟୁ ତାର ହୁଏ ରାଜକୀୟ।
ନିଜ ଗାଦି ଦେଇ ଯାଏ
ନେଇଯାନ୍ତି ତାର ପୁଅ ଝିଅ ,,

Leave A Reply

Your email address will not be published.

20 − 3 =