ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୩ତମ ସମାବର୍ତ୍ତନ ଉତ୍ସବ ରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ର ଅଧିବକ୍ତା ଦେବ ଦତ୍ତ ଙ୍କୁ ଆଇନ ବିଭାଗରେ ସ୍ଵର୍ଣ୍ଣ ପଦକ

ko

ଜ୍ୟୋତି ବିହାରରୁ ( ସମ୍ବଲପୁର):-ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ନାତ୍ତକୋତ୍ତର ଆଇନ୍ ବିଭାଗରେ ୨୦୨୩ ଶିକ୍ଷା ବର୍ଷରେ ସର୍ବୋଚ ନମ୍ବରରଖି ଦେବଦତ୍ତ କାନୁନଗୋ ‘ସ୍ବର୍ଣ୍ଣ ପଦକ’ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମାନ୍ୟବର ରାଜ୍ୟପାଳ ରଘୁବର ଦାସ ସୋମବାର ଦିନ ବିଶ୍ବବିଦ୍ୟାଳୟର ୩୩ ତମ ସମାବର୍ତ୍ତନ ଉତ୍ସବରେ ଦେବଦତ୍ତ କାନୁନଗୋଙ୍କ ସମେତ ୩୫ ଜଣ ଛାତ୍ର ଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରିଛନ୍ତି।

ଏତଦ୍ ‌ବ୍ୟତୀତ ୨ ଜଣଙ୍କୁ ଡିଲିଟ‌ ଉପାଧି, ୭୮ ଜଣ ଛାତ୍ର ଛିତ୍ରୀଙ୍କୁ‌ ପି ଏଚ ଡି ଉପାଧି ପ୍ରଦାନ କରିଛନ୍ତି। ଏହି‌ ଉତ୍ସବରେ କୁଳାଧିପତି ରଘୁବର ଦାସଙ୍କ ସମେତ, ସମ୍ମାନିତ ଅତିଥି ଭାବେ ଆଇ ଏମ୍ ଏମ୍ ଟିର ନିର୍ଦ୍ଦେଶକ ଡ଼ଃ ରାମାନୁଜ ନାରାୟଣ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଓଡ଼ିଶାର ଉପକୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ‌ପ୍ରମୂଖ ଯୋଗଦେଇଥିଲେ। ଏତଦ୍ ବ୍ୟତୀତ ସମ୍ବଲପୁର ଵିଶ୍ବବିଦ୍ୟାଳୟର ଉପକୂଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, ରେଜିଷ୍ଟ୍ରାର ନୃପରଞ୍ଜନ ସାହୂ ପ୍ରମୁଖ ଯୋଗ ଦେଇଥିଲେ।ଵିଶ୍ବବିଦ୍ୟାଳୟ ପକ୍ଷରୁ ଦେବଦତ୍ତ ଙ୍କ ସମେତ ସ୍ବର୍ଣ୍ଣ ‌ପଦକ ଧାରୀ ମାନଙ୍କୁ ସମ୍ମାନ ସୂଚକ ଭାବେ‌ ଉତ୍ତରୀୟ ଓ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

ତେବେ ଦେବଦତ୍ତ ଜଙ୍ଗଲ ଓ ପରିବେଶ ଏବଂ ବାଣିଜ୍ୟ (ବିଜନେସ୍) ଆଇନ୍ ବିଷୟରେ ସ୍ନାତ୍ତକୋତ୍ତର କରିଛନ୍ତି। ସେ ବର୍ତ୍ତମାନ ଜଙ୍ଗଲ ଓ ପରିବେଶ ଉପରେ ଗବେଷଣା ( ପିଏଚଡ଼ି) କରୁଛନ୍ତି।
ମେକାନିକାଲ ଇଞ୍ଜିୟରିଂ କରିଥିବା ଦେବଦତ୍ତ, ଖଡ଼ଗପୁର ଆଇ ଆଇ ଟି ରୁ ”ଇଣ୍ଟେଲେକଚୁଆଲ ପ୍ରପଟି ରାଇଟ୍ ଓ କମ୍ପିଟିସନ ଲ” ରେ ମଧ୍ୟ‌ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିଲେ। ସେ ଉତ୍କଳ ବିଶ୍ବବିଦ୍ୟାଳୟ ଆଇନ୍ ମହାବିଦ୍ୟାଳୟରୁ “ଏଲ ଏଲ ବିରେ” ଶ୍ରେଣୀରେ ଦ୍ବିତୀୟ ସ୍ଥାନ ଲାଭକରି ଉତୀର୍ଣ୍ଣ ହୋଇଥିଲେ। ସର୍ବଭାରତୀୟ ବାର ପରୀକ୍ଷାରେ କୃତୀତ୍ବ ସହକାରେ ସଫଳତା ହାସଲ।
ମହାରାଷ୍ଟ୍ରର ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟରୁ କ୍ରିମିନାଲ ଇନଭେସ୍ଟିଗେସନ ଓ ମେଡ଼ିକାଲ ଜୁରିସପୁଡ଼େନ୍ସି ଆଣ୍ଡ ଫରେନସିକ ସାଇନ୍ସ ” ବିଷୟରେ ଏ ଗ୍ରେଡ଼ରେ ଉତୀନ୍ନ ହୋଇଥିଲେ।
ବେଙ୍ଗାଲୁରସ୍ଥିତ ନ୍ୟାସନାଲ ଲ ସ୍କୁଲ ଅଫ ଇଣ୍ଡିଆନ୍ ୟୁନିଭରସିଟିରୁ “ସାଇବର ଲ ଆଣ୍ଡ ସାଇବର ଫୋରେନସିକ୍” (ପିଜିଡ଼ିସିଏଲସିଏଫ) ବିଷୟରେ ଏ+ ଗ୍ରେଡ଼ରେ ସଫଳତା ହାସଲକରିଛନ୍ତି।
କେନ୍ଦ୍ର ସରକାରଙ୍କର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇଲୋକଟ୍ରୋନିକ୍ସ “ଡ଼ିଜିଟାଲ ଫେରେନସିକ” ସାର୍ଟିପିକେଟ କୋର୍ସରେ ମଧ୍ୟ ଏ ଗ୍ରେଡ଼ରେ ଉତୀର୍ଣ୍ଣ ହୋଇଛନ୍ତି।
ୟୁ ଏନ୍ ଓ ଡ଼ି ସି ( UNODC) ପକ୍ଷରୁ “ଟ୍ରାନ୍ସନ୍ୟାସନାଲ୍ ଅର୍ଗାନାଇଜ୍ଡ୍ କ୍ରାଇମ୍ କୁ ବୁଝିବା”, “ଆତଙ୍କବାଦର ମୁକାବିଲା କରିବା ଏବଂ ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ରର ବିସ୍ତାର, ଅତଙ୍କରାଜ୍ କାର୍ଯ୍ୟକଳାପ” ,”ରାସାୟନିକ, ଜୈବିକ, ରେଡିଓଲୋଜିକାଲ ଏବଂ ନିଉକ୍ଲିୟର ଆତଙ୍କବାଦ” ବିରୋଧରେ ଆନ୍ତର୍ଜାତୀୟ ଆଇନଗତ ଫ୍ରେମୱାର୍କ ଓ ଦୁର୍ନୀତିର ପ୍ରତିରୋଧ ଆଇନ୍ ରେ ଶିକ୍ଷାଲାଭ କରିଛନ୍ତି।

ଇଞ୍ଜିନିୟରିଂ: କିଟ୍ ବିଶ୍ବବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ ରେ (ବିଟେକ୍ )ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରୁ (MBA in Production & Operations Management and Financial Management)କରିଛନ୍ତି।

ସୁପ୍ରିମ କୋର୍ଟର ଖ୍ୟାତନାମା ଅଧିବକ୍ତା ତଥା ଆଡ଼ଭୋକେଟ ଅନ୍ ରେକର୍ଡ଼, ଶ୍ରୀଯୁକ୍ତ ପ୍ରଶାନ୍ତ ଭୂଷଣଙ୍କ ଟିମ୍ ରେ ସେ ଅଧିବକ୍ତା ଭାବେ କାର୍ଯ୍ୟରତ ଅଛନ୍ତି ।
ମାମଲା:- ବିଶେଷକରି ଜନସ୍ବାର୍ଥ ମାମଲା, ଖଣିନିୟମ ଉଳଙ୍ଘନ, ଦଳିତ,ସଂଖ୍ୟାଲଘୁ ସର୍ମ୍ପକୀତ ମାମଲା, କର୍ମଚାରୀ ସମସ୍ୟା ଜନସ୍ବାର୍ଥ ସମ୍ବଳିତ ମାମଲା ଓ ପରିବେଶ ସର୍ମ୍ପକିତ ସମସ୍ତ ମାମଲା ଉପରେ ତାଙ୍କର ପ୍ରାଥମିକତା ରହିଛି।।
ଦେବଦତ୍ତ ହେଉଛନ୍ତି ବରିଷ୍ଟ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନଗୋ ଏବଂ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରି ଶ୍ରୀମତୀ ଚଞ୍ଚଳା କାନୁନଗୋଙ୍କ ଏକମାତ୍ର ପୁତ୍ର।

ସ୍ଵେଚ୍ଛାସେବୀ ସଂଗଠନ ସାହା ର ସେ ଜଣେ ସଦସ୍ୟ ଭାବେ ସମାଜ ସେବାରେ ତାଙ୍କର ବେଶ୍ ଆଗ୍ରହ ଥିଲା ବେଳେ ପରିବେଶ ସୁରକ୍ଷା ଓ ମାନବିକ ଅଧିକାର ସୁରକ୍ଷା ପାଇଁ ଲଢ଼ିବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ଭଏସ ଅଫ କମନ୍ସ କୁ କହିଛନ୍ତି ।ଉଚ୍ଚ ବେତନ ର ଇଞ୍ଜିନିୟିଙ୍ଗ୍ ଓ ବ୍ୟବସାୟୀକ ପରିଚାଳକ ର ଚାକିରୀ ଛାଡ଼ି ସାଧାରଣ ଲୋକ ଙ୍କ ସମସ୍ୟା ଉପରେ ବିଭିନ୍ନ ଉଚ୍ଚ ନ୍ୟାୟାଳୟ ଓ ଦେଶ ର ଶୀର୍ଷ ଅଦାଲତ ରେ ଲଢ଼ିବା ପାଇଁ ସେ ଆଇନ ଶିକ୍ଷା ଗ୍ରହଣ କରିବା ସହ ଓକିଲାତି ବୃତ୍ତି ରେ ପ୍ରବେଶ କରିଛନ୍ତି ବୋଲି କୁହନ୍ତି ।

ଦେବଦତ୍ତ ଭୁବନେଶ୍ୱର ରେ ଶିକ୍ଷା ଗ୍ରହଣ କରି ଥିଲା ବେଳେ ଜନ୍ମ ଭୂମି ସାଲେପୁର ର ଧର୍ମlଗତପୁର ସହ ରଖିଛନ୍ତି ଆବେଗୀକ ଓ ଭାବଗତ ସମ୍ପର୍କ । ତାଙ୍କର ସରଳତା ବିନମ୍ର ବ୍ୟବହାର ପାଇଁ ସେ ସମସ୍ତ ଙ୍କ ଶ୍ରଦ୍ଧାଭାଜନ ହୋଇଥିଲା ବେଳେ ବହୁ ସାମାଜିକ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କୁ ଏହି ସଫଳତା ପାଇଁ ଶୁଭ କାମନା ଜଣାଇଛନ୍ତି ।

Leave A Reply

Your email address will not be published.

seventeen − 16 =