ରାଜ୍ୟ ରେ ବଢୁଛି ତାପମାତ୍ରା /ଆଗାମୀ ପାଞ୍ଚ ଦିନ ଯାଏ ନାହିଁ ତାତୀ ରୁ ନିସ୍ତାର

ଡେ ନ୍ ମାର୍କ ରେ ରେ ମଳୟ ର ମହୋତ୍ସବ ,,,

କୋପର୍ହେଗେନ୍ ରୁ ଇଞ୍ଜିନିୟର ଦିବ୍ୟରଞ୍ଜନ ମହାପାତ୍ର

ଡେନମାର୍କ ଏକ ସୁନ୍ଦର ରାଷ୍ଟ୍ର। ଏବେ ଏଠାରେ ଆରମ୍ଭ ହୋଇଛି ମଳୟ ର ମହୋତ୍ସବ । ଚାରିଆଡ଼େ ଭଳି ଭଳି ଫୁଲ ଫୁଟି ରଙ୍ଗୀନ ହୋଇଛି ସାରା ଦେଶ । ଏହି ଛୋଟ ଦେଶ ଟି ତାର ନୈସର୍ଗିକ ସୌନ୍ଦର୍ଯ୍ୟ ପାଇଁ ଯେତିକି ଚର୍ଚ୍ଚିତ ଏହା ର ଅଧିବାସୀ ଙ୍କ ସୁଖ ଶାନ୍ତି ର ଜୀବନ ପାଇଁ ମଧ୍ୟ ଏହି ଦେଶ ସାରା ବିଶ୍ଵ ରେ ସେତିକି ପରିଚିତ

ଏହାର ଲୋକ ସଂଖ୍ୟା ୨୦୨୨ଜନଗଣନା ଅନୁସାରେ ୫୯ ଲକ୍ଷ । ଦେଶ ର ୮୭ ପ୍ରତିଶତ ଜନସାଧାରଣ ସହର ରେ ରୁହନ୍ତି । ପାଖାପାଖି ୮୫ ପ୍ରତିଶତ ଏଭାନ ଜେଲିକାଲ୍ ଲ୍ଲୁଥେରାନ୍ ୩ ପ୍ରତିଶତ କ୍ୟାଥେଲିକ ଓ ୫ପ୍ରତିଶତ ଇସଲାମ ଧର୍ମ ଅବଲମ୍ବନ କରିଥାନ୍ତି । ହିନ୍ଦୁ ଙ୍କ ସଂଖ୍ୟା ୦.୩ ପ୍ରତିଶତ

ଏଠାରେ ଜନ୍ ସାଧାରଣ ଙ୍କ ର ପରଷ୍ପର ପ୍ରତି ଓ ସରକାର ଙ୍କ ପ୍ରତି ରହିଛି ଅତୁଟ ବିଶ୍ୱାସ ।


ସଦ୍ୟ ପ୍ରକାଶିତ ଖୁସି ଦେଶ ର ତାଲିକାରେ ଡେନମାର୍କ ର ସ୍ଥାନ ଦୁତୀୟ,,ହେଲେ ଭାରତ ର ସ୍ଥାନ ୧୨୬ ରେ । ଏହି ଦେଶ ରେ
ସର୍ବସାଧାରଣ ସ୍ଥାନ ରେ କୋଉଠି ନାହିଁ ଅଳିଆ ଆବର୍ଜନା କି ପ୍ଲାଷ୍ଟିକ ପଲିଥିନ କିନ୍ତୁ ଦୁଃଖ ର ବିଷୟ ଆମ ଦେଶ ର ମଠ ମନ୍ଦିର ପର୍ଯ୍ୟଟନ ସ୍ଥଳୀ ରେ ବି ଗଦା ହେଉଛି କୁଢ଼ କୁଢ଼ ଅଳିଆ । ଏଥିଲାଗି ଉଭୟ ସରକାର ଓ ଜନସାଧାରଣ ଙ୍କ ର ଭୂମିକା ରହିଛି । ତେବେ ଏହି ଦେଶ ନିକଟରୁ ଆମ ଦେଶ କୁ ଅନେକ କିଛି ଶିକ୍ଷା ଲାଭ କରିବାର ରହିଛି ।

ଆଲୋକ ଚିତ୍ର /ସୌଜନ୍ୟ – ଦିବ୍ୟ ରଞ୍ଜନ ମହାପାତ୍ର (କୋପର ହେଗେନ୍)

Leave A Reply

Your email address will not be published.

two × 1 =