ଓଡିଆ ନୁଆ ବର୍ଷ ପାଟୁଆ ଯାତ୍ରା ରେ ପଣା ବିତରଣ ସହ ମହା ବିଷୁବ ର ମାନସ ମନ୍ଥନ

ପ୍ରତି ଟି ଓଡ଼ିଆ ପାଇଁ ଗର୍ବ ଗୌରବ ଓ ଗରିମା ର ପାବନ ମୁହୂର୍ତ୍ତ ହେଉଛି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ । ଏହି ଦିନ ବିଭିନ୍ନ ଫଳ ମୂଳ ରୁ ତିଆରି ସ୍ଵାଦିଷ୍ଟ ପଣା ପିଇବା ଖାଲି ଏକ ପରମ୍ପରା ନୁହେଁ ବରଂ ସୂର୍ଯ୍ୟ ଙ୍କ ଉତ୍ତାପ ବଢ଼ୁଥିଲା ବେଳେ ଏହା କୁ ପିଇବା ସ୍ବାସ୍ଥ୍ୟ ଓ ପକାସ୍ଥଳୀ କୁ ସୁସ୍ଥ ରଖେ ।

ଜିତେନ୍ଦ୍ର ପଣ୍ଡା ସାଲେପୁର

ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ ଉପଲକ୍ଷେ

ମାନବିକ ଅଧିକାର ସୁରକ୍ଷା ରେ ସମର୍ପିତ ସଂଗଠନ ସାହା ର ସଂଯୋଜନାରେ ଭଉଁରୀଆ ରାମକାପୁର ଠାରେ ଅବସ୍ଥିତ ମା ରାଧା ଦେବୀ ନ୍ୟାସ ରେ ଓଡ଼ିଆ ର ଅସ୍ମିତା ଓ ସ୍ୱାଭିମାନ ଶୀର୍ଷକ ମାନସ ମନ୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟନ ଦାସ ଙ୍କ
ସଭାପତିତ୍ଵ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ପ୍ରଫେସର୍ ଦେବିପ୍ରସାଦ ଦାସ ଯୋଗଦେଇ ଓଡ଼ିଶା ର ସ୍ୱାଭିମାନ ଓ ଅସ୍ମିତା କୁ ବହୁ ଆଗକୁ ନେବାକୁ ଯୁବ ସମାଜ ପାଖ ରେ ବିପୁଳ ସମ୍ଭାବନା ଅଛି ବୋଲି ମତ ବ୍ୟକ୍ତ କରିଥିଲେ ।

ଅନ୍ୟମନଙ୍କ ମଧ୍ୟରେ ସାମ୍ବାଦିକ ବିଜୟ ଜେନା ସମାଜସେବୀ ରବୀନ୍ଦ୍ର ମହାନ୍ତି ସାମ୍ୱାଦିକ ଧନେଶ୍ୱର୍ ସେଠି ଶରତ ନାୟକ ଅଜୟ ପଣ୍ଡା କୈଳାସ ସ୍ୱାଇଁ ମୁଖ୍ୟ ଗ୍ରନ୍ଥାଗାରିକ। ଦେବାଶିଷ କର ଡକ୍ଟର ବିବେକାନନ୍ଦ ସିଂହ ବ୍ୟଙ୍ଗ କବି ଇଯିନିୟର ଚିତ୍ତ ଓଝା ଶ୍ରୀ କୃଷ୍ଣ ଚେତନାର ପ୍ରଚାରକ ପ୍ରଭୁଜୀ ଡକ୍ଟର ରବୀନ୍ଦ୍ର କୁମାର୍ କର ପାରାଦୀପ ପି ପି ଏଲ ରୁ ପରିଚାଳକ ଇଁ ଚିତ୍ତ ରଞ୍ଜନ ସ୍ବାଇଁ ପ୍ରମୁଖ ଯୋଗ ଦେଇ ଏଇ ଗାରୀମାମୟ ମାଟି ର ଭାଷା ସଂସ୍କୃତି ପରିବେଶ ପରମ୍ପରା ଓ ଐତିହ୍ୟ କୁ ସୁରକ୍ଷା କରିବା କୁ ସମସ୍ତେ ମନ୍ ପ୍ରାଣ ଦେଇ ଆଗେଇ ଆସିବା ଉଚିତ୍ ବୋଲି କହିଥିଲେ ।

ପ୍ରସିଦ୍ଧ ଗଙ୍ଗେଶ୍ୱର୍ ପାଟୁଆ ଯାତ୍ରା ପାଇଁ ସାହା ପାଖ୍ୟରୁ ମାସନ୍ତ ଓ ସଂକ୍ରାନ୍ତି ଦୁଇ ଦୁଇ ଦିନ ସକାଳୁ ଅପରାହ୍ନ ଯାଏ ପାଟୁଆ ଯାତ୍ରାରେ ଯୋଗ ଦେଉଥିବା ଶ୍ରଦ୍ଧାଳୁ ଙ୍କୁ ଦହି ଜଳ ସେବା ଓ ବିଷୁବ ସଂକ୍ରାନ୍ତି ଦିନ ପ୍ରାୟ ହଜାରରୁ ଉର୍ଦ୍ଧ୍ବ ଯାତ୍ରୀ ଙ୍କୁ ସଞ୍ଜ ବିଳମ୍ବିତ ରାତ୍ରୀ ଯାଏ ସୁସ୍ୱାଦୁ ପାରମ୍ପରିକ ପଣା ବିତରଣ କରାଯାଇଥିଲା। ଏଥିରେ ଅଧ୍ୟାପକ ପ୍ରଦୀପ ମହାନ୍ତି ବିଶ୍ୱଜିତ୍ ବେହୁରା ପରିବେଶ କର୍ମୀ ଗଛ କିଶୋର ରାଜେନ୍ଦ୍ର ବେହୁରା ମନୋରଞ୍ଜନ ନାୟକ ରାଜ୍ୟ ସଚିବାଳୟ ର ଯୁବ ଅଧିକାରୀ ସାରଦା ଦାସ ସହକାରୀ ବାଣିଜ୍ୟକର ଅଧିକାରୀ ଶ୍ରୀମତୀ ରୁନିତା ବେହେରା ପ୍ରକାଶ ଦାସ ଦୁର୍ଗା ଶଙ୍କର ଦାସ ଅର୍ଯ୍ୟ ଅନୁପ୍ରାସ ଆଇ ଆଇ ଟି ଖଡକପୁର ଗବେଷକ ବୈଜ୍ଞାନିକ ଅରୋବ୍ରତ ଶ୍ରୀ ସୀମାନ୍ତ ଦାସ ପ୍ରକାଶ ଦାସ ଭାରତ ଭୂଷଣ ଦାସ ପ୍ରମୁଖ ସହଯୋଗ କରିବା ସହ ପ୍ରକୃତି ପାଇଁ ନୂଆ ବର୍ଷ ରେ ବଉଳ ଚାରା ଟିଏ ରୋପଣ କରିଥିଲେ ।

Leave A Reply

Your email address will not be published.

nineteen − eighteen =