ଆଦିବାସୀ ବହୁଳ ସୁକିନ୍ଦା ବ୍ଲକ ରୁ ଶ୍ରୀମତୀ ପ୍ରଭାତ ମଞ୍ଜରୀ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ସରକାରୀ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା ବେଳେ ପ୍ରତି ବ୍ଲକ ରୁ ଜଣ କୁ ଏହି ପୁରସ୍କାର ରେ ସମ୍ମାନିତ କରାଯାଉଛି
ତେବେ ଗତ ୨୧ ତାରିଖ ରେ ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଯାଜପୁର ଜିଲ୍ଲା ପାଇଁ ଏହି ପୁରସ୍କାର ପ୍ରଦାନ କରିଥିଲା ବେଳେ ସୁକିନ୍ଦା ବ୍ଲକ କlଳିଆପଣି କ୍ଲାଷ୍ଟର ର ଚିରିଗୁଣିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତ ମଞ୍ଜରୀ ପତି ଙ୍କୁ ସୁକିନ୍ଦା ବ୍ଲକ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ ଦିଆଯାଇଛି ।


ସୂଚନାଯୋଗ୍ୟ ଯେ ଜଣେ ସରଳ ମିଷ୍ଟଭାଷୀ ଓ ବୃତ୍ତି ରେ ନିଷ୍ଠାପର ଛାତ୍ର ବତ୍ସଲ ଶିକ୍ଷୟତ୍ରୀ ଭାବେ ସେ ଏ ଅଞ୍ଚଳରେ ବେଶ୍ ଲୋକ ପ୍ରିୟ ।
ବିଶିଷ୍ଟ ସମlଜକର୍ମି ଶ୍ରୀ ରବୀନ୍ଦ୍ର କୁମାର୍ କର ଙ୍କ ସହଧର୍ମିଣୀ ଶ୍ରୀମତୀ ପ୍ରଭାତ ମଞ୍ଜରୀ ପତି ଙ୍କ ର ସମାଜସେବାରେ ମଧ୍ୟ ଅବଦାନ ରହିଛି ।

Leave A Reply

Your email address will not be published.

one × three =