ଅନୁଭୂତି ର ଅନ୍ତରଙ୍ଗ ଅନ୍ତସ୍ଵର ରେ
ପ୍ରଭାସ ଭାଇ ଙ୍କ ସେଇ ଦି ପଦ କଥା

ସତ୍ୟନାରାୟନ ଦାସ ( ଆଇନଜୀବୀ)

କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ କମନ୍ସ

ଅନୁଭୂତି ର ଅନ୍ତରଙ୍ଗ ଅନ୍ତସ୍ଵର


ପ୍ରଭାସ ଭାଇ ଙ୍କ ସେଇ ଦି ପଦ କଥା

ମାସେ ରୁ ଟିକେ ଅଧିକ ହେବ ।
ସେଦିନ ହଠାତ୍ ପରିଚିତ ରବିନ ବାବୁ ଙ୍କ ସହ ଆସିଥିବା ଜଣେ ଭଦ୍ର ଲୋକ ଙ୍କ ସହ ଦେଖା ହେଲା । ଲାଗୁଥିଲା ଯେମିତି ଗୁଡ଼ାଏ ଦୁଃଖ ରେ ଭାଙ୍ଗି ପଡିଛନ୍ତି ସେ ।

ଚୌକି ରେ ବସିବାକୁ ଅନୁରୋଧ କଳା ବେଳକୁ କେଜାଣି କାହିଁକି ଅପ୍ରତିଭ୍ ହୋଇ ପଡିଲେ ସେ । ଦେହ ଭଲ ନାହିଁ କି ବୋଲି ପ୍ରଶ୍ନ ଟିଏ ପଚାରିଲି ।

ଧିରେ ଧିରେ ବସିଲେ ଆଉ କହିଲେ ଯେ ତାଙ୍କର ଗୋଡ଼ ଟି ଆଣ୍ଠୁ ପାଖ ରୁ କଟା ହେଇ ସାରିଛି ।
ଆଉ କାମ କରି ପାରୁ ନାହାଁନ୍ତି ।ବୁଢ଼ୀ ମା ଆଉ ପତ୍ନୀ ଏବେ କାମ କଲେ ତାଙ୍କ ଘରେ ଚୁଲି ଜଳୁଛି ।ଦୁଇ ଟି ପିଲା ପାଠ ପଢ଼ୁଛନ୍ତି । ଘର ବାଲେଶ୍ବର ରେ । ଏକ ପ୍ରତିଷ୍ଠିତ ରିଲିଫ କମିଟି କୁ ଦରଖାସ୍ତ ଟି ଏ ସାହାଯ୍ୟ ପାଇଁ ଦେଇଥିଲେ । ରବିନ ବାବୁ ଙ୍କ ସହ ସେଠିକି ଯାଉଥିଲେ ବି । ହେଲେ ଦରଖାସ୍ତ ଟି ସେଇ କାର୍ଯ୍ୟାଳୟ ରେ ମିଲୁ ନାହିଁ ବୋଲି ସେଠିକାର କର୍ଯ୍ୟକର୍ତ୍ତା କହିଲେ ବୋଲି ସେ ଅତି ଦୁଃଖ ରେ କହୁଥିଲା ବେଳେ ଯେମିତି ଗଭୀର ହତାଶା ଭିତରେ ସେ ନିଖୋଜ ହେଇ ଯାଉଛନ୍ତି ବୋଲି ଲାଗିଲା । ଲାଗିଲା ଯେମିତି ଦରଖାସ୍ତ ଟି ସେ ବାରମ୍ବାର ଦେଉଥିଲ ବେଳେ ତାହା ହଜିଯିବା ତାଙ୍କୁ ବେଶ୍ ବାଧିଛି।

ବିଶ୍ୱାସ ଗୁଡାକ ବରଫ ଖଣ୍ଡ ଭଳି ନିମିଷକ ଭିତରେ ତରଳି ଯାଇଛି।

ଚାହା ଟିକେ ପିଇବାକୁ ଅନୁରୋଧ କରି ତୁରନ୍ତ ସମାଜ ରିଲିଫ ର ମୁଖ୍ୟ ତଥା ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ ସମ୍ପାଦକ ଡକ୍ଟର ପ୍ରଭାସ ଆଚାର୍ଯ୍ୟ( ପ୍ରଭାସ ଭାଇ ) ଙ୍କୁ ଅନୁରୋଧ ଜଣେଇଲି ।

ତୁରନ୍ତ ପ୍ରଭାସ ଭାଇ ତାଙ୍କର ସମସ୍ତ ତଥ୍ୟ ମାଗିଲେ । ମାତ୍ର ଅଳ୍ପ ସମୟ ଭିତରେ ସେଇ ବାବୁ ଙ୍କ ପାଖ କୁ ପ୍ରଭାସ ଭାଇ ଙ୍କ ଫୋନ କଲ୍ ଟି ଆସିଲା । ତୁରନ୍ତ ତାଙ୍କର ରିଲିଫ ରୁ ଅର୍ଥ ମଞ୍ଜୁର ହେବାର ଖବର ଦେଇ ବ୍ୟାଙ୍କ୍ ଖାତା ଦେଖିବାକୁ ପ୍ରଭାସ ଭାଇ ତାଙ୍କୁ ଅନୁରୋଧ କଲେ ଆଉ କଣ କଥା ବି ହେଲେ ।
ମୁଁ ଭାବିଲି ଯାହା ହଉ ହୁଏତ କିଛି ଟଙ୍କା ତାଙ୍କ ବ୍ୟାଙ୍କ୍ ଖାତା କୁ ଆସିଥିବ । କିଛି ଦିନ ଭିତରେ ସେ ଟଙ୍କା ବି ଖର୍ଚ୍ଚ ହେଇଯିବ l
ହେଲେ ଏହା ତ ତାଙ୍କ ପାଇଁ କେବଳ ଟଙ୍କା ହିଁ ନଥିଲା ବରଂ ଥିଲା ବିଶ୍ୱାସ ଆସ୍ଥା ଆଉ ଭଲ ପାଇବା ଆଉ ନିବିଡ ସମ୍ବେଦନଶୀଳତା ର ଏକ ଦିବ୍ୟ ପୁଲକ ।

ତାଙ୍କ ଆଖିରୁ ଧାର ଧାର ହେଉ ଗଡି ଆସୁଥିଲା ଆନନ୍ଦର ଲୁହ ଧାର । ସିଏ ଅତି ଭାବ ପ୍ରବଣ ହୋଇ ପଡ଼ିଥିଲେ ଯେମିତି ଦୁନିଆ ର ସବୁ ଐଶୂର୍ୟ୍ଯ ତାଙ୍କୁ ଏକା ବେଳେ ମିଳି ଯାଇଚି । ଶୁଖିଲା ଓଠରେ ଧାରେ ହସ ଭିତ ରେ ଲାଗୁଥିଲା ଯେମିତି ସବୁ ବିଶ୍ୱାସ ଏକାଠି ହେଉଛି । ବାଷ୍ପ ରୁଦ୍ଧ ହେଇ ଯାଇଥିବା କଣ୍ଠ ରେ ଖାଲି ଏତିକି କହିଲେ ଯେ ମୋତେ
ଏଇମିତି ଟିକେ ଭଲ ପାଇବା ମିଳିଗଲେ ଏଇ ଗୋଟାଏ ଗୋଡ଼ ରେ ବି ମୁଁ ବହୁତ ବାଟ ଚାଲି ପାରିବି । ମୋର ଆଉ ଟଙ୍କା ଦରକାର ନାହିଁ । ଏଇମିତି କଥା ପଦେ ରେ ହସ ଖୁସି ରେ କିଛି ଦିନ ବଞ୍ଚି ଯିବି । ତାଙ୍କୁ ପ୍ରଭାସ ଭାଇ କଣ କହିଲେ ପଚାରିବାକୁ ଭାରି ଇଚ୍ଛା ହେଉଥିଲା । ହେଲେ ସାହସ ହେଲାଣି ପଚାରିବାକୁ । ପ୍ରଭାସ ଭାଇ ଙ୍କ କୋଉ
ଦି ପଦ କଥା ତାଙ୍କୁ ଖୁସି ଖୁସି ରେ
ଗଦ ଗଦ କରି ପକେଇଲା ଆଉ କନ୍ଦେଇ ପକେଇଲା ସତରେ ।

ଏବେ କନ୍ଦେଇବା ମଣିଷ ଙ୍କ ଭିଡ ଭିତରେ ଅଳ୍ପ କିଛି ମଣିଷ ଖୁସି ଦିଅନ୍ତି ବିଶ୍ୱାସ ବାଣ୍ଟନ୍ତି। ସେମାନଙ୍କ ସଂଖ୍ୟା ସୀମିତ ହେଲେ ବି ଶୂନ୍ୟ ନୁହେଁ ନିଶ୍ଚୟ ।

କିଛି ସମୟ ଭିତରେ ମୋ ଆଖି ଆଗରେ ଏଇମିତି ଘଟିଥିବା ଘଟଣା କାହା ଲାଗି ହୁଏତ ବହୁତ୍ ନଗଣ୍ୟ ହେଇପାରେ ।କିନ୍ତୁ ମତେ ଲାଗିଲା ଭଲ ପାଇବାର ନିରୋଳା ନିରୁତା ଆଉ ନିରୀହ କଥା ପଦେ ବେଳେ ବେଳେ ସାହସ ଆଉ ଆତ୍ମ ବିଶ୍ବାସ ଦିଏ ।

ଭାରି ମମୁଲି ମାମୂଳି ଲାଗୁଥିବା କଥା ଗୁଡ଼ାଏ ବି ବହୁ ଥର କୁହାଯିବ ଦରକାର । ବହୁତ୍ ଲୋକ ଶୁଣିବା ବି ଦରକାର ।
ମୁଁ କିନ୍ତୁ ଭାବୁଥିଲି ଯେ ସତରେ ଅର୍ଥ ନୁହେଁ ଟିକେ ଅନୁରାଗ ଟିକେ ଆବେଗ ଟିକେ
ଆପଣାପଣ ଆଉ ଆତ୍ମୀୟତା ବୋଧେ ଦୁନିଆ ର ସବୁଠାରୁ ବଡ଼ ରିଲିଫି ।
ଧନ୍ୟବାଦ୍ ପ୍ରଭାସ ଭାଇ। ଆପଣ ଙ୍କ ଜୀବନ ଯଜ୍ଞ ର ହାବନ କୁଣ୍ଡ ଇ ଏଇ କଥା ର ଅମୃତ ଟିକେ କୋଟି ମଣିଷ କୁ ଏମିତି ଦେଖେଇ ଥାଉ ରାହା,,,ନିଜ ମଣିଷ ପରି ଆତ୍ମୀୟତା ର ଆହା ବlଣ୍ଟି ସାହା ହୁଅନ୍ତୁ ଆପଣ ।

Leave A Reply

Your email address will not be published.

eighteen + six =