ବିରଳ ବ୍ୟକ୍ତିତ୍ବ – ପ୍ରଫେସର ଡକ୍ଟର ବନୋଜ ରାଏ

ଆଲେଖ୍ୟ :ସତ୍ୟନାରାୟନ ଦାସ

କାର୍ଯ୍ୟକାରୀ ସମ୍ପାଦକ : ଭଏସ ଅଫ୍ କମନ୍ସ

ସାହିତ୍ୟ ସମାଜସେବା ଓ
ଆଧ୍ୟାତ୍ମିକତା ର ବହୁମୁଖି ବିପୁଳ ବ୍ୟକ୍ତିତ୍ଵ ର ଅଧିକାରୀ ହେଉଛନ୍ତି ପ୍ରଫେସର ଡାକ୍ତର ବନୋଜ ରାଏ । ନିଜ ହାତରେ କୁଷ୍ଠ ରୋଗି ଙ୍କ ସେବା ହେଉ କି ଶିଶୁ ମାନଙ୍କ ଚିକିତ୍ସା , ସମାଜସେବା ହେଉ କି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା ହେଉ କି ସାହିତ୍ୟ ରଚନା ସବୁଥିରେ ଆବେଗିକ ସ୍ତର ରେ ନିମଗ୍ନ ଜଣେ ନିଆରା ମଣିଷ ସେ ।


ଜଗତସିଂହପୁର ଏରସମା ବ୍ଲକ୍ ର ଘାଗଡା ଗ୍ରାମ ରେ ପିତା ସୁନିଲ କୁମାର୍ ରାଏ ଓ ମା କୁନିଲତା ରାଏ ଙ୍କ କୋଳ ମଣ୍ଡନ କରି ଦୁନିଆ ର ପ୍ରଥମ ଆଲୁଅ ଦେଖି ଛନ୍ତି ସେ ।

ବାପା ବୋଉ ଙ୍କ ଶ୍ରଦ୍ଧା ଅନୁଶାସନ ଓ ଆଶିଷ ତାଙ୍କ ସଫଳତା ର ଆଧାର

ଶୈଶବ ରୁ ବାପା ଙ୍କ ଅନୁଶାସନ ଶୃଙ୍ଖଳା ଓ ମା ଙ୍କ ବିପୁଳ ଶ୍ରଦ୍ଧା ଓ ପ୍ରଗାଢ଼ ଇଶ୍ବର୍ ଭକ୍ତି ତାଙ୍କ ଜୀବନ ର ପ୍ରତି ଟି ମୁହୂର୍ତ୍ତ କୁ କରିଛି ଅନୁଶାସିତ ।

ko

ବାପା ଜମାରୁ ପାଠ ପଢ଼ି ନଥିଲା ବେଳେ ବୋଉ ଚତୁର୍ଥ ଯାଏ ପଢ଼ିଥିଲେ ବି ଉଭୟଙ୍କ a ପାଠ ରେ ଥିଲା ପ୍ରବଳ ଆଗ୍ରହ । ବାପା ଚାଷବାସ ରେ ବିଲ ବାଡ଼ି ରେ କଠିନ ପରିଶ୍ରମ କରୁଥିଲେ । ହେଲେ ସେ ରାତି ପାହାନ୍ତି ରୁ ସବୁ ଭାଇ ଭଊଣୀ ଙ୍କୁ ପାଠ ପଢିବାକୁ ଉଠେଇ ଦେଇ ଲଣ୍ଠନ ଜାଳି ପାଖ ରେ ଚେଇଁ ବସୁଥିଲେ। କେବେ ବି ନିଜ ର ସ୍ୱଳ୍ପ ଆୟ ଭିତରେ ପିଲା ମାନଙ୍କ ପଢା ଶୁଣା ରେ ଅବହେଳା କରୁ ନଥିଲେ । ଏମିତି କି ନୂଆ ବହି ଟିଏ କୋଉଠୁ ପାଇଲେ ପିଲା ମାନଙ୍କ ହାତରେ ଅତି ଆଗ୍ରହ ରେ ତୋଳି ଦେଉଥିଲେ ବାପା ।

ସୃଜନ ରେ ସାହିତ୍ୟିକ ଙ୍କ ସ୍ୱାକ୍ଷର

ଡକ୍ଟର ବନୋଜ୍ ରାଏ ଙ୍କ ଦ୍ଵାରା ଲିଖିତ ପୁସ୍ତକ

ଗୋଟିଏ କଅଁଲ ଶିଶୁ ର ମନ ପରି ସେ ସବୁ ବେଳେ ଶିଶୁ ସୁଲଭ ଆଉ ସରଳ ।

ମହାମହିମ ରାଜ୍ୟପାଳ ଙ୍କ ଦ୍ଵାରା ସମ୍ମାନିତ ହେଲେ ଡାକ୍ତର ବନୋଜ ରାଏ

ଅପପୁଷ୍ଟି ଲାଗି ଶିଶୁ ଅପମୃତ୍ୟୁ ର ଅଭିଶପ୍ତ ଇଲାକା ନଗଡ଼ା ରେ ଘର ଘର ବୁଲି ଶିଶୁ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରେ ଡକ୍ଟର ବନୋଜ

ଯୌଥ ପରିବାର ର ମମତାମୟ ବନ୍ଧନ ଭିତରେ ଧିରେ ଧିରେ ସେ ବଡ ହେଉଥିଲା ବେଳେ ଶିଶୁ ମାନଙ୍କ ଅବୋଧ ସରଳତା ପ୍ରତି ଥିଲା ତାଙ୍କର ଦୁର୍ବାର ଦୁର୍ବଳତା।ଏଥିଲାଗି ବୋଧେ ପ୍ରଭୁ କୃପା ରୁ ସେ ପରବର୍ତ୍ତୀ ସମୟ ରେ ଅସ୍ତ୍ରୋପଚାର ରେ ଉଚ୍ଚ ଶିକ୍ଷା ପରେ ପୁଣି ଶିଶୁ ଶଲ୍ୟ ଚିକିତ୍ସା ରେ ସ୍ଵତନ୍ତ୍ର ଭାବେ ଉଚ୍ଚ ଶିକ୍ଷା ଗ୍ରହଣ କରି ଜଣେ ସହଯୋଗୀ ପ୍ରଫେସର ଭାବେ ଶିଶୁ ଭବନ ରେ ହେଲେ କାର୍ଯ୍ୟରତ । ତେବେ ସେ କେବଳ ଜଣେ ପ୍ରତିଷ୍ଠିତ ଚିକିତ୍ସକ ନୁହନ୍ତି ବରଂ ଶିଶୁ ଙ୍କ ଅବୋଧ ମନସ୍ତତ୍ତ୍ୱ କୁ ପଢି ତାଙ୍କ ପାଇଁ ରଚନା କରିଛନ୍ତି ଅସଂଖ୍ୟ ଶିଶୁ କବିତା ଓ ଶିଶୁ ଗଳ୍ପ ।

ପିଲା ବେଳୁ ତାଙ୍କ ଭିତରେ ଲୁଚି ରହିଥିବା ସମାଜ ସେବାର ଭାବନା ରେ ଯଉବନ ତାଙ୍କର ମୁଖର ହୋଇଛି । ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଛୋଟ ବେଳୁ ରହି ଆସିଥିବା ପ୍ରଗାଢ଼ ଭକ୍ତି ଓ ବିଶ୍ବାସ ଆହୁରି ଦୃଢ଼ ହୋଇଛି । ସେଥିଲାଗି ମହାପ୍ରଭୂ ଙ୍କ ପ୍ରତି ଟି ଲୀଳା କ୍ଷେତ୍ର କୁ ଖୋଜିବା ପାଇଁ ମାଦଳା ପାଞ୍ଜି ରୁ ଇତିହାସ ର ଫର୍ଦ୍ଦ ଲେଉଟାଇ ଧ୍ୟାଇଁ ବୁଲୁଛନ୍ତି କେତେ ଜଙ୍ଗଲ ପାହାଡ ଘେରା ଇଲାକା । ଖେଦି ଯାଇଛନ୍ତି ଚିଲିକା ର ସେଇ ରହସ୍ୟ ମୟ କୁଦ. , କାଙ୍କଣ ଶିଖରି ଗୁରୁବାଇ ଓ ଅନ୍ୟାନ୍ୟ ସ୍ଥାନ ରୁ ଆରମ୍ଭ କରି ପାତାଳୀ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ।

ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ ପୂର୍ଣ୍ଣ ମାସି ଜାନି ଙ୍କ ସହ ଡକ୍ଟର ବନୋଜ୍


ଟାଡିସରୁ ବାଇ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ଙ୍କ ଆଧ୍ୟାତ୍ମିକ ଦିକ୍ ଦର୍ଶନ ଓ ଦିବ୍ୟ କୃପା ଡକ୍ଟର ବନୋଜ ଙ୍କ ଜୀବନ ରେ ଅନେକ କିଛି ଅଲୌକିକ ଅନୁଭବ ଦେଇଛି ବୋଲି କୁହନ୍ତି ସେ ।

ବୁର୍ଲା ସମ୍ବଲପୁର ରେ ଥିବା କୁଷ୍ଠ କଲୋନୀ ରେ କୁଷ୍ଠ ରୋଗୀ ଙ୍କୁ ସମର୍ପିତ ସେବା ତଥା ସେମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ କୁ ଆଣିବାକୁ ତାଙ୍କ ର ଅକ୍ଲାନ୍ତ ପ୍ରୟାସ ଓ ସେଠାରେ ଜଗନ୍ନାଥ ମନ୍ଦିର ରେ ରଥ ଯାତ୍ରା ଆୟୋଜନ କରିବା ସମାଜ ପାଇଁ ଏକ ଉଲ୍ଲେଖନୀୟ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ ।

କୁଷ୍ଠ ରୋଗୀ ଙ୍କୁ ମୁଖ୍ୟ ସ୍ରୋତ କୁ ଆଣିବା ପାଇଁ ବୁର୍ଲା କୁଷ୍ଠ ରୋଗୀ ଙ୍କ ବସତି ରେ ଡାକ୍ତର ବନୋଜ ଙ୍କ ନେତୃତ ରେ ପ୍ରାୟୋଜିତ ରଥଯାତ୍ରା

ଶିଶୁ ମାନଙ୍କ ଚିକିତ୍ସା ପାଇଁ ନିୟମିତ ଭାବେ ଦୁର୍ଗମ ଅଞ୍ଚଳ କୁ ଡକ୍ଟର ବନୋଜ୍ ନିଜସ୍ଵ ପ୍ରୟାସ ରେ ପରିଦର୍ଶନ କରୁଥିଲା ବେଳେ ଅନେକ ଶିବିର ରେ ବର୍ଷ ସାରା ରାଜ୍ୟ ର ଭିନ୍ନ ଭିନ୍ନ ଅଞ୍ଚଳ କୁ ଯାଇ ସେ ଶିଶୁ ମାନଙ୍କ ଚିକିତ୍ସା କରନ୍ତି । ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଉପରେ ବି ଗବେଷଣା କରି ଛାତ୍ର ଅବସ୍ଥାରୁ ଭିନ୍ନ ଭିନ୍ନ ରହସ୍ୟମୟ ଆଧ୍ୟାତ୍ମିକ ପୀଠ ପରିଦର୍ଶନ କରି ଅନେକ ଦୁର୍ଲଭ ସତ୍ୟ ସେ ଲୋକ ଲୋଚନ କୁ ଆଣି ପାରିଛନ୍ତି ।


ଏରସମା ବ୍ଲକ ନିକଟବର୍ତ୍ତୀ ରସକଦପୂର୍ ଗାଁ ଚତୁର୍ଦ୍ଧା ମୂର୍ତ୍ତୀ ସ୍ଥାପନ କରି ବିସର୍ ଶ୍ରୀକ୍ଷେତ୍ର ପ୍ରତିଷ୍ଠା ଡକ୍ଟର ବନୋଜ ରାଏ ଙ୍କ ର ଏକ ଅନନ୍ୟ ଅବଦାନ ।

ଆଜି କାଲିକା ବସ୍ତୁବାଦୀ ଦୁନିଆ ରେ ତାଙ୍କ ଜୀବନ ର ଯାତ୍ରା ପଥ ରେ ସାଥୀ ହୋଇ ଚାଲିବାକୁ ଡାକ୍ତରୀ ପେସା ରେ ଥାଇ ବି ତାଙ୍କ ର ପ୍ରତି ଟି ସାମାଜିକ କାର୍ଯ୍ୟ କୁ ପ୍ରାଣ ଭରି ଭଲ ପାଉଥିବା ପ୍ରେରଣା ଦାୟୀ ପତ୍ନୀ ଡାକ୍ତର ମାନସୀ ଦାସ ଜଣେ ଚିକିତ୍ସକ ତଥା ଅଧ୍ୟାପିକା ହୋଇଥିଲେ ବି ସ୍ବାମୀ ଙ୍କୁ ସବୁ ପ୍ରକାର ସାମାଜିକ କାର୍ଯ୍ୟ ରେ କରିଆସୁଛନ୍ତି ସହଯୋଗ । ଆଜି ବି ଯୌଥ ପରିବାର ର ଦିବ୍ୟ ପରିବେଶ ରେ ରହୁଥିବା ଡକ୍ଟର ବନୋଜ ଙ୍କ ଦୁଇ ଛୋଟ ଛୋଟ ପୁଅ ଥିଲାବେଳେ ଭାଇ ଭାଉଜ ବାପା ବୋଉ ଦାଦା ଖୁଡି ଓ ପୁତୁରା ଝିଆରୀ ଙ୍କୁ ନେଇ ଏକ ଭର ପୁର ପରିବାର ରେ ରହିବା ଭାଙ୍ଗି ଯାଉଥିବା ସମାଜ ରେ ଏକ ଆଦର୍ଶ ବୋଲି କୁହାଯାଇ ପାରେ ।

ଅଧ୍ୟାପିକା ଡାକ୍ତର ପତ୍ନୀ ମାନସୀ ଓ ଦୁଇ ପୁଅ ଙ୍କ ସହ

ତାଙ୍କ ରଚିତ ପୁସ୍ତକ

ଅଠର ନଳା ,ଟାଡିସରୁ ବାଇ :ଜୀବନୀ ଓ ଜନୋପଦେଶ,

,ପୁର୍ଣ୍ଣ ସାଧକl ପଦ୍ମଶ୍ରୀ ପୂର୍ଣ୍ଣମାସି ,ଟାଡିସରୁ ଶ୍ରୀ ଭଜନ ମାଳା ,

ଟାଡିସରୁ ମାତୃ ଭଜନ, ଟାଡି ସରୁ ବିସ୍ମୟ ଶତକ, ଶ୍ରୀ (ଉପନ୍ୟାସ )

ଟାଡିସରୁ ଟିକା ,ଟାଡିସରୁ ଭକ୍ତି ଅର୍ଘ୍ୟ

ହେଉଛି ଡକ୍ଟର ରାଏ ଙ୍କ ର ଅନବଦ୍ୟ ସାରସ୍ଵତ କୃତି।

ବଞ୍ଚିବା ପାଇଁ ଚିକିତ୍ସା ବୃତ୍ତି କୁ ଆଦରି ବସିଥିବା ପ୍ରଫେସର ଡକ୍ଟର ବନୋଜ ଙ୍କ ପାଇଁ ପ୍ରବୃତ୍ତି ହେଉଛି ସମାଜର ବହୁବିଧ କଲ୍ୟାଣ ।

Leave A Reply

Your email address will not be published.

3 × four =