ନିଉଜ୍ ଡେସ୍କ ୦୬/୦୩

ଡକ୍ଟର ସତ୍ୟ ରଞ୍ଜନ ରାଉତ ହେଲେ ପଶୁ ପାଳନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ପ୍ରଶାସନ)

ଜଣେ ଯୁବ ସମାଜସେବୀ ବିଶିଷ୍ଟ ପଶୁ ଚିକିତ୍ସକ ନିରଳସ ମିଷ୍ଟଭାଷୀ ଆଧ୍ୟାତ୍ମିକ ବ୍ୟକ୍ତିତ୍ଵ ହେଉଛି ତାଙ୍କର ପରିଚୟ


ଯୁବ ସମାଜସେବୀ ବିଶିଷ୍ଟ ପଶୁ ଚିକିତ୍ସକ ତଥା ଦେବଗଡ ଜିଲ୍ଲା ର ମୁଖ୍ୟ ପଶୁଧନ୍ ଅଧିକାରୀ ଙ୍କୁ ପଦୋନ୍ନତି ମିଳିବା ସହ ସେ କଟକ ରେ ବିଭାଗୀୟ ନିର୍ଦ୍ଦେଶାଳୟ ରେ ଅତିରିକ୍ତ ନିର୍ଦ୍ଦେଶକ( ପ୍ରସାସନ )ଭାବେ ଅବସ୍ଥାପିତ ହୋଇଛନ୍ତି । ସେ ଜଣେ ସରଳ ମିଷ୍ଟଭାଷୀ ସଚ୍ଚୋଟ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିଲା ବେଳେ ବହୁ ସମାଜସେବା ସଂଗଠନ ସହ ଜଡ଼ିତ। ରାଜ୍ୟ ର ଜଣେ ଦକ୍ଷ ପଶୁ ଚିକିତ୍ସକ ଭାବେ ଓଡ଼ିଶାର ବିଭିନ୍ନ ଜିଲ୍ଲା ର ଗ୍ରାମାଞ୍ଚଳ ରେ ସେବା ଦେଇ ବେଶ୍ ଲୋକ ପ୍ରିୟ ହୋଇଥିଲା ବେଳେ କଟକ ଜିଲ୍ଲା ର ମାହାଙ୍ଗା ଗୋପାଳପୁର ଠାରେ ସେ ଜନ୍ମ ଗ୍ରହଣ କରି ଅନ୍ୟତମ ପ୍ରତିଷ୍ଠିତ ଭଗବତୀ ବିଦ୍ୟାପୀଠ ସୁକ୍ଲେଶ୍ୱର ରେ ବିଦ୍ୟାଳୟ ଶିକ୍ଷା ଅର୍ଜନ କରିଥିଲେ ।
ପ୍ରଜପିତା ଇଶ୍ୱରିୟ ବିଶ୍ୱ ବିଦ୍ୟାଳୟ ଆଧ୍ୟାତ୍ମିକ ଚେତନାର ର ଧାରା ରେ ସେ ଜଣେ ସାଧକ ଓ ବିଶିଷ୍ଟ ପ୍ରବକ୍ତା।

Leave A Reply

Your email address will not be published.

four × 2 =