ଭଏସ୍ ଅଫ କମନ୍ସ

ନୀରବରେ ନିଗୁଡୁଛି ନଗଡ଼ା ର ଲୁହ

ନଗଡ଼ା (ସୁକିନ୍ଦା) ରୁ ସ୍ଵତନ୍ତ୍ର ଆଲେଖ୍ୟ

ଖଣି ଖାଦାନ ର ସୁବର୍ଣ୍ଣ ନଗରୀ ସୁକିନ୍ଦା ରେ ଏ ରାଇଜ ର ବିପୁଳ ବିଭବ ଭରି ରହିଥିଲା ବେଳେ ଅତି ନିକଟରେ ଥିବା ନଗଡା ନୀରବରେ ରେ ନିଗାଡ଼ି ଚାଲିଛି ଲୁହ । ପ୍ରାଚୂଜ୍ଜ୍ୟ ଭିତରେ ଦାରିଦ୍ର୍ୟ ଯେମିତି ଏହାର ପରିଚୟ ।

ଭୋକ ଅପମୃତ୍ୟୁ ବାଲ୍ୟ ବିବାହ ଅନ୍ଧ ବିଶ୍ୱାସ ଅସିକ୍ଷା ର ଅନ୍ଧ କୁଅ ରେ ପଡ଼ି ସନ୍ତୁଳି ହେଉଥିଲା ବେଳେ ଚାରି ପଟେ ଥିବା ପାହାଡ ଜଙ୍ଗଲ ଭିତରେ ଏଠାରେ ବାସ କରୁଥିବା ଜୁଆଙ୍ଗ ପରିବାର ଗୁଡ଼ିକ ପାଇଁ ଜୀବନ ଥିଲା ନର୍କ ରୁ ଆହୁରି ଦୁର୍ବିସହ । ସାତ ବର୍ଷ ତଳେ ତିନି ମାସ ଭିତରେ ଅପ ପୃଷ୍ଟି ଲାଗି ଆଖି ବୁଜିଲେ ଷୋହଳ ଜଣ ଶିଶୁ ।

ସାତ ଖୋଲିଆ କମାରୁଣି ପାହାଡ ର ଘେରା ବନ୍ଦୀ ଭିତରେ ଥିବା ଜଙ୍ଗଲି ଗାଁ ନ ଗ ଡ଼ା ନୀରବ ରେ ଡାକୁଥିଲା ଲୁହ । ଚଉଦ ଟି ଖଣି ଆଉ ଦସ ଟି ରୁ ଅଧିକ କାରଖାନା ଥିବା ଯାଜପୁର ପରି ସମୃଦ୍ଧ ଅଞ୍ଚଳ ର ଦୀପ ତଳ ର ଅନ୍ଧାରୀ ମୂଳକ ଥିଲା ନଗଡା

ଗଣ ମାଧ୍ୟମ ରେ ପ୍ରଚାର ପରେ ଭାଙ୍ଗିଲା ସରକାର ଙ୍କ କୁମ୍ବ କର୍ଣ୍ଣ ନିଦ। ପାଖା ପାଖି ୯କିଲୋମିଟର ପାହାଡ଼ ଚଢ଼ି ସେଠିକି ଛୁଟିଲେ ଜାତୀୟ ଆନ୍ତର୍ଜାତୀୟ ସ୍ତର ର ବହୁ ସାମ୍ବାଦିକ ।ପାହାଡ କଟା ହେଇ ୟା ଭିତରେ ରାସ୍ତା ହେଇଛି ।ସୁକିନ୍ଦା ବ୍ଲକ ରେ ଚିଙ୍ଗୁଡ଼ିପାଳ ପଞ୍ଚାୟତ ର ବଡ ନ ଗ ଡା ସାନ ନଗଡ଼ା ମଝି ନ ଗ ଡ଼ା

ନାଲିଆ ଢାବା ପରି କିଛି ପାହାଡ। ଉପର ଓ ପାହାଡି ତଳ ର ଗାଁ କୁ ପଶିଲା ପକ୍କା ସଡ଼କ । ସ୍ଥାପିତ ହେଲା ଅଙ୍ଗନବାଡ଼ି । ତଥାପି ନଗଡା ରେ ସ୍ଥିତି ଏବେ ବି ଗମ୍ଭୀର ରହିଛି । ରାସ୍ତା ଜଙ୍ଗଲ ପାହାଡ ଉପରକୁ ଗଲା ପରେ ଲୋକେ ଆଉ ପୋଡୁ ଚାଷ କରିବାକୁ ଡରୁଛନ୍ତି । ଜବ କାର୍ଡ ରେ କାମ ର ପଇସା ଅନେକ ସମୟ ରେ ହିତାଧିକାରୀ ପାଖକୁ ଆସୁ ନଥିବାର ଅଭିଯୋଗ ମିଳୁଛି ।ଅନେକ ଯୋଗ୍ୟ ଲୋକ

ଭତ୍ତା ପାଉ ନାହାନ୍ତି ।ରେଶନ ଚାଉଳ ହିଁ ସେ ମା ନ ଙ୍କ। ଲାଗି ଏକମାତ୍ର ଭରଷ ପାଲଟିଛି । ପିଲା ମାନେ ଅଧରୁ ପାଠ ଛାଡି ଦେଉଛନ୍ତି । ଭିତ୍ତି ଭୂମିର ବିକାଶ କିଛି ହୋଇଛି ହେଲେ ଭାତ ଛଡ଼ା ତେଲ ଲୁଣ ଲାଗି ରହିଛି କ୍ରୟ ଶକ୍ତି ର ଅଭାବ ।

ଶିକ୍ଷା ସହ ଅତି ଅଳ୍ପ ବୟସ ରେ ବିବାହ କରାଇ ଦିଆ ଯାଉଥିବାରୁ ଲୋକ ଙ୍କୁ ସଚେତନ କରିବା ଲାଗି ରହିଛି ଆବଶ୍ୟକତା। ଏବେ ବି ଶିଶୁ ଙ୍କ ଭିତରେ କିଛି ଭାବ ରେ ରହିଛି କୁପୋଷଣ । ଜବ୍ କାର୍ଡ ରେ ଅଧିକ କାମ ଦେଇ କିପରି ଲୋକ ଙ୍କ ପାଖ କୁ ସେଇ ଅର୍ଥ ଜୀବ ତାକୁ ସୁ ନିଶ୍ଚିତ କରିବାର ରହିଛି ଆବଶ୍ୟକତା।

ନଗଡ଼ା ରୁ ଭଏସ ଅଫ୍ କମନ୍ସ ର କାର୍ଯ୍ୟକାରୀ ସମ୍ପାଦକ

ସତ୍ୟନାରାୟନ ଦାସ ,(ଆଇନୀଯିବି)

ଦୁଃଖୀ ମା ନ ଙ୍କ ନୂଆ ଠିକଣା ର ବସାଘର ଦୁଃଖିଶ୍ୟାମ ଜରାଶ୍ରମ୍

ଜରା ଆସେ ଝରା ଫୁଲ ପରି ,,,ରୋଗ ଶୋକ ଜାତନା କୁ ଧରି

ତେବେ ବୟସ ର ଅପରାହ୍ନ ରେ ଦେହ ଯେତେବେଳେ ଅ ବ ଶ ହୁଏ ମନ କେଜାଣି କାହିଁକି ଅ ଜଣା ଆତଙ୍କ ରେ ଜଡ ସଡ ହେଉଥିଲା ବେଳେ ଯଦି ଆପଣl ମଣିଷ ମାନେ ପର କରି ଦିଅନ୍ତି ତେବେ ଆଖି ଦୁଇଟି ପାଲଟି ଯାଏ ଆସୁଖା ଲୁହ ର ନ ଇ ତୁଠ,,,ଜରା ହୁଏ ଯାତନା ର ଜଉଘର । ନିଜର ରକ୍ତ ର ପୁଅ ଝିଅ ମାନେ ଯେତେବେଳେ ବୁଢ଼ା ବାପ ମା ଙ୍କୁ ଘରୁ ତଡ଼ି ଦିଅନ୍ତି ଅଥବା ପରିବାର ନଥିବା ଅସହାୟ ମଣିଷ ଟି ମୁଣ୍ଡ ଉପରେ ମ ଥା ନ ଟେ ଆଉ ପେଟ ପାଇଁ ଦୁଇ ମୁଠା ଖାଇବାକୁ ଖୋଜେ ।

ଠିକ୍ ସେତିକି ବେଳେ କିଛି ମଣିଷ ନିଜ ଲୋକ ପରି ଆଗେଇ ଆସନ୍ତି ।ଆଉ ସେଇ ଆବାଞ୍ଚିତ ମଣିଷ ମାନଙ୍କୁ କାଖେଇ କୋଳେଇ ନିଜ ଆଶ୍ରମ କୁ ନେଇ ଯାଆନ୍ତି ।

ଠିକ୍ କଟକ ଜିଲ୍ଲା ର ସାଲେପୁର ର ରାମକୃଷ୍ଣପୁର ଏଲ୍ମାପୂର୍ ଠାରେ ଥିବା ଦୁଃଖୀ ଶ୍ୟାମ ଜରାଶ୍ରମ ପରି ,,,ଘର ଘର ବୁଲି ଭିକ୍ଷା କରିଏହାର ସଂସ୍ଥାପକ ଶ୍ରୀ ଅଜୟ ଜେନା ଙ୍କ ନେତୃତ୍ଵ ରେ କିଛି ଯୁବକ ଗଢି ଛନ୍ତି ଏହି ନିଆରା ଆଉ ଏକ ଘର । ଯୋଉଠି କେହି ନିଜର ନୁହନ୍ତି ହେଲେ ନିଜର ଠୁ ଆହୁରି ନିଜର ସେ ମା ନେ ।

Leave A Reply

Your email address will not be published.

eighteen + 2 =