ରଙ୍ଗ ତୂଳୀ ର କଳା ଗ୍ରାମ -ରଘୁରାଜପୁର

ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ଚାରିଧାମ ମଧ୍ୟରୁ ରୁ ଅନ୍ୟତମ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ପୁରୁଷୋତ୍ତମ କ୍ଷେତ୍ର ଭାବେ ପରିଚିତ ବା ଗୋବର୍ଦ୍ଧନ କ୍ଷେତ୍ର ଭାବେ ଜଣାଶୁଣା ପୁରୀ ଠାରୁ ମାତ୍ର ୧୨ କି ମି ଦୂର ରେ ଅବସ୍ଥିତ ରଘୁରାଜପୁର ଆଜି ରଙ୍ଗ ତୂଳୀ ର ଗାଁ ଭାବେ ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରୁଛି ।

ପାରମ୍ପରିକ ଭାବେ କନା ଉପରେ ଚିତ୍ର ଆଙ୍କିବା ରେ ଏହି ଗ୍ରାମ କଳାକାର ଙ୍କ ର ସ୍ଵତନ୍ତ୍ର ପାରଦର୍ଶିତା କୋଉ ଆବାହମାନ କାଳରୁ ରହିଆସିଛି । ମହାପ୍ରଭୂ ଙ୍କ ସେବାରେ ଏଇ ଗ୍ରାମ ର କଳାକାର ଙ୍କ ସୃଷ୍ଟି ପିଢ଼ି ପରେ ପିଢ଼ି ବ୍ୟବହାର କରାଯାଉଥିଲା ବେଳେ କିଛି ଦିନ ପାଇଁ ଶ୍ରୀଜୀଉ ମନେ ଶ୍ରୀମନ୍ଦିର ରେ ଦର୍ଶନ ନ ଦେଇ ଆଲରାନଥ ଙ୍କ ଠାରେ ଦର୍ଶନ ଦେଉଥିଲା ବେଳେ ସେଠାରେ ଏହି ଗ୍ରାମ ରୁ ପ୍ରସ୍ତୁତ ପଟଚିତ୍ର ପୂଜା ପାଇବାର ବିଧି ରହିଛି । ଏହି ଗାଁ ରେ ମଧ୍ୟ ତାଳପତ୍ର ରେ ଚିତ୍ର ଅଙ୍କନ ଠୁ ଆରମ୍ଭ କରି କାଠ ଓ ପଥରେ ରେ ମଧ୍ୟ ଖୋଦେଇ କରାଯାଇଥାଏ

ଏଠିକାର ଶିଳ୍ପୀର କଳାଚାତୁରି ପାଇଁ ଏହା ଆନ୍ତର୍ଜାତୀୟ କଳାଗ୍ରାମ ର ପରିଚୟ ପାଇଛି ।

ଏହା ହେଉଛି ପାରମ୍ପରିକ ପଟ୍ଟଚିତ୍ର ର ପାଟଳିପୁତ୍ର। ରଘୁରାଜପୁର କୁ ଗୋଟିପୁଅ ନୃତ୍ୟ ର ଜନ୍ମସ୍ଥାନ ବୋଲି ମଧ୍ୟ କୁହାଯାଏ ।

Leave A Reply

Your email address will not be published.

six + 16 =