ନାଟକ ଭିତରେ ଯୁବଶକ୍ତି ର ଏଡ୍ସ ସଚେତନତା

ଭୁବନେଶ୍ୱର , ୧୫.୧୧

ଓଡ଼ିଶା ରାଜ୍ୟ ଏଡ୍ସ ସମିତି ଦ୍ଵାରା ଯୁବ ବର୍ଗ ଙ୍କୁ ନେଇ ରାଜ୍ୟ ସ୍ତରୀୟ ନାଟକ ପ୍ରତିଯୋଗିତା

ଅଭିନୟ ର ନାଁ ଥିଲା ଅଭିବ୍ୟକ୍ତି ଦି ରେଡ ସୋ । ଏଡ୍ସ ପ୍ରବଣ କିଛି ଜିଲ୍ଲାରୁ ଯୁବକ ଯୁବତୀ ମାନେ ଆସି ନିଜ ନିଜର ସୃଜନଶୀଳ ଅଭିନୟ ରେ ମହାମାରୀ ଏଡ୍ସ ଉପରେ ସଚେତନତା ର ସନ୍ଦେଶ ଦେବା ସହ ଅଭିଭୂତ କରିଥିଲେ ସମବେତ ଜନତାଙ୍କୁ ।ଦେହ ରେ ଥିଲା ରଙ୍ଗ ଅଙ୍ଗ ଭଙ୍ଗି ରେ ଥିଲା ମନ ଛୁଆଁ ଅଭିନୟ ଆଉ ଚେତନାର ଥିଲା ଏଡ୍ସ ବିରୁଦ୍ଧ ରେ ଲଢିବାର ଗଭୀର ଆତ୍ମବିଶ୍ବାସ ।

ଖୋର୍ଦ୍ଧା ରୁ ବିଜେ ବି ସ୍ଵଂୟ ଶାସିତ ମହାବିଦ୍ୟାଳୟ ବଲାଙ୍ଗୀର ରୁ ପଞ୍ଚାୟତ ମହାବିଦ୍ୟାଳୟ ଅନୁଗୋଳ ରୁ ସେବା ନର୍ସିଂ ମହାବିଦ୍ୟାଳୟ ଗଞ୍ଜାମ ରୁ ଆଦର୍ଶ ବିଦ୍ୟାଳୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ବେଳେ ଗଞ୍ଜାମ କଳାକାର ଙ୍କ ଦ୍ଵାରା ଅଭିନୀତ ନାଟକ ହରିଗଲା ଏଚ ଆଇ ଭି ପ୍ରଥମ ସ୍ଥାନ ଅଧିକାର କରିଥିଲା ।

ଓସାକ ର ସହ ନିର୍ଦ୍ଦେଶିକା ସ୍ମୃତି ସାଗରିକା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ହାତ ରେ ହାତ ମିଶାଇବା ଏଡ୍ସ ମୁକ୍ତ ରାଜ୍ୟ ଗଠନ କରିବା ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅତ୍ୟନ୍ତ ମନଛୁଆଁ ହୋଇଥିଲା

ଓସାକ ର ପ୍ରକଳ୍ପ ନିର୍ଦ୍ଦେଶିକା ଡକ୍ଟର ଉର୍ମିଳା ମିଶ୍ର ରାଜ୍ୟ ସ୍ତରୀୟ ନାଟକ ପ୍ରତିଯୋଗିତା ର ଶୁଭାରମ୍ଭ କରିଥିଲେ ।

ସହନିର୍ଦ୍ଦେଶିକା ସ୍ମୃତି ଶାଗରିକା କାନୁନଗୋ

ସାଧାରଣ ଜନତା ଙ୍କ ପାଖରେ ଏଚ୍ ଆଇ ଭି ଏଡ୍ସ ର ବାର୍ତ୍ତା ପହଞ୍ଚାଇବାର ଲକ୍ଷ୍ୟ ନେଇ ୟୁନିଟ ୨ର ଏକ ଜନ ଗହଳିପୁର୍ଣ୍ଣ ଜାଗା ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ନାଟକ କୁ ସମବେତ ଦର୍ଶକ ଭରପୁର ଉପଭୋଗ କରିଥିଲା ବେଳେ ଉଦୀୟ ମାନ ଯୁବ କଳାକାର ମନେ ସଚେତନତା ର ସକାରାତ୍ମକ ସନ୍ଦେଶ ଦେଇ ନିଜ ଭିତରେ ଥିବା ସୃଜନଶୀଳତା ର ପରିଚୟ ଦେଇଥିଲେ

Leave A Reply

Your email address will not be published.

16 + 1 =