ବିଦ୍ୟୁତ୍ ଆଘାତ ରେ ମୃତ ସ୍ଵlବଲମ୍ବୀ କାରିଗର ଙ୍କୁ କ୍ଷତି ପୂରଣ ଦେବାକୁ ରାଜ୍ୟ ମାନବ ଅଧିକାର ଆୟୋଗ ଙ୍କ ନିର୍ଦ୍ଦେଶ

ମାହାଙ୍ଗା ୦୯/୧୧

କରୋନା ସମୟ ରେ ମାହାଙ୍ଗା ର ଶ୍ରୀକୃଷ୍ନପୁର ପଞ୍ଚାୟତ କାଯ୍ୟାଳୟ ରେ ହୋଇଥିବା କରୋନ କେୟାର ସେଣ୍ଟର ରେ ତତ୍କାଳୀନ ସରପଞ୍ଚ ଙ୍କ ନିର୍ଦ୍ଦେଶରେ ପଞ୍ଚାୟତରାଜ ବିଭାଗ ଅଧିନରେ ରେ ଥିବା ସ୍ୱାବଲମ୍ବି କାରିଗର ପାଣି ପମ୍ପ ଚାଳକ ଶରତ କୁମାର ଦାସ ପଞ୍ଚାୟତ ଅଫିସ୍ ଛାତ୍ ଉପରେ ଥିବା ପାଣି ଟା ଙ୍କି ମରାମତି କରୁଥିଲା ବେଳେ ଏହି ଛାତ ଉପରେ ଓହଲିଥିବ ୧୧କେ ଭି ବିଦ୍ୟୁତ୍ ଲାଇନ୍ ସଂଯୋଗ ରେ ଆସି ମୃତ୍ୟୁ ବାରଣ କରିଥିଲେ । ମୃତକ ଙ୍କ ପତ୍ନୀ ସସ୍ମିତା ଦାସ ଉପଯୁକ୍ତ ନ୍ୟାୟ ପାଇଁ ପାର୍ଥନା କରି ଏକ ଅଭିଯୋଗ ମାନ୍ୟବର ମାନବ ଅଧିକାର ଆୟୋଗ ଙ୍କ ନିକଟରେ କରିଥିଲା ବେଳେ ମାନ୍ୟବର ଆୟୋଗ ଏ ସଂକ୍ରାନ୍ତ ରେ ତାଙ୍କର ରାୟ ପ୍ରକାଶ କରିଛନ୍ତି ।।

ସୂଚନାଯୋଗ୍ୟ ଯେ ,ମାହାଙ୍ଗା ଥାନା ଅଧିନସ୍ଥ ଅ ଡ ମ ମହେସପୁର ଗାଁ ର ୩୧ ବର୍ଷ ବୟସ୍କ। ସ୍ବର୍ଗତ ଶରତ ଦାସ ପଞ୍ଚାୟତ ଅଫିସ ଛାତ ଉପରେ ଥିବା ବିଦ୍ୟୁତ୍ ତାର ସମର୍କ ରେ ଆସି ୦୪/୮/୨୦୨୦ ରେ ଜଳି ଯାଇଥିଲେ । ସେ ଅସ୍ଥାୟୀ କର୍ମଚାରୀ ଭାବେ ପାନୀୟ ଜଳ ଯୋଗାଣ କେନ୍ଦ୍ର ର ପମ୍ପ ଚାଳକ ଥିଲା ବେଳେ ମାସ କୁ ମାତ୍ର ଚାରି ହଜାର ଟଙ୍କା ଦରମା ପାଉଥିଲେ । ତାଙ୍କ ପରଲୋକ ବେଳକୁ ଏକ ସାତ ବର୍ଷ ବୟସ ର ଶିଶୁ ପୁତ୍ର ସହ ୨୫ ବର୍ଷ ବୟସ ର ବିଧବା ପତ୍ନୀ ଙ୍କ ସମେତ ତାଙ୍କ ଉପରେ ନିର୍ଭର କରୁଥିବା ୮୭ ବର୍ଷ ବୟସ୍କ ବାପା ଓ ୮୩ ବର୍ଷ ବୟସ ମା ଅସହାୟ ହୋଇ ପଡ଼ିଥିଲା ବେଳେ ରେଡକ୍ରସ ରୁ ଅନ୍ତେଷ୍ଟି ପାଇଁ ମାତ୍ର ୨୦ ହଜାର ଟଙ୍କା ର ସାହାଯ୍ୟ ମିଳିଥିଲା l
ତେବେ ମୃତ ଶରତ ଙ୍କ ପତ୍ନୀ ମାନ୍ୟବର ମାନବିକ ଅଧିକାର ଆୟୋଗ ରେ ନିଜର ପର୍ଥନା ଉପସ୍ଥାପନ ପରେ ଆୟୋଗ ଏହାକୁ ବିଚାର ପାଇଁ କେଶ୍ ନମ୍ବର ,,,୨୪୮୩/୨୦୨୦,ରେ ରେଜିଷ୍ଟ୍ରି ଭୁକ୍ତ କରି ତୁରନ୍ତ ଦୁଇଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବର୍ତ୍ତମାନର ସରପଞ୍ଚ ଙ୍କୁ ଆଦେଶ ଦେଇଥିଲେ । ତେବେ ବ୍ୟକ୍ତିଗତ ଭାବେ ସରପଞ୍ଚ ହାଜିରା ଦେଇ ପଞ୍ଚାୟତ ରେ ଏଥିଲାଗି ପାଣ୍ଠି ନଥିବାରୁ ଏ ସଂକ୍ରାନ୍ତ ରେ ବ୍ଲକ କୁ ଲେଖି ଜଣାଇଛନ୍ତି ବୋଲି ଅଦାଲତ ଙ୍କୁ ଜଣାଇଥିଲେ । ମାହାଙ୍ଗା ବ୍ଲକ ର ତତ୍କାଳୀନ ଗୋଷ୍ଟି ଉନ୍ନୟନ ଅଧିକାରୀ କୌଣସି ପଦକ୍ଷେପ ନ ନେବାରୁ ମାନ୍ୟବର ଅଦାଲତ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ବ୍ୟକ୍ତିଗତ ଭାବେ ହାଜିରା ହେବାକୁ ନିର୍ଦ୍ଦେଶ ଦେଇଥିଲା ବେଳେ ତତ୍କାଳୀନ ଗୋଷ୍ଟି ଉନ୍ନୟନ ଅଧିକାରୀ ଅନ୍ୟ ସ୍ଥାନକୁ ବଦଳି ହୋଇଥିବାରୁ ବର୍ତମାନ ର ବି ଡି ଓ ବ୍ୟକ୍ତିଗତ ଭାବେ ହାଜିରା ହୋଇ ମୃତ ଶରତ ଦାସ ଙ୍କ ପତ୍ନୀ ଙ୍କୁ ଆୟୋଗଙ୍କ ଆଦେଶ ମତେ କ୍ଷତି ପୂରଣ ଦେବାକୁ କଟକ ଜିଲ୍ଲାପାଳ ଙ୍କୁ ଅନୁରୋଧ କରି ଥିବାର ପତ୍ର ଉପସ୍ଥାପନ କରିଥିଲେ । ମାନ୍ୟବର ଆୟୋଗ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ୧୫.୧୦.୨୦୨୩ ରିଖ ରେ ଜିଲ୍ଲାପାଳ ଙ୍କୁ ଦିଆଯାଇଥିବା ପତ୍ର ଉପରେ କାର୍ଯ୍ୟାନୁଷ୍ଠାନ ନେଇ ,କ୍ଷତି ପୂରଣ ବାବଦକୁ ଦୁଇ ଲକ୍ଷ ଟଙ୍କା ମୃତ ସ୍ବାବଲମ୍ବୀ କାରିଗର ଙ୍କ ପତ୍ନୀ ସସ୍ମିତା ଦାସ ଙ୍କୁ ଦେବା ପାଈ ନିର୍ଦ୍ଦେଶ ଦେଇଛନ୍ତି ।ତେବେ ଜିଲ୍ଲାପାଳ ଙ୍କ ନିକଟ ରେ ଏ ବାବଦ ରେ ଅର୍ଥ ନଥିଲେ ସେ ତୁରନ୍ତ ପଂଚାୟତ ରlଜ ଓ ପାନୀୟ ଜଳ ବିଭାଗ ର ପ୍ରମୁଖ ସଚିବ ଙ୍କୁ ଜଣାଇବାକୁ କୁ ମାନ୍ୟବର ଆୟୋଗ ଙ୍କ ନିର୍ଦ୍ଦେଶ ରେ କୁହାଯାଇଛି । ତେବେ ଆଦେଶ ପାଇବାର ଦୁଇ ମାସ ଭିତରେ କ୍ଷତିପୂରଣ ଟଙ୍କା ଦେବାକୁ ମାନ୍ୟବର ମାନବିକ ଅଧିକାର ଆୟୋଗ ଆଦେଶ ଦେଇଛନ୍ତି

। ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟାନାରାୟଣ ଦାସ ମାନବ ଅଧିକାର ଆୟୋଗ ରେ ସସ୍ମିତା ଙ୍କୁ ସହଯୋଗ କରୁଥିଲେ ।

Leave A Reply

Your email address will not be published.

fifteen − eleven =