ଭଏସ ଅଫ୍ କମନ୍ସ :-VOICE OF COMMONS (Registered with RNI Govt of India ) ଚାରି ଟ୍ରିଲିଅନ ଡଲାର ଟପିଲା ଭାରତ ର ଅର୍ଥନୀତି

ଚାରି ମିଲିୟନ ଡଲାର କୁ ଟପିଲା ଭାରତ ର ଜି ଡି ପି

ଭଏସ ଅଫ୍ କମନ୍ସ ନିଉଜ୍ ୧୯/୧୧

୪ଟ୍ରିଲିଅନ ଡଲାର ଟପିଲା ଭାରତ ର ଜି ଡି ପି । ଏବେ ପଞ୍ଚମ ଅର୍ଥନୀତି ର ମର୍ଯ୍ୟାଦା ପାଇଥିବା ଭାରତ ଖୁବ୍ ଶୀଘ୍ର ଜର୍ମାନ କୁ ଟପି ଚତୁର୍ଥ ସ୍ଥାନ କୁ ଉନ୍ନୀତ ହେବାର ସମ୍ଭାବନା ରହିଛି ।

ନଭେମ୍ବର ୧୮ ତାରିଖ ରାତି ଦସ ଟା ତିରିଶ ସମୟ ରେ ଏହି ଅର୍ଥନୈତିକ ସୀମା ରେଖା ଭାରତ ଟପି ତାର ବିକାଶ ର ଜୟ ଯାତ୍ରା ଆଗକୁ ନେଉନଥିଲା ବେଳେ ଜର୍ମାନ ର ସମୁଦାୟ ଜି ଡି ପି ୪.୧୮ଟ୍ରିଲିଅନ ଡଲାର ରହିଛି।

ସେହିପରି ଜାପାନ ର ୪.୩୯ ଟ୍ରିଲିଅନ ଡଲାର ଥିଲା ବେଳେ ଏହା ତୃତୀୟ ସ୍ଥାନରେ ରହିଥିଲା ବେଳେ ୧୯.୨୪ ଟ୍ରିଲିଅନ ଡଲାର ଜି ଡି ପି ଥାଇ ଚିନ୍ ଦୂତିୟ ରେ ରହିଛି ।
ତେବେ ବିଶ୍ଵ ର ସର୍ବ ବୃହତ୍ ଅର୍ଥ ନୀତି ର ଦେଶ ଭାବେ ଆମେରିକା ୨୬.୭ ଟ୍ରିଲିଅନ ଡଲାର ର ଜି ଡି ପି ର ଅଧିକାରୀ ହୋଇ ଏବେ ବି ସବୁଠାରୁ ବଡ଼ ଆର୍ଥିକ ଶକ୍ତି ଭାବେ ଉଭ ହୋଇଛି ।

ବି ଇଡି ଶିକ୍ଷା ଲାଗି ଆନ୍ଧ୍ର ପ୍ରଦେଶ କୁ ଦୌଡ଼ୁଛନ୍ତି ଓଡ଼ିଶା ଛାତ୍ର ଛାତ୍ରୀ – ସରକାର ବେଧଡକ

ଅଣ୍ଡା ଭଣ୍ଡା ଆଳୁ ପିଆଜ ମାଛ ପାଇଁ ରାଜ୍ୟ ସରକାର ମୁଖ୍ୟତ ଆନ୍ଧ୍ର ପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା ବେଳେ ଏବେ ମାଧ୍ୟମିକ ଶିକ୍ଷା ରେ ଶିକ୍ଷକ ହେବା ଲାଗି ରାଜ୍ୟ ରେ ବି ଇଡି ମହାବିଦ୍ୟାଳୟ ଅଭାବ ଥିବାରୁ ଛାତ୍ର ଛାତ୍ରୀ ମନେ ପଡୋଶୀ ଆନ୍ଧ୍ର ପ୍ରଦେଶ କୁ ଦଉଡ଼ି ଦଉଡ଼ି ହନ୍ତ ସନ୍ତ୍ ହେବା ସାର ହେଉଥିଲା ବେଳେ ରାଜ୍ୟ ସରକାର ଙ୍କ ର କୁମ୍ଭ କର୍ଣ୍ଣ ନିଦ୍ରା ଏ ଯାଏ ଭାଙ୍ଗୁନି ।
ଏବେ ନୂତନ ଶିକ୍ଷାନୀତି ଅନୁସାରେ ଉଭୟ ସରକାରୀ ବେସରକାରୀ ବିଦ୍ୟାଳୟ ରେ ଶିକ୍ଷକତା କରିବା ଲାଗି ବି ଇଡି ଶିକ୍ଷା ଆବଶ୍ୟକ ହେଉଥିଲା ବେଳେ ଶିକ୍ଷା ସମାପ୍ତି ଲାଗି ଆଗରୁ ଦଶ ମାସ ଶିକ୍ଷା ଦାନ ଅବଧି ରହୁଥିଲା ।ଏବେ ଶିକ୍ଷା ସମାପ୍ତି ଲାଗି ଦୁଇ ବର୍ଷ ସମୟ ଲାଗୁଛି । ରାଜ୍ୟ ରେ ମାତ୍ର ୪୭ ଟି ମହାବିଦ୍ୟାଳୟ ଥିଲା ବେଳେ ସମୁଦାୟ ସିଟ୍ ସଂଖ୍ୟା ପାଖାପାଖି ୨୩୫୦ ରହିଛି ଯାହା ରାଜ୍ୟ ର ସାଢେ଼ ଚାରି କୋଟି ଜନସଂଖ୍ୟା ପାଇଁ ଯଥେଷ୍ଟ ନୁହେଁ । ଆନ୍ଧ୍ର ପ୍ରଦେଶ ରେ ସମୁଦାୟ ୪୫୦ ,ଟି ବି ଇଡି ମହାବିଦ୍ୟାଳୟ ଥିଲା ବେଳେ ୩୧୪୩୩ ସିଟ୍ ରହିଛି । ଓଡ଼ିଶା ରାଜ୍ୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଆନ୍ଧ୍ର ଆର୍ଥିକ ଫାଇଦା ନେଉନଥିଲା ବେଳେ ଆମ ସରକାର ଓ ହାକିମ ମାନେ କେବଲ ଚାହିଁ ବସିଛନ୍ତି । ଏବେ ବେ ସରକାରୀ ସ୍ତର ରେ ମେଡିକାଲ ଯାନ୍ତ୍ରିକ ପରିଚାଳନା ଓ ଅନ୍ୟାନ୍ୟ ଶିକ୍ଷା ଲାଗି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଖୋଲିଥିଲା ବେଳେ ବି ଇଡି ମହାବିଦ୍ୟାଳୟ ସଂଖ୍ୟା ନ ବଢୁଥିବାରୁ ଏଠାରୁ ହଜାର ହଜାର ହଜାର ଛାତ୍ର ଛାତ୍ରୀ ଦଲାଲ ଙ୍କ ଦ୍ଵାରା ଲକ୍ଷ୍ ଲକ୍ଷ ଟଙ୍କା ଦେଇ ଆନ୍ଧ୍ର ର ବିଭିନ୍ନ ମହାବିଦ୍ୟାଳୟ ରେ ଦାଖଲ ହେଉଥିଲା ବେଳେ ଅନେକ ସମୟର ଠକାମୀ ର ଶିକାର ହେଉଛନ୍ତି ।
ରାଜ୍ୟ ରେ ଅଧିକ ସଂଖ୍ୟାରେ ବି ଇଡି ମହାବିଦ୍ୟାଳୟ ଖୋଲିଲେ ରାଜ୍ୟ ର ରାଜସ୍ବ ବାହାର ରାଜ୍ୟ କୁ ନଯିବା ସହ ପିଲା ମାନେ ସୁବିଧାରେ ଶିକ୍ଷା ଲାଭ କରି ପାରନ୍ତେ

Leave A Reply

Your email address will not be published.

three + twenty =