ଭଏସ ଅଫ କମନ୍ସ

ଚନ୍ଦ୍ର ପୃଷ୍ଟ ରୁ ଆସିଲା ପ୍ରଥମ ଛବି।ସାରା ପୃଥିବୀ ରେ ପଡ଼ିଗଲା ଚହଳ ।

ଚନ୍ଦ୍ର ରେ ଚମକିଲା ଭାରତ ।

ସ୍ଵାଧୀନତା ଦିବସ ର ଅଗଷ୍ଟ ,ଭାରତ ଛାଡ ର ଅଗଷ୍ଟ , ଶ୍ରୀ ଅରବିନ୍ଦ ଙ୍କ ଜନ୍ମ ଦିନ ର ଅଗଷ୍ଟ ରେ ଏକାକାର ହୋଇ ଅଗଷ୍ଟ କୁ କ୍ରାନ୍ତି ର ମହାନ୍
କାଳଖଣ୍ଡ ରେ ରୂପାନ୍ତରିତ କରିଛି ଇତିହାସ ।

ଦିନେ ସାପୁଆ କେଳାର ନିଶ୍ୱ ଭାରତ ବୋଲି କହି ଥଟ୍ଟl ତାମସା ଶୁଣିଥିବା ଦେଶ ସାଇକେଲ ଆଉ ଶଗଡ ଗାଡିରେ ପ୍ରଖେପଣ ପାଇଁ ରକେଟ କୁ ବୋହି ନେଇ ଅଧିବାସ କରିଥିଲା ତାର ମହାକାଶ ଅଭିଯାନ ।

ଆଜି ସେଇ ଦେଶ ସାରା ବିଶ୍ବ ରେ ପ୍ରଥମ ରାଷ୍ଟ୍ର ଭାବେ ଋଷି ସଂସ୍କୃତି ର ବିପୁଳ ବୁଦ୍ଧିମତ୍ତା କୁ ସାରା ଜଗତ କୁ ଦେଖେଇ ଦେଇଛି ।

ଗୋଟେ ହଲିଉଡ୍ ଚଳଚ୍ଚିତ୍ର ଠୁ ଆହୁରି କମ୍ ଅର୍ଥରେ ଜହ୍ନ ରାଇଜ କୁ ଯାନ କେବଳ ଭାରତ ହିଁ ପଠେଇ ପରେ ତାହା କୁ ଆମ ବୈଜ୍ଞାନିକ ପ୍ରମାଣ କରିଛନ୍ତି ।

ଶ୍ରୀ ଅରୋବିନ୍ଦ୍ ଓ ସ୍ବାମୀ ବିବେକାନନ୍ଦ ଙ୍କ ବିଶ୍ଵ ଗୁରୁ ଭାରତ ର ଭବିଷ୍ୟତ ବାଣୀ ଆଗାମୀ ଦିନରେ ନିଶ୍ଚୟ ସାକାର ହେବାର ପାହାନ୍ତି ପହର୍ ଆରମ୍ଭ ହୋଇସାରିଛି ।ସକାଳ ବୋଧେ ବେଶୀ ଡେରି ନୁହେଁ,,,,

ମାତ୍ର ଏକ ସପ୍ତାହ ଭିତରେ ଦୀର୍ଘ ୫୦ ବର୍ଷ ପରେ ଚନ୍ଦ୍ର ରେ ରକେଟ ଲ୍ୟଣ୍ଡିଂ ପାଇଁ ଜୋର୍ ଦାର ପ୍ରୟାସ ଆରମ୍ଭ କରିଥିବା ଋଷ ର ଲୁନା -୨୫ ଏବେ ବିଫଳ ହୋଇଛି । ତେବେ ଇସ୍ରୋ ବୈଜ୍ଞାନିକ ମାନେ ଅକ୍ଲାନ୍ତ ପରିଶ୍ରମ କରି ଚନ୍ଦ୍ର ର ଅଭିଯାନ କୁ ସଫଳ କରି ଛନ୍ତି । ଦେଶ ବ୍ୟାପୀ ଉତ୍କଣ୍ଠା ର ଏକ ଗୌରବ ମୟ ଅନ୍ତ ଭିତରେ ଅସୀମ ସ୍ବପ୍ନ ପୁଣି ଉଙ୍କି ମରୁଛି । ଆଗକୁ ସୂର୍ଯ୍ୟ ଓ ଶୁକ୍ର ପାଇଁ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଉଛି ଇସ୍ରୋ ।ଅଭାବ ଅନଟନ ଆଉ ପ୍ରତିକୂଳତାକୁ ଭୁଖେପ ନ କରି ଏକ ଅସମ୍ଭବ କୁ ଅନନ୍ୟ ଆଦୁତିୟ ଅତୁଲନୀୟ ଅବିସ୍ମରଣୀୟ ମହାକାଶ ଅବତରଣ ରେ ସାରା ବିଶ୍ଵ ପାଇଁ ପ୍ରେରଣ ପାଲଟିଛି ଭାରତ ।

Leave A Reply

Your email address will not be published.

16 + 7 =