ଭଏସ ଅଫ କମନ୍ସ

ନିରାଶ୍ରୟ ରୋଗୀ ଙ୍କୁ ଅଧିକ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ନ ରଖି ଫେରେଇଦେଲେ କର୍ତ୍ତୃପକ୍ଷ

କଟକରୁ ଦୀପକ ଆଚାର୍ଯ୍ୟ ୦୨/୦୭/୨୦୨୩

ଗରିବ ଅବହେଳିତ ଅସହାୟଙ୍କ ପାଇଁ ଯୋଜନ ଯୋଜନ ଯୋଜନା ହେଉଥିଲା ବେଳେ ବଡ ବଡ ହାକିମ ମାନେ ଛୋଟ ଛୋଟ କଥା କୁ ଭୁଲି ଗଲା ରୁ ଅସହାୟ ନିରାଶ୍ରୟ ରୋଗୀ ମାନେ ହିନସ୍ତା ହେଉଛନ୍ତୀ ।

ଏମିତି ଏକ ଅଭାବନୀୟ ଘଟଣାର ଛ ତୀ ଆ ସ୍ଥିତ ସେବକ ଜରାଶ୍ରମ ରେ ଜଣେ ଅସହାୟ ମାନସିକ ବିକୃତ ମହିଳା ପ୍ରମିଳା ସାହୁ ଓଠ ରେ ଗଭୀର କ୍ଷତ ପାଇଁ କଟକ ସ୍ଥିତ ଶ୍ରୀ ରାମ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ଅସହାୟଙ୍କୁ ଯତ୍ନ ନେବା ପାଇଁ ନିଯୁକ୍ତ ଏଜେନ୍ସି ର କାଯ୍ୟକାଳ ସାରି ଯାଇଥିବାରୁ ଓ ନୂତନ ଏହେନ୍ସି ଦାୟିତ୍ଵ ନେଇ ନଥିବାରୁ ଉକ୍ତ ମହିଳା ଙ୍କୁ ଡାକ୍ତଖାନା ରେ ନ ରଖି ଚିକିତ୍ସା କରି ସ୍ୱେଛl ସେବୀ ନଥିବାରୁ ଫେରେଇ ଦିଆଯାଇଥିଲା ।

,,ରାଜ୍ୟ ର ବିଭିନ୍ନ ଅଞ୍ଚାଲରୁ ସମାଜକର୍ମୀ ଙ୍କ ଦ୍ଵାରା ଉଦ୍ଧାର କରାଯାଇ ବଡ ଡ଼ାକ୍ତରଖାନା କୁ ରୋଗୀ ମାନ ଙ୍କୁ ଅଣାଯାଇଥିଲା ବେଳେ କିଛି ଖାମଖିଆଲି ଅଧିକାରୀ ଙ୍କ ଦୂର ଦୃଷ୍ଟି ଅଭାବରୁ ଏମିତି ଅନେକ ରୋଗୀ ଙ୍କ ଚିକିତ୍ସା କରାଯାଇ ପାରୁ ନାହିଁ । ଯଦି ସ୍ବାସ୍ଥ୍ୟ ସୁବିଧା ସ ବା ତଳ ପାହାଚ ର ଦୁଃଖୀ ନିରାଶ୍ରୟ ମଣିଷ ପାଖରେ ନ ପହଞ୍ଚେ ତେବେ କିଏ ଏଥି ପାଇଁ ଦାୟୀ ରହିବେ ବୋଲି ବଡ ଡାକ୍ତରଖାନାରେ ବର୍ଷ ବର୍ଷ ଧରି ସ୍ଵେଚ୍ଛା ରେ ସେବା ଦେଉଥିବା ମାନବାଧିକାର କର୍ମୀ ତଥା ସେବକ ଆଶ୍ରମ ର ଅନ୍ୟତମ ସହଯୋଗୀ ଦୀପକ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ନିରାଶ୍ରୟ ମାନଙ୍କ ଚିକିତ୍ସା ପାଇଁ ଲୋକପ୍ରିୟ ନବୀନ ସରକାର ଏଜେନ୍ସି ଜରିଆରେ ସ୍ଵେଚ୍ଛାସେବୀ ନିଯୁକ୍ତି କରୁଥିଲା ବେଳେ କଣ ପାଇଁ ସମ୍ପୁକ୍ଟ ଅଧିକାରୀ ମାନେ ଯଥେଷ୍ଟ ଆଗରୁ ଚୁକ୍ତି ନବୀକରଣ କଲେ ନାହିଁ ବା ନୂଆ ଏଜେନ୍ସୀ କୁ ଦାୟିତ୍ଵ ଦେଲେ ନାହିଁ ତାହା ତଦନ୍ତ ହେବ ଉଚିତ ।ଅଧିକାରୀ ମାନଙ୍କ ଏହି ଅବହେଳା ପାଇଁ ଅନେକ ନିରାଶ୍ରୟ ରୋଗୀ ଚିକିତ୍ସା ହେବ ଲାଗି ଡାକ୍ତରଖାନାରେ ରହି ନପାରିବାରୁ କିଏ ଏଥିଲାଗି ରହିବ ଉତ୍ତରଦାୟୀ ?


ଏବେ ବଡ଼ ଡାକ୍ତରଖାନା ରେ ଆଡ଼ମିଶନ ର ଆବଶ୍ୟକ ତା ଥିଲେ ମଧ୍ୟ ପ୍ରମିଲା ଙ୍କୁ ଚିକିତ୍ସା କରି ଫେରେଇ ଦେଇଥିବାରୁ ଉକ୍ତ ମାନସିକ ଭିନ୍ନକ୍ଷମ ମହିଳା ପୁଣି ଛତିଆ ଜରା ଶ୍ରମ କୁ ଫେ ରି ଯାଇ ନିଜକୁ ଭାଗ୍ୟ କୁ ଆଦରି ପଡ଼ି ରହିଛନ୍ତି ।

Leave A Reply

Your email address will not be published.

1 × four =