ବ୍ୟଙ୍ଗ କବିତା…ବାଳୁଙ୍ଗା ବଚନ

ଛାଡଖାଇ

ମା ଛେଳି ପାଖେ କାନ୍ଦି କାନ୍ଦି ଆସି

ଛୁଆ ଛେଳୀ ଟିଏ କହିଲା

ଛାଡ ଖାଇ ଆସେ ମୋ ଦିନ କାଳ

କାଲି ଠାରୁ ମା ସଇଲା

ମିଛ ସରାଗ ରେ ମାଲିକ ପାଳିଲା

କଂସେଇ କୁ ଏବେ ଦଉଛି

ପଇସା କେଇଟା ପାଇବା ପାଇଁକି

କେମିତି ପାଷାଣ ହଉଛି

ମତେ କାଲି ନେଇ ବିଚ୍ ବଜାରେ

ଟିକି ଟିକି କରି ହାଣିବେ

ମୋ ପରି କେତେ ନିରୀହ

ଜନ୍ତୁଙ୍କୁ ଗୁହାଳ ରୁ ଟେକି ଆଣିବେ

କାର୍ତ୍ତିକ ମାସ ରେ ଆଇଁଷ ଛାଡ଼ିକି

କରୁଥିଲେ କେଉଁ ଧରମ,,,

Leave A Reply

Your email address will not be published.

15 + three =